ସାଙ୍ଗ ଖୋଲିଲେ ଡିଜେ ଆଜେକ୍ସ ଆତ୍ମହତ୍ୟା ପଛର ଗୁମର !

ସାଙ୍ଗ ଖୋଲିଲେ ଡିଜେ ଆଜେକ୍ସ ଆତ୍ମହତ୍ୟା ପଛର ଗୁମର । ଆତ୍ମହତ୍ୟା କରିବା ପୂର୍ବରୁ ରାତିରେ ଆଜେକ୍ସଙ୍କୁ ମାଡ଼ ମାରିଥିଲେ ବାନ୍ଧବୀ । ଦୁରେଇ ଯିବାକୁ ଧମକ ଦେଉଥିଲେ ନଚେତ କିଛି ବ୍ୟକ୍ତିଗତ ଫଟୋ ଭିଡ଼ିଓ ଭାଇରଲ କରିବାକୁ ଧମକ ଦେଉଥିଲେ ।

ସାଙ୍ଗ ଖୋଲିଲେ ଡିଜେ ଆଜେକ୍ସ ଆତ୍ମହତ୍ୟା ପଛର ଗୁମର !

ସାଙ୍ଗ ଖୋଲିଲେ ଡିଜେ ଆଜେକ୍ସ ଆତ୍ମହତ୍ୟା ପଛର ଗୁମର !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଲେକ୍ସ ଓରଫ୍‌ ଅକ୍ଷୟ ମହାରଣା ସାଙ୍ଗଙ୍କ ସଙ୍ଗୀନ ଅଭିଯୋଗ । ଆଜେକ୍ସଙ୍କ ବାନ୍ଧବୀ ତାଙ୍କୁ ଦୂରେଇ ଯିବାକୁ କହିଥିଲେ । ନଚେତ ତାଙ୍କ ନିକଟରେ ଥିବା ବ୍ୟକ୍ତିଗତ ଫଟୋ (personal photo) ଭିଡିଓକୁ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଉଥିଲେ । ଏମିତିକି ଆତ୍ମହତ୍ୟା ପୂର୍ବଦିନ ଅର୍ଥାତ ଶୁକ୍ରବାର (Friday) ରାତିରେ ଆଜେକ୍ସଙ୍କୁ ମାଡ଼ ମାରିଥିଲେ ବାନ୍ଧବୀ । ସେପଟେ ଭେଣ୍ଡାପୁଅକୁ ହରେଇ ଭାଙ୍ଗି ପଡ଼ିଛନ୍ତି ପରିବାର । ଏକ ମାତ୍ର ପୁଅକୁ ହରାଇବା ପରେ ମାଆ ଆଖିରୁ ଲୁହ ଶୁଖୁନି । ଆଜେକ୍ସଙ୍କ ମାଆ (mother) କହିଛନ୍ତି, ପୁଅ ମୃତ୍ୟୁ ପାଇଁ ବାନ୍ଧବୀ ହିଁ ଦାୟୀ । କାରଣ ସେ ତାକୁ ବହୁତ ଭଲ ପାଉଥିଲା । ଉଭୟ ସବୁଆଡ଼େ ବୁଲୁଥିଲେ । ଏପରିକି ବିବାହ (marriage) ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା ।

ସେପଟେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ଆଉ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଆଜେକ୍ସ ଆତ୍ମହତ୍ୟା ପୂର୍ବରୁ ରୁମ୍‌ରେ ଥିବା ଘଣ୍ଟାରୁ ବ୍ୟାଟେରୀ (battery) ଖୋଲି ଦେଇଥିଲେ । ଏପରିକି ରୁମ୍‌ରେ ଥିବା କଣ୍ଢେଇ ଗୁଡ଼ିକର ମୁହଁ ପଛକୁ କରି ଦେଇଥିଲେ ।

ସେହିପରି ଆଜେକ୍ସଙ୍କ ସାଙ୍ଗ ତଥା ଡିଜେ କେଟି କହିଛନ୍ତି, ତାଙ୍କରି ପ୍ରଫେସନରେ କୌଣସି ମାନସିକ ଚାପ (mentally pressure) ନଥାଏ । ପ୍ରକୃତ ସତ ସାମ୍ନାକୁ ଆସୁ । ସେପଟେ ପୋଲିସ କହିଛି ପରିବାର ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ତଦନ୍ତ ପରିସରଭୁକ୍ତ କରାଯାଇଛି । ଘଟଣାର ଗୁରୁତ୍ୱ ଦେଖି ଏକ ସ୍ୱତନ୍ତ୍ର ଟିମ୍‌ ଜରିଆରେ ତଦନ୍ତ (investigation) ଚାଲିଛି । ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କର ସାଙ୍ଗଙ୍କ ବିରୁଦ୍ଧରେ ଆଇପିସି (ipc) ତଫା ୩୦୬ ଓ ୩୪ରେ ମାମଲା ରୁଜୁ ହୋଇଛି । ଖୁବ ଶୀଘ୍ର ସେମାନଙ୍କୁ ଜେରା କରାଯିବ । ସିଡିଆର୍‌ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ହୁଏତ ଆତ୍ମହତ୍ୟାର କାରଣ ଜଣା ପଡିବ ।

ଏହି ଖବର ପଢ଼ନ୍ତୁ -  ମହାନଦୀର ବିକଳ ସ୍ଥିତି: ଛତିଶଗଡ଼ କାରଣରୁ ମହାନଦୀ ପାଲଟିଛି ମଲା ନଈ !

DJ ଆଜେକ୍ସ ଆତ୍ମହତ୍ୟା ପଛର କାରଣ କଣ ? ଏମିତି କଣ ଘଟିଲା ତାକୁ ନେଇ ସେ ଏତେ ବଡ ଚରମ ପଦକ୍ଷେପ ନେଲେ ? ବାନ୍ଧବୀ ଯେଉଁ ଫଟୋ ଭିଡିଓ, ଫୋଟୋ ଭାଇରାଲ୍‌ କରିବେ ବୋଲି କହୁଥିଲେ ସେଥିରେ କଣ ରହିଛି ? ଆଜେକ୍ସ ଏବଂ ପ୍ରେମିକା ଭିତରେ ଆସିଥିବା ତୃତୀୟ ବ୍ୟକ୍ତିଙ୍କ ଭୂମିକା କଣ ? ଯଦି ଆଜେକ୍ସ ବିବାହ କରିବାକୁ ଚାହୁଁଥିଲେ ତାହାହେଲେ ବାନ୍ଧବୀ ଦୂରେଇ ଯିବାକୁ ଚାହୁଁଥିଲେ କାହିଁକି ?
Published by:Soubhagya Mishra
First published: