ଫଳକ ମାଳମାଳ ସ୍ୱାସ୍ଥ୍ୟସେବା ବିଫଳ; ରୋଗୀଙ୍କ ବେଡରେ ଶୋଉଛି କୁକୁର

ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଖରାପ । ରୋଗୀଙ୍କ ପାଇଁ ଥିବା ବେଡରେ ଶୋଉଛନ୍ତି କୁକୁର । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଘସିପୁରା ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।

ଫଳକ ମାଳମାଳ ସ୍ୱାସ୍ଥ୍ୟସେବା ବିଫଳ; ରୋଗୀଙ୍କ ବେଡରେ ଶୋଉଛି କୁକୁର

ଫଳକ ମାଳମାଳ ସ୍ୱାସ୍ଥ୍ୟସେବା ବିଫଳ; ରୋଗୀଙ୍କ ବେଡରେ ଶୋଉଛି କୁକୁର

  • Share this:
News 18 Odia Digital

କେନ୍ଦୁଝର; ରାଜ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତୀ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ବାସ୍ତବ ଚିତ୍ର ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି । କେଉଁଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଖରାପ ପୁଣି କେଉଁଠି ରୋଗୀଙ୍କ ପାଇଁ ଥିବା ବେଡରେ ଶୋଉଛନ୍ତି କୁକୁର । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଘସିପୁରା ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।



ବେଡ଼୍ ଉପରେ ଶୋଇଛନ୍ତି କୁକୁର, ଚଟାଣରେ ଗଡ଼ୁଛନ୍ତି ରୋଗୀ । ସ୍ଵାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ବୟାନ କରୁଛି ରାଜ୍ୟରେ ସ୍ୱାସ୍ଥ୍ୟସେବା କେତେ ଉନ୍ନତ । ସୋସିଆଲ୍ ମିଡ଼ିଆରେ ଏହି ଚିତ୍ର ଭାଇରାଲ୍ ହେବାପରେ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୧୦ରୁ ଉର୍ଦ୍ଧ୍ୱ ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ କୌଣସି ସୁବ୍ୟବସ୍ଥା ନଥିବାବେଳେ ୱାର୍ଡ଼ ଭିତରେ ମାଳ ମାଳ କୁକୁର ବୁଲୁଥିବା ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ରୋଗୀ ରୋଗରୁ ଭଲ ହୋଇ ଘରକୁ ଯିବେ ନା ରୋଗ କିଣି ଘରକୁ ନେବେ ସେନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।



ଏହା ଜଣାପଡ଼ିବା ପରେ ଆନନ୍ଦପୁର ଉପଜିଲ୍ଲାପାଳ ଓ ଆନନ୍ଦପୁର ମେଡ଼ିକାଲ୍ ସୁପରିଟେଣ୍ଡେଣ୍ଟ ମିଳିତ ଭାବେ ସାଇଁକୁଳ ଡାକ୍ତରଖାନା ଯାଇ ଘଟଣାର ତଦନ୍ତ କରିଛନ୍ତି । ଏହି ଡାକ୍ତରଖାନାର ପାଚେରୀ ନଥିବା ତଥା ଅଳ୍ପସଂଖ୍ୟକ ସୁରକ୍ଷାକର୍ମୀ ଥିବାରୁ ଏଭଳି ଘଟୁଥିବା ସେମାନେ କହିଛନ୍ତି ।
Published by:Soubhagya Mishra
First published: