ବଢ଼ିଚ଼ାଲିଛି କିଡନି ରୋଗୀଙ୍କ ସଂଖ୍ୟା; ରୋବୋଟିକ୍ କିଡନି ଟ୍ରାନ୍ସପ୍ଲାଣ୍ଟ୍ ଲକ୍ଷରେ SCBର ଡାକ୍ତରମାନେ

ବିଶ୍ବରେ ୦.୮ ରୁ ୧ ପ୍ରତିଶତ ଲୋକ, ଅର୍ଥାତ ଲକ୍ଷେରେ ୮ ରୁ ୧୦ ଜଣ, କିଡନି ରୋଗରେ ପୀଡ଼ିତ । ଭାରତରେ ପାଖାପାଖି ସମାନ ସ୍ଥିତି । ଓଡ଼ିଶାର କିଛି ସ୍ଥାନରେ ସ୍ଥିତି ଉତ୍କଟ । କଟକ ଜିଲ୍ଲାରେ ଜନସଂଖ୍ୟାର ୧୪.୫ ପ୍ରତିଶତ ଲୋକ କିଡନି ରୋଗରେ ପୀଡ଼ିତ ଥିବା ବିଶେଷଜ୍ଞମାନେ କହିଛନ୍ତି ।

ବଢ଼ିଚ଼ାଲିଛି କିଡନି ରୋଗୀଙ୍କ ସଂଖ୍ୟା; ରୋବୋଟିକ୍ କିଡନି ଟ୍ରାନ୍ସପ୍ଲାଣ୍ଟ୍ ଲକ୍ଷରେ SCBର ଡାକ୍ତରମାନେ
ଗତ ମାସ ଓଡ଼ିଶାରେ ହୋଇଥିବା ଏକ କ୍ୟାଡାଭରିକ୍‌ କିଡନି ଟ୍ରାନ୍ସପ୍ଲାଣ୍ଟ ସମୟର ଦୃଶ୍ୟ
  • News18 Odia
  • Last Updated: March 13, 2020, 2:15 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଗୋଟିଏ ମାସ ମଧ୍ୟରେ ତିନି ତିନିଟି କାଡାଭରିକ୍ କିଡନି ପ୍ରତ୍ୟାରୋପଣ କରି ପ୍ରଶଂସା ସାଉଁଟିବା ପରେ ଏସସିବି ହସପିଟାଲର ଡାକ୍ତରମାନେ ଆଗାମୀ ଦିନରେ ରୋବୋଟିକ୍ କିଡନି ଟ୍ରାନ୍ସପ୍ଲାଣ୍ଟ୍ ଲକ୍ଷରେ ଅଛନ୍ତି । ବିଶ୍ବ କିଡନି ଦିବସ ଉତ୍ସବରେ ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଏସସିବିକୁ ବିଶ୍ବସ୍ତରୀୟ ମେଡିକାଲ କରିବା ପାଇଁ ନିଷ୍ପତ୍ତି ନିଆଯାଇସାରିଥିବାରୁ ସବୁ କିଛି ସମ୍ଭବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

କିଡନି ପ୍ରତ୍ୟାରୋପଣ ପାଇଁ ୨୦୧୨ ମସିହାରେ ଏସସିବିର ୟୁରୋଲୋଜି ଓ ନେଫ୍ରୋଲେଜି ବିଭାଗକୁ ନେଇ ଆରମ୍ଭ ହୋଇଥିଲା ରେନାଲ୍ ଟ୍ରନ୍ସପ୍ଲାଣ୍ଟ୍ ୟୁନିଟ୍ । ଗତ ୮ ବର୍ଷ ମଧ୍ୟରେ ୧୬୫ଟି କିଡନି ପ୍ରତ୍ୟାରୋପଣ ହୋଇ ସାରିଲାଣି । ଏହା ସହ ତିନିଟି କଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ୍ ବା ବ୍ରେନ୍ ଡେଡ୍ ଘୋଷିତ ହୋଇଥିବା ବ୍ୟକ୍ତିଙ୍କ ଠାରୁ କିଡନି ସଂଗ୍ରହ କରି ଜୀବିତ ବ୍ୟକ୍ତିଙ୍କ ଠାରେ ସଫଳତାର ସହ ରୋପଣ ହୋଇସାରିଛି ।

ଏବେ ରୋବୋଟିକ୍ କିଡନି ଟ୍ରାନ୍ସପ୍ଲାଣ୍ଟ ବା ରୋବଟ୍ ଜରିଆରେ କିଡନି ପ୍ରତ୍ୟାରୋପଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ରେନାଲ ୟୁନିଟର ବିଶେଷଜ୍ଞମାନେ । ଏହା ଦ୍ବାରା କମ ସମୟରେ ଓ ସହଜରେ ଏହି ଜଟିଳ ପ୍ରକ୍ରିୟାକୁ ସମ୍ପନ୍ନ କରାଯାଇ ପାରିବ ବୋଲି କହିଛନ୍ତି ଏସସିବିର ଡାକ୍ତରମାନେ ।

ଗୁରୁବାର ଦିନ ଏସସିବିରେ ଆୟୋଜିତ ହୋଇଥିବା ବିଶ୍ବ କିଡନି ଦିବସ କାର୍ଯ୍ୟକ୍ରମରେ ରାଜ୍ୟରେ କିଡନି ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ବିଶେଷଜ୍ଞମାନେ । ବିଶେଷ କରି କଟକର ନରସିଂହପୁର, ଝାରସୁଗୁଡାର କୋଲାବିରା, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗିରର ଆରେନ୍ ଡୁଙ୍ଗୁରି, ସୋନପୁର ଓ ନୟାଗଡ଼ର କେତେକାଶଂରେ ଏହି ରୋଗ ଅତି ଉତ୍କଟ ସ୍ଥିତିରେ ପହଞ୍ଚିଥିବା ଜଣାପଡ଼ିଛି ।

କାହିଁକି ଏହି ସବୁ ନିର୍ଦ୍ଧିଷ୍ଟ ସ୍ଥାନଗୁଡିକର ଲୋକଙ୍କ ମଧ୍ୟରେ କିଡନି ରୋଗ ଦେଖା ଦେଉଛି ଏ ପର୍ଯ୍ୟନ୍ତ ତାର କାରଣ ଜଣା ପଡ଼ିନାହିଁ । କିନ୍ତୁ ପରିବର୍ତ୍ତିତ ଜୀବନଚର୍ଯ୍ୟା ଓ ଖାଦ୍ୟପେୟରେ ସାମଞ୍ଜସ୍ୟ ନ ରହିବା, ଡାକ୍ତରଙ୍କ ବିନା ପରାମର୍ଶରେ ପେନ୍ କିଲର ଖାଇବା, ଅପମିଶ୍ରିତ ମଦ୍ୟପାନ ଓ ଅତ୍ୟଧିକ ଗରମ ବା ଖରା ଏହାର କାରଣ ହୋଇ ଥାଇପାରେ ବୋଲି କିଡନି ଦିବସ କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ।

ଏସସିବିରେ ଆୟୋଜିତ ହୋଇଥିବା ବିଶ୍ବ କିଡନି ଦିବସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।


ସମଗ୍ର ବିଶ୍ବରେ ୦.୮ ରୁ ୧ ପ୍ରତିଶତ ଲୋକ ଅର୍ଥାତ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୮ ରୁ ୧୦ ଜଣ ଲୋକ କିଡନି ରୋଗରେ ପୀଡ଼ିତ ଅଛନ୍ତି । ଭାରତରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଓଡ଼ିଶାର କିଛି ସ୍ଥାନରେ ଉତ୍କଟ ସ୍ଥିତି ଉପୁଜିଥିବା ବେଳେ କଟକ ଜିଲ୍ଲାରେ ଜନସଂଖ୍ୟାର ୧୪.୫ ପ୍ରତିଶତ ଲୋକ କିଡନି ରୋଗରେ ପଡିତ ଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

“କିଛି ବର୍ଷ ହେଲା ଓଡିଶାରେ କିଡନି ରୋଗୀ ସଂଖ୍ୟା ବୃଦ୍ଧି ଘଟିଛି । ପୂର୍ବରୁ ଆମେ ଗୋଟିଏ ବର୍ଷରେ ଏକ ହଜାରଟି ଡାଇଲିସିସ୍ କରୁଥିଲୁ କିନ୍ତୁ ଏବେ ଏହି ସଂଖ୍ୟାରେ ୧୬ ହଜାରରେ ପହଞ୍ଚିଛି । ଏସସିବିରେ ୬୮ ଜଣ ‘CAPD’ ବା continuous ambulatory peritoneal dialysis ରେ ରହିଛନ୍ତି,’’ କହିଛନ୍ତି ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର ।

“କିଡନି ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଏସସିବି ବିଶ୍ବସ୍ତରୀୟ ହସପିଟାଲରେ ପରିବର୍ତ୍ତିତ ହେବା ପରେ ଅତ୍ୟାଧୁନିକ ପଦ୍ଧତିରେ କିଭଳି ଏହି ରୋଗର ଚିକିତ୍ସା କରାଯିବ ଆମ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି,” କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।
First published: March 13, 2020, 2:15 AM IST
corona virus btn
corona virus btn
Loading