News18 Odia Digital
ପୁରୀ : ଭାରତୀୟ ବଂଶୋଭବ କାନାଡାରେ ରହୁଥିବା ଓଡିଆ ଝିଅଙ୍କ କଣ୍ଠରେ ଗୀତାର ଶ୍ଲୋକ ଓ ଭାଗବତର ବାଣୀ । ସେତିକି ନୁହେଁ ୧୪ ବର୍ଷର ଝିଅ ଦିତ୍ୟା ଯୋଶୀ ଷ୍ଟାଣ୍ଡାର୍ଡ ୯ରେ ଟରଣ୍ଟୋର ସେଣ୍ଟ ପଲ ସ୍କୁଲରେ ପଡୁଥିଲେ ବି ଭାରତୀୟ ପରମ୍ପରା ଓ ସଂସ୍କୃତି ପ୍ରତି ସେ ଆକର୍ଷିତ । ପ୍ରଥମେ କାନାଡାରେ ପଢୁଥିବା ବେଳେ ବର୍ଣ୍ଣବୌଷମ୍ଯର ଶିକାର ହେଉଥିଲେ ବି ସେ ତାହାକୁ ଅତି ସୁନ୍ଧର ଭାବେ ଭାରତୀୟ ସଂସ୍କୃତି କଣ ତାହା ସେଠାକାର ପିଲାଙ୍କୁ ଶିକ୍ଷା ଦେଉଥିଲେ । ପୁଣି ରଥଯାତ୍ରା ବେଳେ ଏକ କିଡ୍ସ ସୋ କରି ନିଜର ପ୍ରତିଭା ଦେଖାଇଥିଲେ । ସେ ଗୀତାର ୧୮ଟି ଅଧ୍ଯାୟ ଶେଷ କରିସାରିଛନ୍ତି ।
ଜୀବନରେ ଲକ୍ଷ୍ଯ ରଖିଛନ୍ତି ଡାକ୍ତର ହେବେ ରୋଗୀକୁ ଔଷଧ ନୁହେଁ ଗୀତା ଜ୍ଞାନର ମାର୍ଗଦର୍ଶନ ଦେଇ ସୁସ୍ଥ ଜୀବନଯାପନର ବାର୍ତ୍ତା ପ୍ରଚାର କରିବେ । ତେବେ ଖାଲି ସେତିକି ନୁହେଁ ମହିଷାମର୍ଦ୍ଧିନୀ ସ୍ତୋସ୍ତ୍ର , ଶିବ ଅଷ୍ଟକମ ଓ ଜଗନ୍ନାଥ ଅଷ୍ଟକମ ଆଦି ତାଙ୍କ ମୁହଁରେ । ପୁଣି ପ୍ରତିଟି ପରିବାରରେ ଗୀତା ଜ୍ଞାନକୁ ପିଲାଙ୍କୁ ଶିକ୍ଷା ଦେବା ଦରକାର । ଆମ ଧର୍ମରେ ଗୋମାତାଙ୍କ ପୂଜନ ଓ ସେବା ଥିବାରୁ ମୋ ଜେଜେ ମା’ ଏହି କାର୍ଯ୍ଯ କରୁଥିବାରୁ ଆମେ ସେହିଠାରୁ ଶିକ୍ଷାଲାଭ କରିଛୁ ଓ ଗୋ ମାତା’ଙ୍କ ଦେହରେ ୩୩ କୋଟି ଦେବତା ରହିଥିବାରୁ ଗୋ ମାତା ସେବା ଆମ ପାଇଁ ଅପରିହାର୍ଯ୍ଯ । ତେଣୁ ଆମେ ସଦମାର୍ଗରେ ଯିବାକୁ ହେଲେ ଗୀତାର ମାର୍ଗଦର୍ଶନ ଦୈନିନ୍ଦନ ଜୀବନରେ ବେଶ ଉପଯୋଗୀ ବୋଲି କହିଛନ୍ତି ଦିତ୍ଯା ଯୋଶୀ । ତେବେ ଦିତ୍ଯା ଯୋଶୀଙ୍କ ବାପା ଗୋପାଳ ଯୋଶୀ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ କାର୍ଯ୍ଯ କାନାଡାରେ କରୁଥିବା ବେଳେ ସେଠାର ନାଗରିକତ୍ୱ ଗ୍ରହଣ କରିଥିବା ବେଳେ ଘରେ ଭାରତୀୟ ପର୍ବ ମଧ୍ୟ ପାଳନ କରନ୍ତି ।
ଦିତ୍ଯାଙ୍କ ବାପା ୨୦୦୯ରେ କାନାଡାରେ ଚାକିରି ପାଇବା ପରେ ସେଠାକୁ ନିଜ ପରିବାରକୁ ନେଇଥିଲେ । ଆଉ ସେତେବେଳେ ଦିତ୍ଯା ବିଦ୍ଯାଳୟରେ ପାଠ ପଢିବା ସମୟରେ ବର୍ଣ୍ଣବୈଷମ୍ଯର ଶିକାର ହୋଇଥିଲେ । ମାତ୍ର ସେ ଭାରତୀୟ ପରମ୍ପରା କଣ ଓ ଆମ ସଂସ୍କୃତି ଏବଂ ଚଳଣୀ କିଭଳି ସେ ବିଷୟରେ ଗୀତାର ଜ୍ଞାନ ଅନୁସାରେ ପିଲାମାନଙ୍କୁ ବୁଝାଇଥିଲେ । ଖାଲି ସେତିକି ନୁହେଁ ମୁଣ୍ଡରେ ବିନ୍ଦି ବା ଟିକିଲି ହେଉଛି ଆମର ତୃତୀୟ ନେତ୍ର , ଆଖି ତଳେ କଳା ଲଗାଇଲେ ଆଖିର ଲୁବ୍ରିକେଟିଂ ଦକ୍ଷତା ବୃଦ୍ଧି ହେବ । ମସଲା ଖାଦ୍ଯରେ ଆମେ ହଳଦୀ ଓ ଅଦା ରସୁଣ ଆଦି ହେଉଛି ଆୟୁର୍ବେଦ । ତେବେ ଏସବୁ ଦିତ୍ଯା ତାଙ୍କ କାନାଡ଼ାରେ ଥିବା ସାଙ୍ଗମାନଙ୍କୁ ବୁଝାଉ ଥିଲେ ।
ପଢନ୍ତୁ ପୂରା ଖବର :
http://PM Modi In Meghalaya : ପୂର୍ବାଞ୍ଚଳକୁ କଂଗ୍ରେସ, ATM ଭାବେ ବ୍ୟବହାର କରୁଛି : ମୋଦି\ସେପଟେ ଦିତ୍ଯା ଖାଲି କାନାଡିଆନ୍ ଭାଷା ନୁହେଁ ଦେବନଗରୀ ସଂସ୍କୃତ ଭାଷା ବି ଅଧ୍ଯୟନ କରୁଛନ୍ତି । ଆଉ ହିନ୍ଦି କହୁଥିବା ବେଳେ ଓଡିଆ ବି ଟିକେ ଟିକେ କହୁଛନ୍ତି ଓ ବୁଝୁଛନ୍ତି । ତେବେ ସେ ଘରେ ଖାଲିରେ ବସିବା ବେଳେ ଜଗନ୍ନାଥ ଅଷ୍ଟକମ , ଗୀତା ଜ୍ଞାନ , ଶିବ ତାଣ୍ଡବ , ମହିଷାମର୍ଦ୍ଧିନି ସ୍ତୋତ୍ର ଆଦି ପଢି ଶିକ୍ଷା ଲାଭ କରିଥିବା ବେଳେ ଅନଲାଇନରେ ସଂସ୍କୃତ ଭାଷା ବି ଶିଖୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।