News 18 Odia Digital
ଭୁବନେଶ୍ୱର: ଦହିବରା ଏପରି ଏକ ଷ୍ଟ୍ରିଟ୍ ଫୁଡ୍ (street food) ଯାହା ପ୍ରାୟତଃ ସବୁଲୋକଙ୍କୁ ପସନ୍ଦ ଆସିଥାଏ ଓ ଲୋକମାନେ ଏହାକୁ ବହୁତ ଖୁସିରେ ମଧ୍ୟ ଖାଇଥାନ୍ତି। ଏହା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ (testy) । ଦହିରେ ବୁଡାଯାଇଥିବା ବରା ଯେତେବେଳେ ପାଟିକୁ ଯାଏ ଏହା ପାଟିରେ ମିଳେଇ ଯାଏ । ଏହାର ଚଟପଟା ସ୍ୱାଦ ପାଟିକୁ ବହୁତ ସୁଆଦିଆ ଲାଗିଥାଏ । ପ୍ରାୟତଃ ଆପଣମାନେ ସମସ୍ତେ ଦହିବରା (dahi bara) ଖାଇଥିବେ । କିନ୍ତୁ, ଆପଣମାନେ ଦହିବରାର ଇତିହାସ ବିଷୟରେ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଯେ, ପ୍ରଥମ ଥର ଦହିବରା କେବେ ତିଆରି ହୋଇଥିଲା ଓ କେମିତି ଏହା ଏତେ ଲୋକପ୍ରିୟ (famous) ହେଲା ।
ଦହିବରା ଏକ ଭାରତୀୟ ଖାଦ୍ୟ (indian food) ଓ ଏହାର ଇତିହାସ ମଧ୍ୟ ବହୁ ବର୍ଷ ପୁରୁଣା । ଦ୍ୱାଦଶ ଶତାବ୍ଦୀରେ ସଂସ୍କୃତ ଗ୍ରନ୍ଥ ମାନସୋଲ୍ଲାସରେ ଏହା ' କ୍ଷୀରବଟା' ନାମରେ ଉଲ୍ଲେଖ ରହିଛି । ଏହା ସହିତ ଏହାର ପ୍ରମାଣ ଖ୍ରୀଷ୍ଟପୂର୍ବ ୫ଶହରେ ମଧ୍ୟ ମିଳିଛି । ଅବଶ୍ୟ, ଅନେକ ଯାଗାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଏହା ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ରୋଷେୟାମାନେ ଆବିଷ୍କାର କରିଥିଲେ ।
କେତେକ ରିପୋର୍ଟରେ କୁହାଯାଇଛି ଯେ ମୋଗଲ ଯୁଗର ଖାଦ୍ୟ ବହୁତ ଭାରି ଥିଲା ଓ ଏହା ସହଜରେ ହଜମ ହେଉନଥିଲା । ଏଥିପାଇଁ ମୋଗଲର ରୋଷେୟାମାନେ ଖାଦ୍ୟ ହଜମ ପ୍ରକିୟାରେ ସୁଧାର ଆଣିବା ପାଇଁ ଦହିରେ ବିଭିନ୍ନ ମସଲା ଓ ଜଡିବୁଟିର ବ୍ୟବହାର କରି ଦହିବରା ପ୍ରସ୍ତୁତ କରିଥିଲେ । ଏହା ପରଠାରୁ ଏହି ଚଟପଟା ସ୍ୱାଦିଷ୍ଟ ଖାଦ୍ୟଟି ଭାରତୀୟମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟତା ହୋଇଛି ।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଦହିବରା ପ୍ରଥମେ ଓଡ଼ିଶାରେ କଟକର ବିଡାନାସି ଠାରେ ପ୍ରସ୍ତୁତ ହୋଇଥିଲା । ଓଡ଼ିଶାରେ କଟକ ଦହିବରାର ଲୋକପ୍ରିୟତା ସବୁଠାରେ ରହିଛି । ଧିରେ ଧିରେ ଏହା କଟକ ସହ ସାରା ରାଜ୍ୟରେ ପ୍ରସିଦ୍ଧ ହୋଇଥିଲା । ଓଡ଼ିଶାରେ ଦହିବରାର ଚାହିଦା ଢେର ରହିଛି । ତେବେ ଏହି ଦହିବରା ଓଡ଼ିଆମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ । ଯେତେବେଳେ ବି ଦହିବରାର ନାମ ଆସେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ଏହା ସମସ୍ତଙ୍କର ପ୍ରିୟ ହୋଇଥାଏ । ଯାତ୍ରା ହେଉ ଅବା ମେଳା ସବୁଠାରେ ଦହିବରାର ଷ୍ଟଲ୍ ଦେଖିବାକୁ ମିଳିଥାଏ।
ତେବେ ୨୦୨୦ରେ ନୂଆଦିଲ୍ଲୀ (new delhi) ଠାରେ ଆୟୋଜିତ ହୋଇଥିବା ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ଓଡ଼ିଶାର ଦହିବରାକୁ ପୁରଷ୍କାର ମିଳିଥିଲା । ଓଡ଼ିଶାରେ ପ୍ରତି ବର୍ଷ ମାର୍ଚ୍ଚ ୧ତାରିଖକୁ ଦହିବରା ଦିବସ ଭାବରେ ପାଳନ କରାଯାଏ ।
ତେବେ ଦହିବରାର ଇତିହାସ ଯେତିକି ପୁରୁଣା ଏହା ମଧ୍ୟ ସାରା ଦେଶରେ ସେତିକି ଲୋକପ୍ରିୟ । ଅବଶ୍ୟ ଏହା ଅଲଗା ଅଲଗା ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ମରାଠିରେ ଏହାକୁ ଦହି ବଡ଼ା କୁହାଯାଏ, ପଞ୍ଜାବରେ ଏହାକୁ ଦହି ଭଲ୍ଲା, ତାମିଲରେ ଏହା ଥୟରି ବଡେ ନାମରେ ପରିଚିତ ଥିବାବେଳେ ଏହାକୁ ଓଡ଼ିଶା ଓ ବଙ୍ଗଳାରେ ଦହି ବରା କୁହାଯାଏ ।
ଏହି ଖବର ପଢ଼ନ୍ତୁ -
'ରାଜଧାନୀରେ ପାଗଳ ପ୍ରେମୀ ଲୁଟେରା' ! ଗର୍ଲଫ୍ରେଣ୍ଡକୁ ଗିଫ୍ଟ୍ ଦେବାକୁ କରୁଛି ଲୁଟ୍ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।