ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

Documents needed for log-in while booking Indian Railways tickets | ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକ କହିଛନ୍ତି ଯେ ପୂର୍ବରୁ ଦଲାଲ ଓ ଠକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗୁପ୍ତଚରମାନଙ୍କ ସୂଚନା ଉପରେ ଆଧାରିତ ହେଉଥିଲା ଓ ଏହାର ଖୁବ୍ କମ୍ ପ୍ରଭାବ ପଡ଼ୁଥିଲା, ହେଲେ ଏବେ ନୂଆ ବ୍ୟବସ୍ଥା କରାଯାଉଛି ।

Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି
ଟିକେଟ୍ ବୁକିଂରେ ଆଉ ହୋଇପାରିବନି ଠକେଇ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 28, 2021, 10:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟ୍ରେନ୍ ଟିକେଟ୍ ବୁକିଂରେ ଲାଗିଥିବା ଠକ ଓ ଦଲାଲମାନଙ୍କୁ ରୋକିବା ପାଇଁ ଭାରତୀୟ ରେଳବାଇ (Indian Railways) କଡ଼ା ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି । ଏହି କ୍ରମରେ ରେଳବାଇ ଶୀଘ୍ର ଟ୍ରେନ୍ ଟିକେଟ୍ ବୁକିଂର  (Train Ticket Booking) ନୂଆ ନିୟମ କାର୍ଯ୍ୟକାରୀ କରିବ । ଏହି ନୂଆ ନିୟମ ଅନୁସାରେ ରେଳବାଇର ସହାୟକ କମ୍ପାନୀ IRCTCରୁ ଟ୍ରେନ୍ ଟିକେଟ ବୁକିଂ କରିବା ସମୟରେ ଯାତ୍ରୀମାନଙ୍କୁ ଆଧାର କାର୍ଡ଼ Aadhaar Card), ପ୍ୟାନ୍ କାର୍ଡ଼ (PAN card) ଓ ପାସପୋର୍ଟ (passport) ଭଳି ପରିଚୟ ପତ୍ରକୁ ନିଜ ଲଗ୍‌-ଇନ୍ ବିବରଣୀ ସହିତ ଲିଙ୍କ୍ କରିବାକୁ ପଡି଼ପାରେ ।

ରେଳ ସୁରକ୍ଷା ବଳର (ଆର୍‌.ପି.ଏଫ୍‌.) ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି ଯେ ପୂର୍ବରୁ ଦଲାଲ ଓ ଠକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗୁପ୍ତଚରମାନଙ୍କ ସୂଚନା ଉପରେ ଆଧାରିତ ହେଉଥିଲା ଓ ଏହାର ତୃଣମୂଳ ସ୍ତରରେ ଖୁବ୍‌ କମ୍‌ ପ୍ରଭାବ ପଡ଼ୁଥିଲା । ଏବେ ସେହି ପ୍ରଭାବ ବୃଦ୍ଧି କରିବା ପାଇଁ ସବୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରୁ ବି ବାହାରିଲା କରୋନାର Delta Plus ଭ୍ୟାରିଆଣ୍ଟ୍‌; ଦେବଗଡ଼ରେ ରାଜ୍ୟର ପ୍ରଥମ ରୋଗୀ ଚିହ୍ନଟ

‘‘ଠକେଇକୁ ରୋକିବା ପାଇଁ ଯାତ୍ରୀଙ୍କ ଲଗ୍‌-ଇନକୁ ପ୍ୟାନ୍‌ କିମ୍ବା ଆଧାର କାର୍ଡ଼ ଭଳି ପରିଚୟ ପତ୍ର ବା ଅନ୍ୟ କୌଣସି ଦୃଢ଼ ପ୍ରମାଣ ସହିତ ଲିଙ୍କ୍‌ କରିବା ପାଇଁ ଆଇ.ଆର୍‌.ସି.ଟି.ସି. ଏକ ଯୋଜନା ପ୍ରସ୍ତୁତ କରୁଛି । ସେହି ନମ୍ବର୍‌ ଯାତ୍ରୀ ଲଗ୍‌-ଇନ୍ ପାଇଁ ବ୍ୟବହାର କରିପାରିବେ, ଯାହା ଦ୍ୱାରା ଦଲାଲମାନଙ୍କୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇପାରିବ,’’ କହିଛନ୍ତି ଅରୁଣ କୁମାର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା; ନିରାଶ ହେଲେ ତାଙ୍କ ସ୍ୱାମୀ MP ଅନୁଭବ

ସେ ଆହୁରି କହିଛନ୍ତି ଯେ ଅକ୍ଟୋବର-ନଭେମ୍ବର ୨୦୧୯ରେ ଦଲାଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଡିସେମ୍ବର ୨୦୧୯ରେ ବେଆଇନ ସଫ୍ଟୱେଆର୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେବେ ଠାରୁ ମେ ୨୦୨୧ ପର୍ଯ୍ୟନ୍ତ ୧୪,୨୫୭ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଏଥି ସହ ଏ ପର୍ଯ୍ୟନ୍ତ ୨୮.୩୪ କୋଟି ଟଙ୍କାର ଟିକେଟ୍ ଜବତ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | COVID Vaccine: ଘରୋଇ ହସ୍ପିଟାଲଗୁଡ଼ିକୁ ଆଉ ଟିକା ଯୋଗାଇବେ ନାହିଁ ରାଜ୍ୟ ସରକାର

‘‘ଯାତ୍ରା ସମୟରେ ସରକାରୀ ରେଳ ପୋଲିସ (ଜି.ଆର୍‌.ପି.) ଓ ଆର୍‌.ପି.ଏଫ୍‌. ପାଖରେ ଯାତ୍ରୀଙ୍କ ତରଫରୁ ସୁରକ୍ଷା ସମ୍ବନ୍ଧୀୟ ଅଭିଯୋଗ ଦାଖଲ ପାଇଁ ରେଳ ସୁରକ୍ଷା ଆପ୍ ପ୍ରସ୍ତୁତ ହୋଇଛି । ଆମେ ୬,୦୪୯ଟି ଷ୍ଟେସନ ଓ ସବୁ ଯାତ୍ରୀବାହୀ ଟ୍ରେନ୍ କୋଚରେ ସି.ସି.ଟି.ଭି. କଭରେଜ୍ ପାଇଁ ଆବଶ୍ୟକ ହେଉଥିବା ଅନୁଧ୍ୟାନ ଓ ପ୍ରତିକ୍ରିୟା ବ୍ୟବସ୍ଥା ବି ପ୍ରସ୍ତୁତ କରୁଛୁ,’’ କହିଛନ୍ତି ଅରୁଣ କୁମାର ।



କୋଭିଡ କାରଣରୁ ଅନାଥ ହୋଇଥିବା ପିଲାମାନଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସୁରକ୍ଷା ତଥା ଥଇଥାନ ବ୍ୟବସ୍ଥା କରିବା ପାଇଁ ଆର୍‌.ପି.ଏଫ୍‌. ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ବୋଲି ମଧ୍ୟ ସେ କହିଛନ୍ତି ।
Published by: Anand ST Das
First published: June 28, 2021, 10:42 PM IST