କଲୋନୀରୁ ବିଦା ହେଲା ବିଦେଶୀ କୁକୁର; କୋର୍ଟର ଦ୍ବାରସ୍ତ ହେଲେ ମାଲିକ

କୁକୁର ମାଲିକଙ୍କ ଭାଇ କହିଛନ୍ତି, କାଲୋନୀର ସୁରକ୍ଷା ଦୃଷ୍ଟିରୁ କୁକୁରକୁ କଲୋନୀରୁ ବାହାର କରି ଦେଇଛନ୍ତି। ପ୍ରଥମେ କୁକୁରକୁ ଡଗ କେୟାର ସେଣ୍ଟରକୁ ନେଇ ପ୍ରାଥମିକ ଚିକିତ୍ସା କରାଯିବ। ପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେଇ ଅନୁସାରେ କୁକୁର କେଉଁଠି ରହିବ ତାହା ସ୍ଥିର କରାଯିବ।

କୁକୁର ବିବାଦ ମାମଲା

କୁକୁର ବିବାଦ ମାମଲା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଇନଫୋସିଟି ଥାନା ତପସ୍ବିନୀ କାଲୋନୀରୁ ଶେଷ ହୋଇଛି କୁକୁର ବିବାଦ। ବିଏମସି ଓ ପୋଲିସ ଆସିବା ପୂର୍ବରୁ କୁକୁରକୁ ଘରୁ ନେଇଗଲେ ପରିବାର ଲୋକେ। କୁକୁର ଯିବାବେଳେ କାଲୋନୀରେ ପଶୁ ପ୍ରେମୀ ପହଞ୍ଚି ବିରୁଦ୍ଧ କରିଥିଲେ। ଯାହାକୁ ନେଇ କଲୋନୀ ବାସିନ୍ଦା ଓ ପଶୁପ୍ରେମୀଙ୍କ ମଧ୍ୟରେ ତୁତୁ-ମେଁମେଁ ହେଉଥିବାର ଦେଖିବାକୁ ମିଳିଥିଲା।

ସରିଲା କୁକୁର କଳି। କଲୋନିରୁ ବିଦା ହେଲା ବିଦେଶୀ କୁକୁର। କୁକୁର ପାଇଁ କାଲୋନୀରେ ମହାଭାରତ। ନରିମିଲେ କୁକୁର ମାଲିକ, ଆଶ୍ୱସ୍ତ ହେଲେ କଲୋନୀ ବାସିନ୍ଦା। କୋର୍ଟକୁ ଗଲା କୁକୁର କଳି। ଭୁବନେଶ୍ବର ଇନଫୋସିଟି ଥାନା ତପସ୍ବିନୀ କାଲୋନୀରୁ ଶେଷ ହୋଇଛି କୁକୁର କଳି। ବିଏମସି ଓ ପୋଲିସ ଆସିବା ପୂର୍ବରୁ କୁକୁରକୁ ଘରୁ ନେଇଗଲେ ପରିବାର ଲୋକେ। ବୁଧବାର ସମୟ ଦିନ ଗୋଟାଏ ସମୟରେ ଡେଡ଼ ଲାଇନ ଅନୁସାରେ, ତାପସ୍ବିନୀ କାଲୋନୀରେ ପହଞ୍ଚି ଥିଲେ ଇନଫୋସିଟି ଥାନାର ତଦନ୍ତକାରୀ ଅଧିକାରୀ।

ପ୍ରଥମେ ଅର୍ଜୁନ ଓ ତାଙ୍କ ପାରିବାର ଲୋକଙ୍କ ବୟାନ ନେଇଥିଲା ପୋଲିସ। ପରେ କଲୋନୀ ବାସିନ୍ଦାଙ୍କ ସହ ଯାଇ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲା। ଯେଉଁଠି ଗତ ୬ ତାରିଖରେ ୮ ବର୍ଷର ପୁଅ ଅର୍ଜୁନଙ୍କୁ କୁକୁର କାମୁଡ଼ି ଥିଲା। ପରେ କୁକୁର ମାଲିକଙ୍କ ଘରକୁ ପୋଲିସ ଯାଇଥିବା ବେଳେ ଘରେ ତାଲା ପଡ଼ିଥିବାରୁ ଘରର କେୟାର ଟେକରଙ୍କର ବୟାନ ରେକର୍ଡ କରିଥିଲା।

