୨ ଦିନ ମଧ୍ୟରେ ଫେଲ ମାରିଲା କୁକୁର ବାନ୍ଧ୍ୟାକରଣ ଯୋଜନା; କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଲେ ସହରବାସୀ

କୁକୁରମାନଙ୍କୁ ଖାଦ୍ୟ ଦେବା ଠାରୁ ଆରମ୍ଭ କରି ପାଣିର ବ୍ୟବସ୍ଥା ଓ ବନ୍ଧ୍ୟାକରଣ ପାଇଁ ଡ଼ାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଏହା ବନ୍ଦ ହୋଇପଡ଼ିଛି। ବନ୍ଧ୍ୟାକରଣ ଯୋଜନା ବନ୍ଦ ହୋଇଥିବା ବେଳେ ଏବେ ଏଥି ନିମନ୍ତେ ଆସିଥିବା ଲକ୍ଷାଧିକ ଟଙ୍କାର ମେସିନ୍‌ ଖତ ଖାଉଛି।

୨ ଦିନ ମଧ୍ୟରେ ଫେଲ ମାରିଲା କୁକୁର ବାନ୍ଧ୍ୟାକରଣ ଯୋଜନା

୨ ଦିନ ମଧ୍ୟରେ ଫେଲ ମାରିଲା କୁକୁର ବାନ୍ଧ୍ୟାକରଣ ଯୋଜନା

  • Share this:
News18 Odia Digital

ବ୍ରହ୍ମପୁର: ଫେଲ ମାରିଲା ବିଏମସିର କୁକୁର ବନ୍ଧ୍ୟାକରଣ ଯୋଜନା। ମାତ୍ର ଦୁଇ ଦିନରେ ଠପ୍‌ ହୋଇଗଲା ଯୋଜନା। ବ୍ରହ୍ମପୁର ସହରରୁ କୁକୁରଙ୍କ ପ୍ରାର୍ଦୁଭାବକୁ ରୋକିବା ନିମନ୍ତେ ବିଏମସି ଗତ ସାତ ମାସ ପୂର୍ବରୁ ଆରମ୍ଭ କରିଥିଲା କୁକୁର ବନ୍ଧ୍ୟାକରଣ ଯୋଜନା। ଦୁଇ ଦିନ ଧରି କୁକୁରଙ୍କୁ ବିଭିନ୍ନ ସ୍ଥାନରୁ ଅଣାଯାଇ ସେମାନଙ୍କର ବନ୍ଧ୍ୟାକରଣ କରାଯିବା ପରେ ସେମାନଙ୍କୁ ଛଡ଼ାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇପଡ଼ିଥିଲା।

କୁକୁରମାନଙ୍କୁ ଖାଦ୍ୟ ଦେବା ଠାରୁ ଆରମ୍ଭ କରି ପାଣିର ବ୍ୟବସ୍ଥା ଓ ବନ୍ଧ୍ୟାକରଣ ପାଇଁ ଡ଼ାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଏହା ବନ୍ଦ ହୋଇପଡ଼ିଛି। ବନ୍ଧ୍ୟାକରଣ ଯୋଜନା ବନ୍ଦ ହୋଇଥିବା ବେଳେ ଏବେ ଏଥି ନିମନ୍ତେ ଆସିଥିବା ଲକ୍ଷାଧିକ ଟଙ୍କାର ମେସିନ୍‌ ଖତ ଖାଉଛି। ଯାହାଫଳରେ ପୂର୍ବ ଭଳି ବର୍ତ୍ତମାନ ସହରରେ ଆରମ୍ଭ ହୋଇଛି କୁକୁରମାନଙ୍କର ପ୍ରର୍ଦୁଭାବ।

