News18 Odia Digital
ଭୁବନେଶ୍ବର: ରାଜଧାନୀର ରାଜଭବନ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣାର ତିନି ସପ୍ତାହ ପରେ ସେଠାରୁ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିବା ଜଣେ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।
ବିସ୍ଫୋରଣ ସ୍ଥଳରୁ ମିଳିଥିବା ମାଂସ ଖଣ୍ଡର ଡିଏନଏ ଟେଷ୍ଟ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ଇଞ୍ଜିନିଅର୍ ସୀମାଞ୍ଚଳ ପରିଡ଼ାଙ୍କର ସେହି ବିସ୍ଫୋରଣରେ ମୃତ୍ୟୁ ଘଟିଥିଲା । ସେହି ପେଟ୍ରୋଲ୍ ପମ୍ପରେ ଚାଲିଥିବା ଗ୍ୟାସ୍ ଟାଙ୍କି ମରାମତି ଓ ଉନ୍ନତିକରଣ କାର୍ଯ୍ୟରେ ଲାଗିଥିବା ସୀମାଞ୍ଚଳ ପରିଡ଼ା ବିସ୍ଫୋରଣ ପରେ ସେଠାରୁ ନିଖୋଜ ହୋଇଯାଇଥିଲେ । ସେଠାରେ ମିଳିଥିବା ମାଂସ ଖଣ୍ଡକୁ DNA ଟେଷ୍ଟ୍ ପାଇଁ ପଠାଇଥିଲା କମିଶନରେଟ୍ ପୋଲିସ । ଅକ୍ଟୋବର ୭ ତାରିଖରେ ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଥିଲା ।

ଡିଏନଏ ଟେଷ୍ଟ୍ ରିପୋର୍ଟ ବିଷୟରେ କହୁଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ।
‘‘ବିସ୍ଫୋରଣ ସଂକ୍ରାନ୍ତରେ ଡି.ଏନ୍.ଏ. ରିପୋର୍ଟ ମିଳିଛି । ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି ଯେ ଘଟଣାରେ ନିରୁଦ୍ଦିଷ୍ଟ ସୀମାଞ୍ଚଳ ପରିଡ଼ାଙ୍କର ବିସ୍ଫୋରଣରେ ମୃତ୍ୟୁ ହୋଇଛି । ଏହି ତଥ୍ୟ ଆମେ ତାଙ୍କ ପରିବାର ବର୍ଗଙ୍କୁ ଜଣେଇ ଦେଇଛୁ । ଆମେ ଗଭୀର ସମବେଦନା ଜ୍ଞାପନ କରୁଛୁ । ଆଇଓସି (Indian Oil Corporation) କର୍ତ୍ତୃପକ୍ଷଙ୍କୁ ବି ଏ ସଂକ୍ରାନ୍ତରେ ଜଣେଇ ଦିଆଯାଉଛି, ଫଳରେ ତାଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ମିଳିପାରିବ,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ।
ଏହା ବି ପଢ଼ନ୍ତୁ | ଘର ତିଆରି ପାଇଁ ଗୋଲ୍ଡ ଲୋନ୍ କରିବାକୁ ପତି ଗହଣା ମାଗିଲାରୁ ସ୍ତ୍ରୀ ଛାଡ଼ପତ୍ରର ଧମକ ଦେଲେସୀମାଞ୍ଚଳଙ୍କ ନିଖୋଜ ହେବା ପରେ ତାଙ୍କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଏହି ବିସ୍ଫୋରଣ ଘଟଣାରେ ସୀମାଞ୍ଚଳ ପରିଡ଼ାଙ୍କୁ ମିଶାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଡିଏନଏ ରିପୋର୍ଟରେ ଦିଆଯାଇ ନାହିଁ ବୋଲି କହିଛନ୍ତି ଷଢ଼ଙ୍ଗୀ । ପୋଲିସର ତଦନ୍ତ ଚାଲିଛି ଓ ଦିନେ ବା ଦୁଇ ଦିନ ମଧ୍ୟରେ ପୋଲିସ ଏହି ବିସ୍ଫୋରଣ ବିଷୟରେ ଅଧିକ ତଥ୍ୟ ଦେବ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!ଗ୍ୟାସ୍ ଟାଙ୍କି ମରାମତି ପାଇଁ ସୀମାଞ୍ଚଳ ପରିଡ଼ା କଲିକତାରୁ ଭୁବନେଶ୍ଵର ଆସିଥିଲେ l ଅକ୍ଟୋବର ୭ରେ କାମ ସରିବା ପରେ ରାତାରାତି ସେ କୋଲକାତା ଫେରିଯାଇଥାନ୍ତେ l ହେଲେ ବିସ୍ଫୋରଣ ପର ଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳି ନ ଥିଲା l ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ତିନି ଜଣ ଲୋକଙ୍କ ମଧ୍ୟରୁ ଜଣଙ୍କର (ଆସିକା ରଘୁନାଥ ନଗରର ସତ୍ୟ ନାୟକ) ମୃତ୍ୟୁ ଘଟିଥିଲା ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱର Blast: ନିଖୋଜ ଇଞ୍ଜିନିୟରଙ୍କ ‘ପ୍ରତୀକ ଶବ ସଂସ୍କାର’ ହେଲା; ଫେରିବାକୁ ଅନେଇଛି ପତ୍ନୀ‘‘ଗ୍ୟାସ୍ ଟାଙ୍କିରେ ବିସ୍ଫୋରଣ ଘଟିବା ପୂର୍ବରୁ ସେ (ସୀମାଞ୍ଚଳ) IOCLର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫୋନ୍ କରିଥିଲେ l କିନ୍ତୁ ସେ ଫୋନ ରିସିଭ କରି ନ ଥିଲେ l ବୋଧେ ବିସ୍ଫୋରଣ ପୂର୍ବରୁ ଏଲପିଜି ଟାଙ୍କିରେ କିଛି ସମସ୍ୟା ଥିବା ସେ ଜାଣିପାରି ଅଧିକାରୀଙ୍କୁ ଫୋନ କରିଥିଲେ l ଯଦି ସେ ଫୋନ୍ ଉଠାଇଥାନ୍ତେ, ତେବେ ହୁଏତ ଏମିତି ବଡ଼ ଧରଣର ଅଘଟଣ ଘଟି ନ ଥାନ୍ତା,’’ ବିସ୍ଫୋରଣ ପରେ କହିଥିଲେ ସୀମାଞ୍ଚଳଙ୍କ ଭାଇ ମଙ୍ଗତ ପରିଡ଼ା ।
ବିସ୍ଫୋରଣ ଘଟଣାର ତିନି ଦିନ ପରେ ବି ସୀମାଞ୍ଚଳ ପରିଡ଼ାଙ୍କର ପତ୍ତା ନ ମିଳିବାରୁ ଗଞ୍ଜାମ ଜିଲ୍ଲାର ଆସିକା ବ୍ଳକ ଓ ବୁଗୁଡ଼ା ଥାନା ଅନ୍ତର୍ଗତ ଗହଙ୍ଗୁ ଗାଁରେ
ତାଙ୍କ ‘‘ପ୍ରତୀକ ଶବ ସତ୍କାର’’ କରାଯାଇଥିଲା । ଏହି ଶବ ଯାତ୍ରା ଓ ଶବ ସଂସ୍କାରରେ ଶବ ନ ଥିଲା । ଶୋକାକୁଳ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କ ପ୍ରତୀକ ଶବ ଯାତ୍ରା ଓ ଶବ ସଂସ୍କାର । କୁଟାରେ (ପାଳ ବା ନଡ଼ାରେ) ଏକ ମାନବ ଶରୀରର ଆକୃତି (କୁଶ ପୁତ୍ତଳିକା) ତିଆରି କରି ତାକୁ କୋକେଇରେ ରଖିଥିଲେ ସୀମାଞ୍ଚଳଙ୍କ ପରିଜନ ଓ ଗ୍ରାମବାସୀମାନେ । ତା’ ପରେ ‘‘ଶବ ଦାହ’’ କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।