କୁକୁର ମାଲିକ ଘରେ ନଥିବାରୁ ଫେରି ଯାଇଥିଲା ଇନଫୋସିଟି ଥାନା ପୋଲିସ। ଏହି ସମୟରେ ପଶୁ ପ୍ରେମୀ ପୁରବୀ ପାତ୍ର କୁକୁର ମାଲିକଙ୍କ ଘରେ ପହଞ୍ଚିଥିଲେ। କୁକୁର ଘରେ ରହିବା ସପକ୍ଷରେ ସେ ମତ ରଖିବାରୁ ଚିହିଁକି ଉଠିଥିଲେ କଲୋନୀ ବାସିନ୍ଦା। ଯାହାକୁ ନେଇ ପଶୁପ୍ରେମୀ ଓ କଲୋନୀ ବାସିନ୍ଦାଙ୍କ ମଧ୍ୟରେ କିଛି ସମୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପରିସ୍ଥିତି ଅଣାୟତ ହେବପରେ କୁକୁର ମାଲିକଙ୍କ ଭାଇ ଆସିବା ପରେ କୁକୁରକୁ ନେଇଯିବା ପାଇଁ ସ୍ଥିର କରିଥିଲେ। କୁକୁର ମାଲିକଙ୍କ ଭାଇ କହିଛନ୍ତି, କାଲୋନୀର ସୁରକ୍ଷା ଦୃଷ୍ଟିରୁ କୁକୁରକୁ କଲୋନୀରୁ ବାହାର କରି ନେଇଛନ୍ତି। ପ୍ରଥମେ କୁକୁରକୁ ଡଗ କେୟାର ସେଣ୍ଟରକୁ ନେଇ ପ୍ରାଥମିକ ଚିକିତ୍ସା କରାଯିବ। ପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେଇ ଅନୁସାରେ କୁକୁର କେଉଁଠି ରହିବ ତାହା ସ୍ଥିର କରାଯିବ। କାରଣ ପରିବାର ଲୋକେ ଏବେ କୋର୍ଟରେ ଆଶ୍ରୟ ନେଇଛନ୍ତି। ଆସନ୍ତା ୨୩ ତାରିଖରେ ଶୁଣାଣି ହେବ।

କୁକୁର ଯିବା ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଇନଫୋସିଟି ଥାନା ଅଧିକାରୀ ଓ ବିଏମସି ସ୍କ୍ୱାର୍ଡ। କଲୋନି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ର କହିଛନ୍ତି, ‘‘କୁକୁର କେଉଁଠି ରହିବ ତାହା ନିଶ୍ଚିତ ହୋଇନି। ଯେହେତୁ କୁକୁରକୁ ତାଙ୍କ ପରିବାର ଲୋକେ ନେଇଯାଇଛନ୍ତି ତେଣୁ ଆଗାମୀ ଦିନରେ କୁକୁର କଲୋନୀକୁ ନ ଆଣିବା ପାଇଁ ତାଙ୍କ ଘର ଆଗରେ ଏକ ନୋଟିସ ଲଗାଇବ ପୋଲିସ। ସେପଟେ କୁକୁର ଯିବା ପରେ ଆଶ୍ୱସ୍ତ ହୋଇଛନ୍ତି କଲୋନୀ ବାସିନ୍ଦା ଓ ଅର୍ଜୁନଙ୍କ ପରିବାର ଲୋକେ।

ସୂଚନାଯୋଗ୍ୟ, ଗତ ୬ ତାରିଖରେ କାଲୋନୀର ୮ ବର୍ଷର ଶିଶୁକୁ କୁକୁର କାମୁଡି ଗୁରୁତର କରି ଦେଇଥିଲା। ଯାହାକୁ ନେଇ ପରିବାର ଲୋକେ ଥାନାର ଦ୍ଵାରସ୍ଥ ହୋଇଥିଲେ। ପରେ ପୋଲିସ ଆଇପିସି ଦଫା ୨୮୯ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା।
Published by:Lipina Das
First published: