୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର! ଉପନିର୍ବାଚନ ଇସ୍ତାହାରରେ ଘୋଷଣା କରିବ ବିଜେଡି

୨୦୨୩ ଡିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ମିଳିବ ଜିଲ୍ଲା ମାନ୍ୟତା! ଉପନିର୍ବାଚନ ଇସ୍ତାହାର ଜିଲ୍ଲା ମାନ୍ୟତା ଦାବି ସ୍ଥାନିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ।

୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର!

୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର! ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ମିଳିବ ଜିଲ୍ଲା ମାନ୍ୟତା ! ପଦ୍ମପୁର ଉପନିର୍ବାଚନ ଇସ୍ତାହାରରେ ଘୋଷଣା କରିବ ବିଜେଡି ! ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ନେଇ ଜୋର ଧରିଛି ଆନ୍ଦୋଳନ। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ଦାବିରେ ଅଡି ବସିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି କମିଟିର ଏକ ପ୍ରତିନିଧି ଦଳ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲା ମାନ୍ୟତା ଦାବି କରିଛି ଏହି ଟିମ୍। ପ୍ରାୟ ୪୫ ମିନିଟ ଧରି ହୋଇଥିବା ଆଲୋଚନା ସଫଳ ହୋଇଥିବା କହିଛି କ୍ରିୟାନୁଷ୍ଠାନ କମିଟି।

ଆଲୋଚନା ପରେ କମିଟି ଆବାହକ ଉମେଶ ସାହୁ କହିଛନ୍ତି,"ଉପନିର୍ବାଚନ ଇସ୍ତାହାର ଜିଲ୍ଲା ମାନ୍ୟତା ଦାବି ସ୍ଥାନିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ। ୨୦୨୩ ଡିସେମ୍ବର ସୁଦ୍ଧା ଜିଲ୍ଲା ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ମିଳିଛି। ସବୁ କମିଟି ସଦସ୍ୟଙ୍କ ସହ ଆଲୋଚନା ପରେ  ଆନ୍ଦୋଳନ ପ୍ରତ୍ୟାହାର ନେଇ  ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ କମିଟିର ସକାରାତ୍ମକ ଆଲୋଚନା ହୋଇଛି। ପଦ୍ମପୁର ଉପଖଣ୍ଡକୁ ଜିଲା ଘୋଷଣା କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି।

ବିଜେପି ସାଧାରଣ ସମ୍ପାଦକ  ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,"୧୯୯୦ ମସିହାରେ କମିଶନ ପଦ୍ମପୁର ସବ ଡିଭିଜନକୁ ଜିଲ୍ଲା ମାନ୍ୟତା ପାଇଁ ସୁପାରିଶ କରିଥିଲେ ବି କିଛି ଲୋକଙ୍କ ପାଇଁ ଗ୍ରହଣ କଲେଣି। ୨୦୧୧ ମସିହାରୁ ସେ ଅଞ୍ଚଳର ବୁଦ୍ଧିଜୀବୀ ଆନ୍ଦୋଳନ ପ୍ରକ୍ରିୟାକୁ ଓହ୍ଲାଇଲେ।ସତ୍ୟାଗ୍ରହ ସହ ବିଭିନ୍ନ ପ୍ରକାର ଆନ୍ଦୋଳନ କଲେ। ୨୦୧୭ ଡିସେମ୍ବର ୧୧ ପ୍ରଦୀପ ପୁରୋହିତ ଜିଲ୍ଲା ଗଠନ ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ ବି ରାଜସ୍ବ ମନ୍ତ୍ରୀ କହିଥିଲେ କୌଣସି ପ୍ରାବଧାନ ନାହିଁ। ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ପରବର୍ତ୍ତୀ ମୟରେ ୨୫ ଡିସେମ୍ବର ୨୦୧୮ ମସିହାରେ ରେ ପୁନର୍ବାର ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜିଲ୍ଲା ଗଠନ ପାଇ ଦାବି କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଉତ୍ତର ରଖିନଥିଲେ। ଏବେ ଉପନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା।

ବିଜେପୁର ଉପନିର୍ବାଚନ ସମୟରେ  ଓଡ଼ିଶାର ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାକୁ କହିଥିଲେ କୁଆଡେ ଗଲା ବୋଲି ପ୍ରଶ୍ନ କରି ସମାଲୋଚନା କରିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି,"ଏବେ ନିର୍ବାଚନ ପାଇଁ ପଦ୍ମପୁର ଜିଲ୍ଳା ହେବ ବୋଲି କହୁଛନ୍ତି। ଏମିତି ଅନେକ ସବଡ଼ିଭିଜନ ଜିଲ୍ଳା ଦାବୀ ହେଉଛି ହେଲେ ପଦ୍ମପୁରରେ ନିର୍ବାଚନ ଅଛି ବୋଲି ସେହି ଗୋଟିଏ ଜିଲ୍ଳା କଥା କହୁଛନ୍ତି। ଟିଟିଲା ଗଡ, କଣ୍ଟାବାଞ୍ଜି ସମେତ ଅନେକ ଜନ ଗହଳି ଅଞ୍ଚଳ ଅଛି ସେମାନେ ଦାବି କରୁଛନ୍ତି ଜିଲ୍ଲା କରିବା ପାଇଁ। ଆମେ ଚାଁହୁ ପଦ୍ମପୁର ଜିଲ୍ଲା ହେଉ। କିନ୍ତୁ ଭୋଟ ଥିବାରୁ ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି। କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ଆହୁରି ଅଧିକ ଜିଲ୍ଲା ହେବ।
Published by:Soumya Das
First published: