Corona symptoms: ଲକ୍ଷଣ ଥିଲେ ଯାଆନ୍ତୁ ନାହିଁ ପୁରୀ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ସାମାନ୍ୟ କୋଭିଡ୍ ଲକ୍ଷଣ ଥିଲେ ପୁରୀ ଯିବା ମନା । ଯଦି ଆପଣଙ୍କର କରୋନା ଲକ୍ଷଣ ଅଛି ତେବେ ପୁରୀ ଯାଆନ୍ତୁ ନାହିଁ ଏମିତି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଲକ୍ଷଣ ଥିଲେ ପୁରୀ ମନା

ଲକ୍ଷଣ ଥିଲେ ପୁରୀ ମନା

  • Share this:
News18 Odia Digital

ଭୁବନେଶ୍ୱର: ସାମାନ୍ୟ କୋଭିଡ ଲକ୍ଷଣ ଥିଲେ ପୁରୀ ଯିବା ମନା । ଯଦି ଆପଣଙ୍କର କରୋନା ଲକ୍ଷଣ ଅଛି ତେବେ ପୁରୀ ଯାଆନ୍ତୁ ନାହିଁ । ଏହା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଜୁଲାଇ ୧ ରୁ ରଥଯାତ୍ରା ଥିବାରୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ବର୍ତ୍ତମାନ ଦେଶରେ କରୋନା ଦୃତ ଗତିରେ ବଢୁଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା କରାଯାଉଛି ।

ଗତ ଦୁଇବର୍ଷ କରୋନା ମହାମାରୀ ଯୋଗୁଁ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଚଳିତ ବର୍ଷ ରଥଯାତ୍ରାରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ ଅନାଇ ବସିଛନ୍ତି । ରାଜ୍ୟରେ କରାେନାର ପ୍ରଭାବ ସେତେଟା ନଥିବା ବେଳେ ଭିଡ ଭଡିଲେ ସଂକ୍ରମଣ ବଢିପାରେ । ତେଣୁ ଯେଉଁମାନଙ୍କ ନିକଟରେ ଲକ୍ଷଣ ଦେଖା ଯାଉଛି ପୁରୀ ନ ଆସି ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ।

ଏହାସହ ରଥଯାତ୍ରାରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆମ ରାଜ୍ୟରେ ଦୁଇ ଅଙ୍କ ମଧ୍ୟରେ କରାେନା ସଂକ୍ରମଣ ରହିଛି । ଆଗକୁ ଯେମିତି ନବଢେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ପିଇବା ପାଣି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱଚ୍ଛ ପାଣି ପିଅନ୍ତୁ। ପରିବେଶକୁ ସଫା ସୁତୁରା ରଖନ୍ତୁ । ସେପଟେ ଦେଶରେ ୧୭ ହଜାର ଉପରେ ପୁଣି ଦୈନିକ ସଂକ୍ରମଣ । ଗତକାଲି ତୁଳନାରେ ବଢ଼ିଲା ୪୫ ପ୍ରତିଶତ ବଢିଛି ।
Published by:Soubhagya Mishra
First published: