News18 Odia Digital
ଭୁବନେଶ୍ୱର: ଯେତେବେଳେ ଝଗଡା ହୁଏ , ତମେ ମୋତେ କୁହ ତମେ ଭୂତ ହୋଇଯା, ଗାଏବ ହୋଇଯା । ଏବେ ସବୁଦିନ ପାଇଁ ଭୂତ ହୋଇ ଯାଉଛି । ବହୁ ଦୂରକୁ ଯାଉଛି..ବାନ୍ଧବୀଙ୍କୁ ଏଥିଲା ଆଜେକ୍ସଙ୍କ ଶେଷ ଅଡ଼ିଓ ବାର୍ତ୍ତା ।
ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ମୃତ୍ୟୁ ପୂର୍ବର ଫଟୋ। ଯାହାକୁ ମୃତ୍ଯୁ ପୂର୍ବରୁ ନିଜ ବାନ୍ଧବୀଙ୍କୁ ମେଲ କରିଥିଲେ । ବର୍ତ୍ତମାନ ଫଟୋ ଆସିବା ପରେ ଆଲୋଚନା ଜୋର ଧରିଛି। ଆଜେକ୍ସ ଫଟୋ ପଠାଇ ଲେଖିଛନ୍ତି, ମୁଁ ତୁମ ଠାରୁ ଦୂରେଇ ଯିବା ପରେ ଭାବିବନି ଏସବୁ ଭୁତ ପଠାଇଛି। ପ୍ରଥମ ଫଟୋରେ ଅଛି ବାନ୍ଧବୀ ଓ ତାଙ୍କର ବନ୍ଧୁଙ୍କ ଏକ ଜୁସ ପିଇବାର ଫଟୋ । ଯାହାକୁ ନେଇ ଆଜେକ୍ସ ଲେଖିଛନ୍ତି ମୋ ସହ ଏମିତି କେବେ ଷ୍ଟାଟସ ରଖିନ । ଏଇଟା ମୋତେ କଷ୍ଟ ହେଉଛି। ସପ୍ତାହ ହେଲେଣି ସେ ଶୋଇ ପାରୁନି । ସ୍ଲିପିଂ ଟାବଲେଟ ଖାଉଛନ୍ତି। ମାନସିକ ଚାପରେ ମଧ୍ଯ ଅଛନ୍ତି ବୋଲି କହିଛନ୍ତି ଆଜେକ୍ସ ।
ମୃତ୍ୟୁ ପୂର୍ବରୁ ବାନ୍ଧବୀ ପଠାଇ ଥିବା ଅଡ଼ିଓ ବାର୍ତ୍ତା ମଧ୍ଯ ସାମ୍ନାକୁ ଆସିଛି । ଆଜେକ୍ସ ସେୟାର କରିଥିବା ଫଟୋ ସେ କାନ୍ଦୁଥିବାର ନଜର ଆସିଛି । ଦେଖ ମୁଁ ତୁମ ମନ ପସନ୍ଦର ଡ୍ରେସ ପିନ୍ଧିଛି । ଯେଉଁଟା ତମେ ଦେଇଥିଲ। ମୁଁ ଏବେ ଯାଉଛି, ତମେ ଖୁସିରେ ରୁହ । ମୁଁ ହାରିଗଲି, ମୁଁ ମରି ଯାଉଛି । ମୁଁ ତୁମଠୁ ଯେଉଁ ଭଲ ପାଇବା ପାଇବା କଥା ପାଇଲିନି, ତେଣୁ ଅନ୍ୟ ଜଣଙ୍କ ସହ କଥା ହୋଇଗଲି ବୋଲି କହିଛନ୍ତି ଆଜେକ୍ସ ।
ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣା: ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ !
ଆଜେକ୍ସ ଆତ୍ମହତ୍ୟା ପଛରେ ବାନ୍ଧବୀଙ୍କ ହାତ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ IPC ଦଫା ୩୦୬ରେ ମାମଲା ରୁଜୁ କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।