ତେବେ ଆସନ୍ତୁ ଦେଖିବା ନ୍ୟୁଜ୍‌ ୧୮ ଓଡ଼ିଆର ଏକ୍ସକ୍ଳସିଭ୍‌ ରିପୋର୍ଟ…

କଥାରେ ଅଛି ସରକାରକା ମାଲ୍‌ ଦରିଆମେ ଡାଲ୍। କିନ୍ତୁ ସରକାରୀ ଯୋଜାନ ଏତେ ଶୀଘ୍ର ପଙ୍ଗୁ ହୋଇରିବା ଘଟଣା ବ୍ରହ୍ମପୁର ସହରରେ ପ୍ରଥମ ବୋଲି ଏବେ ଚର୍ଚ୍ଚା ଧରିଛି। ବ୍ରହ୍ମପୁର ସହରରେ କୁକୁରଙ୍କ ପ୍ରର୍ଦୁଭାବକୁ ରୋକିବା ନିମନ୍ତେ ବାରମ୍ବାର ଦାବି ପରେ ପ୍ରାଣୀ ଚିକିତ୍ସାଳୟ ନିକଟରେ ଖୋଲିଥିଲା ବନ୍ଧ୍ୟାକରଣ ଯୋଜନା ନିମନ୍ତେ ସ୍ବତନ୍ତ୍ର ଗୃହ। ବର୍ତ୍ତମାନ ଏହି ଗୃହରେ ଝୁଲୁଛି ତାଲା। ଏହି ଯୋଜନା ଗତ ୨୦୨୧ ସେପ୍ଟେମ୍ବର ମାସ ୧୪ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆରମ୍ଭ କରିଥିଲେ। ପ୍ରଥମ ଦିନରେ ୧୦ଟି କୁକରଙ୍କ ବନ୍ଧ୍ୟାକରଣ କରାଯାଇଥିଲା। ସେହିପରି ୧୫ ତାରିଖ ଦିନ ଆଉ ୧୦ଟି କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିଲା । ଏହାପରେ ସମ୍ପୂର୍ଣ୍ଣ ରୂପେ ବନ୍ଧ୍ୟାକରଣ ବନ୍ଦ ହୋଇଯାଇଛି।

‘‘ବନ୍ଧ୍ୟାକରଣ ବନ୍ଦ ହେବାର ମୁଖ୍ୟତଃ ତିନୋଟି କାରଣ ରହିଛି। ପ୍ରଥମ ହେଉଛି କୁକୁରମାନଙ୍କୁ ଖାଇବା ଯୋଗା ପ୍ଲସ୍ ଋଇଦେବାରେ ସମସ୍ୟା। ଖାଇବା ଟେଣ୍ଡର ବିଏମସି ବାହାର କରିବା ପରେ ଏହାକୁ କେହି ନେଇନାହାଁନ୍ତି। କାରଣ ପ୍ରତିଦିନ ଦୁଇ ଓଳି ଖାଦ୍ୟ ପାଇଁ ସରକାର ୧୨ ଟଙ୍କା ଖର୍ଚ୍ଚ କରିବା ନେଇ ଉଲ୍ଲେଖ କରିଛନ୍ତି। ଯାହା ଦ୍ବାରା ୧୨ ଟଙ୍କାରେ ଦୁଇ ଓଳି ଖାଦ୍ୟ ଯୋଗାଇ ଦେବା ନିମନ୍ତେ କୌଣସି ସଂସ୍ଥା ରାଜି ହେଉନାହାଁନ୍ତି। ସେହିପରି ଦ୍ବିତୀୟ କାରଣ ହେଲା ବନ୍ଧ୍ୟାକରଣ ନିମନ୍ତେ ପ୍ରଥମେ ପ୍ରାଣୀ ଚିକିତ୍ସାଳୟ ଡ଼ାକ୍ତରଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। କିନ୍ତ ପରବର୍ତ୍ତୀ ସମୟରେ ଆଉ ଡ଼ାକ୍ତର କିମ୍ବା କର୍ମଚାରୀ ନିଯୁକ୍ତି ଦିଆଗଲାନାହିଁ। ଏହାଛଡ଼ା ବନ୍ଧ୍ୟକରଣ ନିମନ୍ତେ ପାଣି ଯୋଗାଣ ହେଉନଥିବା ଯୋଗୁଁ ଅସୁବିଧା ମଧ୍ୟ ସୃଷ୍ଟି ହେଉଛି। ତେଣୁ ଏନେଇ ବିଏମସି କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ବନ୍ଧ୍ୟାକରଣ ବନ୍ଦ ହୋଇ ପଡ଼ିରହିଥିବା,’’ ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ପ୍ରାଣୀ ଚିକିତ୍ସକ ତଥା ବନ୍ଧ୍ୟାକରଣ ନିମନ୍ତେ ନିୟୋଜିତ ଥିବା ଡ଼ାକ୍ତର କିରଣ ବିଷୋୟୀ।

କୁକୁରଙ୍କ ପ୍ରାର୍ଦୁଭାବ ବଢ଼ିବା ପରେ ବିଏମସି ପକ୍ଷରୁ କୁକୁର ବନ୍ଧ୍ୟାକରଣ କରାଯିବା ନେଇ ପଦକ୍ଷେପ ନେବା ପରେ ସହରବାସୀ ସାମାନ୍ୟ ଆଶ୍ବସ୍ତି ଲାଭ କରିଥିଲେ। କାରଣ ସହରର ପ୍ରତ୍ୟେକ ସାହିରେ ୧୦ରୁ ଅଧିକ କୁକୁର ରହୁଥିଲେ। ସନ୍ଧ୍ୟା ସମୟ ହୋଇଗଲେ ସହରବାସୀ ଯାତାୟତ ସମୟରେ କୁକୁରଙ୍କ ପ୍ରର୍ଦୁଭାବ ଯୋଗୁଁ ସହରବାସୀ ଆତଙ୍କିତ ଅବସ୍ଥାରେ ରହୁଥିଲେ। ବନ୍ଧ୍ୟାକରଣ ଆରମ୍ଭ ହେବା ପରେ ପ୍ରଥମେ ଆସିକା ରୋଡ଼, ଖୋଡ଼ାସିଙ୍ଗ, କମାପଲ୍ଲୀ, ଲାଞ୍ଜିପଲ୍ଲୀ ଭଳି ବିଭିନ୍ନ ସ୍ଥାନରୁ କୁକୁରଙ୍କୁ ଉଠାଇ ନେଇଥିଲା ବିଏମସି କୁକୁର ଧରା ଗାଡ଼ି। କୁକୁରଙ୍କୁ ନେଇ ବନ୍ଧ୍ୟାକରଣ କେନ୍ଦ୍ରରେ ସେମାନଙ୍କର ଅପରେସନ ହେବା ପରେ ୫ ଦିନ ପରେ ପୁଣି ସେହି ସ୍ଥାନରେ ଛଡ଼ାଯାଉଥିଲା। କିନ୍ତୁ ମାତ୍ର ଦୁଇ ଦିନ ପରେ ଏହି ଯୋଜନା ବନ୍ଦ ହୋଇଯିବା ଯୋଗୁଁ ଯୋଜନା କେଉଁ କାରଣ ଯୋଗୁଁ ଆରମ୍ଭ କରିଥିଲେ ବୋଲି ଏବେ ପ୍ରଶ୍ନ କରିଛନ୍ତି ବ୍ରହ୍ମପୁର ବାସିନ୍ଦା ଅଭୟ ପଣ୍ଡା।

‘‘ଦୀର୍ଘ ବର୍ଷ ପୂର୍ବରୁ କୁକୁର ବନ୍ଧ୍ୟାକରଣ ନିମନ୍ତେ ଏହି ଗୃହ ନିର୍ମାଣ କରାଯାଇଥିଲା। ଲକ୍ଷାଧିକ ଟଙ୍କାରେ ନିର୍ମାଣ ହେବା ପରେ ମଧ୍ୟ ଏହା କାମ ନ କରିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରିବା ପରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ କାର୍ଯ୍ୟକ୍ଷମ ହେବା ପରେ ଦୁଇ ଦିନ ଧରି ବନ୍ଧ୍ୟାକରଣ ଚାଲୁ ହେବା ପରେ ଏବେ ବନ୍ଦ ହୋଇ ପଡ଼ିଛି ଗୃହ। ଯାହାଫଳରେ ବନ୍ଧ୍ୟାକରଣ ନିମନ୍ତେ ଆବଶ୍ୟକ ରହିଥିବା ଲକ୍ଷାଧିକ ଟଙ୍କାର ମେସିନ୍‌ ଏବେ ଖତ ଖାଇବା ସହିତ ଗୃହରେ ତାଲା ଝୁଲୁଛି। ଯାହାଫଳରେ ବର୍ତ୍ତମାନ ପୁଣି ଥରେ ସହରରେ କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଯୋଗୁଁ ବିଏମସି ଏଥିପ୍ରତି ଧ୍ୟାନ ଦେବା ନିମନ୍ତେ ଦାବି କରିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ଅଶୋକ ଶୁକ୍ଳ।
Published by:Lipina Das
First published: