ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା ପ୍ରକ୍ରିୟା; ୩ ଦିନ ଧରିଚାଲିବ ଏହି କାର୍ଯ୍ୟକ୍ରମ

୨୦୨୧ ବର୍ଷ ତୁଳନାରେ ଚଳିତ ବର୍ଷ ସମଗ୍ର ଚିଲିକାକୁ କେତେ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ହି ଜଣାପଡ଼ିବ ବୋଲି ଡ଼ଲଫିନ ଗଣନାକାରୀମାନେ କହିଛନ୍ତି।

ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା ପ୍ରକ୍ରିୟା

ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା ପ୍ରକ୍ରିୟା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ସମଗ୍ର ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା ପ୍ରକ୍ରିୟା। ସକାଳ ୬ ଟାରୁ ଇରାୱାଡି ଡ଼ଲଫିନ ଗଣନା ଆରମ୍ଭ ହୋଇଛି। ଚିଲିକାର ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଜଣିଆ ଟିମ ଏବଂ ସାତପଡାରେ ୮ ଜଣିଆ ଟିମ ଡଲଫିନ ଗଣନା ପାଇଁ ନିୟୋଜିତ ହୋଇଛନ୍ତି।

ପ୍ରତେକଟି ଟିମରେ ୮ ଜଣ ସଦସ୍ୟ ରହିଛନ୍ତି। ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଖାସ୍ କରି ସାତପଡ଼ା ଚିଲିକାରେ Irrawaddy dolphin, Bottle nose dolphin ଦେଖା ଯାଇଥାନ୍ତି। ଗତ ବର୍ଷ ତୁଳନାରେ ସମଗ୍ର ଚିଲିକାରେ କେତେ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ହି ଜଣାପଡ଼ିବ ବୋଲି ଡ଼ଲଫିନ ଗଣନାକାରୀମାନେ କହିଛନ୍ତି।

ବନ ବିଭାଗ ଏବଂ ସିଡିଏ କର୍ତ୍ତୃପକ୍ଷଙ୍କ ମିଳିତ ଅନୁକୂଲ୍ୟାରେ ଚିଲିକାରେ ଡ଼ଲଫିନ ଗଣନା ଜାରି ରହିଛି। ଏଥିରେ ବନ ବିଭାଗର କର୍ମଚାରୀ, ସ୍ୱେଚ୍ଛସେଵୀ, ଓୟୁଟି ଛାତ୍ରଛାତ୍ରୀ, ମଟର ବୋଟ ଆସୋସିଏସନ ସାମିଲ ହୋଇଛନ୍ତି। ଚଳିତ ବର୍ଷ କେତେ ପ୍ରଜାତିର ସମଗ୍ର ଚିଲିକାକୁ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ସ୍ପଷ୍ଟ ଚିତ୍ର ଜଣାପଡ଼ିବ।

ଚିଲିକାରେ ସକାଳ ୬ଟାରୁ ଆରମ୍ଭ ହୋଇଛି ଡ଼ଲଫିନ ଗଣନା ଦିନ ୧୨ ଯାଏଁ ଚାଲିବ ବୋଲି ସୂଚନା ମିଳିଛି। ଡ଼ଲଫିନ ଗଣନା ଆଜିଠାରୁ ତିନିଦିନ ଧରି ଚାଲିବ। ଗତବର୍ଷ ସମଗ୍ର ଚିଲିକାରେ ଇରାୱାଡି ଡ଼ଲଫିନ ୧୫୧ଟି ଏବଂ ବୋଟେଲ ନୋଜ ୧୬ଟି ରହିଥିବା ବେଳେ ଚିଳିତ ବର୍ଷ ଚିଲିକାରେ କେତେ ଡ଼ଲଫିନ ରହିଛନ୍ତି ଗଣତି ପରେ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି।

ଚିଲିକାରେ ଡ଼ଲଫିନ ଗଣନା ଯୋଗୁଁ ମେସିନି ଚଳିତ ଏବଂ ଯାତ୍ରୀବାହି ଡ଼ଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବା ନେଇ ବନ ବିଭାଗ ତରଫରୁ ସୂଚନା ମିଳିଛି।
Published by:Lipina Das
First published: