ରାଜ୍ୟରେ ଆଜି ଠାରୁ ଆରମ୍ଭ ହେବ DL ଓ LL ଟେଷ୍ଟ; ଚଳଚଞ୍ଚଳ ହୋଇଛି ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍

ରାଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ ଗତ ୧୮ ମାର୍ଚ୍ଚ ୨୦୨୦ ରୁ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ଯେଉଁ ମାନଙ୍କ DL ଓ LL ର ଅବଧି ସରୁଛି ତାହା ପୂର୍ବ ଘୋଷଣା ଅନୁସାରେ ଡିସେମ୍ବର ୩୧ ପର୍ଯ୍ୟନ୍ତ କାଏମ ରହିବ । ତେବେ ଅଫଲାଇନ ଆବେଦନକୁ ଏଥର ବନ୍ଦ ରଖାଯାଇଥିବା ବେଳେ କେବଳ ଅନଲାଇନ ଆବେଦନକୁ ଗୁରୁତ୍ୱ ଦିଆଯିବ।

ରାଜ୍ୟରେ ଆଜି ଠାରୁ ଆରମ୍ଭ ହେବ DL ଓ LL ଟେଷ୍ଟ; ଚଳଚଞ୍ଚଳ ହୋଇଛି ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍
DL ଓ LL ଟେଷ୍ଟ ପୂର୍ବରୁ ଚଳଚଞ୍ଚଳ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ
  • News18 Odia
  • Last Updated: September 18, 2020, 1:07 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଦୀର୍ଘ ୬ ମାସ ବ୍ୟବଧାନରେ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଥିବା DL ଓ LL ଟେଷ୍ଟ ପାଇଁ ବିଭିନ୍ନ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲମ୍ବା ସମୟ ଧରି ଅବ୍ୟବହୃତ ହୋଇ ପଡି ରହିଥିବା ଦୁଇ ଚକିଆ ଓ ଚାରି ଚକିଆ ଜାନ ଟେଷ୍ଟିଂ ଟ୍ରାକର ମରାମତି କାମ ଆରମ୍ଭ ହେବା ସହିତ ସରକାରୀ କୋଭିଡ ଗାଇଡ଼ ଲାଇନ ପାଳନ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି । ତେବେ ଟେଷ୍ଟ ପ୍ରକ୍ରିୟାରେ ପ୍ରଥମେ ପୁରୁଣା ଆବେଦନକାରୀ ବା ଲକଡାଉନ ଓ ସଟଡାଉନ ପୂର୍ବରୁ ଆବେଦନକାରୀଙ୍କୁ ଗୁରୁତ୍ୱ ଦିଆଯିବା ସହିତ ଦୈନିକ ମାତ୍ର ୪୦ ପ୍ରତିଶତ ଟେଷ୍ଟିଂ କରାଯିବାକୁ ନିଷ୍ପତ୍ତି ହୋଇଛି ।

ରାଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ସଟଡାଉନ ଲାଗୁହେବା କାରଣ ଯୋଗୁଁ ଗତ ମାର୍ଚ୍ଚ ୧୮ତାରିଖରୁ ଡ୍ରାଇଭିଂ ଟେଷ୍ଟ ବନ୍ଦ ରହିଛି । ଟେଷ୍ଟିଂ ବନ୍ଦ ରହିଥିବା କାରଣରୁ ହଜାର ହଜାର ଆବେଦନ ଏବେ ପର୍ଯ୍ୟନ୍ତ ପଡି ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୮ ତାରିଖରୁ ପୁଣି ଥରେ ଡ୍ରାଇଭିଂ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ସରକାରୀ ବ୍ୟବସ୍ଥା ଅନୁସାରେ କେବଳ ଲକଡାଉନ ଓ ସଟଡାଉନ ପୂର୍ବରୁ DL ଓ LL ଆବେଦନକାରୀଙ୍କୁ କେବଳ ଅନଲାଇନରେ ପ୍ରାଥମିକତା ମିଳିବ । ଏହାପରେ ନୂଆ କରି DL ଓ LL ଆବେଦନକାରୀଙ୍କୁ ଆବେଦନ ପାଇଁ ସୁଯୋଗ ମିଳିବ।

ତେବେ ସାନି ଟେଷ୍ଟିଂ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ପରିବହନ ବିଭାଗ କିଛି ସର୍ତ୍ତ ରଖିଛି । ରାଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ ଗତ ୧୮ ମାର୍ଚ୍ଚ ୨୦୨୦ ଓ ୩୧ ଡିସେମ୍ବର ୨୦୨୦ ଭିତରେ ଯେଉଁ ମାନଙ୍କ DL ଓ LL ର ଅବଧି ସରୁଛି ତାହା ପୂର୍ବ ଘୋଷଣା ଅନୁସାରେ ଡିସେମ୍ବର ୩୧ ପର୍ଯ୍ୟନ୍ତ କାଏମ ରହିବ । ତେବେ ଅଫଲାଇନ ଆବେଦନକୁ ଏଥର ବନ୍ଦ ରଖାଯାଇଥିବା ବେଳେ କେବଳ ଅନଲାଇନ ଆବେଦନକୁ ଗୁରୁତ୍ୱ ଦିଆଯିବ।

ନିୟମ ଅନୁସାରେ ପୂର୍ବରୁ ପଡିଥିବା ଆବେଦନକୁ ପ୍ରଥମେ ବିଚାରକୁ ନିଆଯିବ । କୋଭିଡ କାରଣରୁ ମାତ୍ର ୪୦ ପ୍ରତିଶତ ଆବେଦନକୁ ଗୁରୁତ୍ୱ ଦିଆଯିବ । ପରେ ନୂଆ ଡିDL ଓ LL ଟେଷ୍ଟ ଆବେଦନକୁ ବିଚାରକୁ ନିଆଯିବ । କଣ୍ଟେନମେଣ୍ଟ ଜୋନରୁ ଆସିଥିବା ଆବେଦନକାରିଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ । ଟେଷ୍ଟିଂ ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ବାଧ୍ୟତାମୂଳକ। ଟେଷ୍ଟ ପାଇଁ ଆବେଦନକାରୀ କାହାରିକୁ ସାଙ୍ଗରେ ନ ଆଣିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ପରିବହନ ବିଭାଗର ଏଭଳି ନିଷ୍ପତ୍ତି କୁ ସ୍ୱାଗତ କରିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ । "ବହୁ ବିଳମ୍ବରେ ବି ରାଜ୍ୟ ପରିବହନ ବିଭାଗର ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ହେଲେ ଆରମ୍ଭରେ ଟେଷ୍ଟ ପାଇଁ ଧାର୍ଯ୍ୟ ହୋଇ ଥିବା ଦୈନିକ ମାତ୍ର ୨୪ ଟି ସ୍ଲଟକୁ ବୃଦ୍ଧି କରାଯିବା ଜରୁରୀ," କହିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ ।

''ଏବେବି କୋଭିଡ ସଂକ୍ରମଣର ଆଶଙ୍କା ସରିନାହଁ । ଏଭଳି ସମୟରେ DL ଓ LL ଟେଷ୍ଟ ପ୍ରକ୍ରିୟା ଆରମ୍ଭ ଅବଧିକୁ ଡ଼ିସେମ୍ବର ପରେ କରାଯିବା ଉଚିତ,'' କହିଛନ୍ତି ରୋଡ଼ ସେଫ୍ଟି ସୋସାଇଟିର ସଦସ୍ୟ ପ୍ରକାଶ ମହାପାତ୍ର ।
Published by: Jagdish Barik
First published: September 16, 2020, 7:53 PM IST
corona virus btn
corona virus btn
Loading