ରାଜ ପରିବାର କଳି; ଅର୍କେଶ ସିଂହଦେଓଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ

ବଢୁଛି ରାଜ ପରିବାର କଳି । ଡେରାଡୁନ୍ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ ।

ବଢୁଛି ରାଜ ପରିବାର କଳି

ବଢୁଛି ରାଜ ପରିବାର କଳି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଥାନାରେ ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ପାରିବାରିକ ହିଂସା ମାମଲା ନେଇ ଡେରାଡୁନ ଥାନାରେ ମାମଲା ରୁଜୁ ହୋଇଛି । ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଡେରାଡୁନ ପୋଲିସ । ଅଦ୍ରିଜାଙ୍କ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ସମେତ ୫ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଘରୋଇ ହିଂସା, ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ ହୋଇଛି ।

ସ୍ୱାମୀ ଅର୍କେଶ ସିଂହଦେଓଙ୍କ ସହ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢଶୁର କଳିକେଶ ଓ ଯାଆ ମେଘନାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଦ୍ରିଜାଙ୍କ ମା’ଙ୍କ ଦେହ ଖରାପ ହୋଇଥିବାରୁ ସେ ଡେରାଡୁନ ଆସିଥିଲେ । ଏହି ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ । ଏପରିକି କ୍ୟାମେରା ଲଗାଇ ତାଙ୍କ ଉପରେ ନଜର ରଖୁଥିଲେ ବୋଲି ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ, ୨୦୧୭ ମସିହା ନଭେମ୍ବର ମାସରେ ଆଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ । ଅଦ୍ରିଜା ହେଉଛନ୍ତି ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ । ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଟିକେଟ୍ ପାଇବା ପରେ ଆଦ୍ରିଜା ତାଙ୍କ ପ୍ରଚାର ମଙ୍ଗ ଧରିଥିଲେ ।
Published by:Soumya Das
First published: