News 18 Odia Digital
ଭୁବନେଶ୍ୱର: ଆସିଲା ଡିଜେ ଆଜେକ୍ସଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ନାହିଁ ଚିହ୍ନ । ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ଥାନାରେ (police station) ହାଜର ପାଇଁ ଆଜେକ୍ସଙ୍କ ବାନ୍ଧବୀଙ୍କୁ ନୋଟିସ । ଆଜି ଖାରବେଳନଗର ଥାନାରେ ହାଜର ହୋଇପାରନ୍ତି ଆଜେକ୍ସଙ୍କ ବାନ୍ଧବୀ । ଆଜେକ୍ସ ଆତ୍ମହତ୍ୟା ପଛରେ ବାନ୍ଧବୀଙ୍କ ହାତ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ IPC ଦଫା ୩୦୬ରେ ମାମଲା ରୁଜୁ କରିଛି ।
ଡିଜେ ଆଲେକ୍ସ ଓରଫ୍ ଅକ୍ଷୟ ମହାରଣା ସାଙ୍ଗଙ୍କ ସଙ୍ଗୀନ ଅଭିଯୋଗ ଗତକାଲି ସାମ୍ନାକୁ ଆସିଥିଲା । ଆଜେକ୍ସଙ୍କ ବାନ୍ଧବୀ ତାଙ୍କୁ ଦୂରେଇ ଯିବାକୁ କହିଥିଲେ । ନଚେତ ତାଙ୍କ ନିକଟରେ ଥିବା ବ୍ୟକ୍ତିଗତ ଫଟୋ (personal photo) ଭିଡିଓକୁ ଭାଇରାଲ୍ କରିଦେବେ ବୋଲି ଧମକ ଦେଉଥିଲେ । ଏମିତିକି ଆତ୍ମହତ୍ୟା ପୂର୍ବଦିନ ଅର୍ଥାତ ଶୁକ୍ରବାର (Friday) ରାତିରେ ଆଜେକ୍ସଙ୍କୁ ମାଡ଼ ମାରିଥିଲେ ବାନ୍ଧବୀ । ସେପଟେ ଭେଣ୍ଡାପୁଅକୁ ହରେଇ ଭାଙ୍ଗି ପଡ଼ିଛନ୍ତି ପରିବାର । ଏକ ମାତ୍ର ପୁଅକୁ ହରାଇବା ପରେ ମାଆ ଆଖିରୁ ଲୁହ ଶୁଖୁନି । ଆଜେକ୍ସଙ୍କ ମାଆ (mother) କହିଛନ୍ତି, ପୁଅ ମୃତ୍ୟୁ ପାଇଁ ବାନ୍ଧବୀ ହିଁ ଦାୟୀ । କାରଣ ସେ ତାକୁ ବହୁତ ଭଲ ପାଉଥିଲା । ଉଭୟ ସବୁଆଡ଼େ ବୁଲୁଥିଲେ । ଏପରିକି ବିବାହ (marriage) ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା ।
ସେପଟେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ଆଉ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଆଜେକ୍ସ ଆତ୍ମହତ୍ୟା ପୂର୍ବରୁ ରୁମ୍ରେ ଥିବା ଘଣ୍ଟାରୁ ବ୍ୟାଟେରୀ (battery) ଖୋଲି ଦେଇଥିଲେ । ଏପରିକି ରୁମ୍ରେ ଥିବା କଣ୍ଢେଇ ଗୁଡ଼ିକର ମୁହଁ ପଛକୁ କରି ଦେଇଥିଲେ ।
ସେହିପରି ଆଜେକ୍ସଙ୍କ ସାଙ୍ଗ ତଥା ଡିଜେ କେଟି କହିଛନ୍ତି, ତାଙ୍କରି ପ୍ରଫେସନରେ କୌଣସି ମାନସିକ ଚାପ (mentally pressure) ନଥାଏ । ପ୍ରକୃତ ସତ ସାମ୍ନାକୁ ଆସୁ । ସେପଟେ ପୋଲିସ କହିଛି ପରିବାର ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ତଦନ୍ତ ପରିସରଭୁକ୍ତ କରାଯାଇଛି । ଘଟଣାର ଗୁରୁତ୍ୱ ଦେଖି ଏକ ସ୍ୱତନ୍ତ୍ର ଟିମ୍ ଜରିଆରେ ତଦନ୍ତ (investigation) ଚାଲିଛି । ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କର ସାଙ୍ଗଙ୍କ ବିରୁଦ୍ଧରେ ଆଇପିସି (ipc) ତଫା ୩୦୬ ଓ ୩୪ରେ ମାମଲା ରୁଜୁ ହୋଇଛି । ଖୁବ ଶୀଘ୍ର ସେମାନଙ୍କୁ ଜେରା କରାଯିବ ।
ଏହି ଖବର ପଢ଼ନ୍ତୁ -
ମହାନଦୀର ବିକଳ ସ୍ଥିତି: ଛତିଶଗଡ଼ କାରଣରୁ ମହାନଦୀ ପାଲଟିଛି ମଲା ନଈ !DJ ଆଜେକ୍ସ ଆତ୍ମହତ୍ୟା ପଛର କାରଣ କଣ ? ଏମିତି କଣ ଘଟିଲା ତାକୁ ନେଇ ସେ ଏତେ ବଡ ଚରମ ପଦକ୍ଷେପ ନେଲେ ? ବାନ୍ଧବୀ ଯେଉଁ ଫଟୋ ଭିଡିଓ, ଫୋଟୋ ଭାଇରାଲ୍ କରିବେ ବୋଲି କହୁଥିଲେ ସେଥିରେ କଣ ରହିଛି ? ଆଜେକ୍ସ ଏବଂ ପ୍ରେମିକା ଭିତରେ ଆସିଥିବା ତୃତୀୟ ବ୍ୟକ୍ତିଙ୍କ ଭୂମିକା କଣ ? ଯଦି ଆଜେକ୍ସ ବିବାହ କରିବାକୁ ଚାହୁଁଥିଲେ ତାହାହେଲେ ବାନ୍ଧବୀ ଦୂରେଇ ଯିବାକୁ ଚାହୁଁଥିଲେ କାହିଁକି ?
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।