ଆଗକୁ ଆସୁଛି ମୌସୁମୀ ବାୟୁ; ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଗକୁ ଆସୁଛି ମୌସୁମୀ ବାୟୁ। ସମ୍ଭାବ୍ୟ ବାତ୍ୟା ଓ ମୌସୁମୀ ଜନିତ ବର୍ଷା ଓ ବନ୍ୟାକୁ ଆଖି ଆଗରେ ରଖି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

 ବାଲେଶ୍ୱରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି (ପ୍ରତୀକାତ୍ମକ ଛବି)

ବାଲେଶ୍ୱରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଆଗକୁ ଆସୁଛି ମୌସୁମୀ ବାୟୁ। ସମ୍ଭାବ୍ୟ ବାତ୍ୟା ଓ ମୌସୁମୀ ଜନିତ ବର୍ଷା ଓ ବନ୍ୟାକୁ ଆଖି ଆଗରେ ରଖି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୃଷ୍ଟିପାତର ସଠିକ୍ ମାପ ସହ ନିୟମିତ ରିପୋର୍ଟ ପ୍ରଦାନ ପାଇଁ ବିଡ଼ିଓମାନଙ୍କୁ କୁହାଯାଇଥିଲା । ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ଓରିଲିଫ ପ୍ରଦାନ ପାଇଁ ସମ୍ପୃକ୍ତ ବ୍ଲକର ବିଡିଓ ଓ ତହସିଲଦାର ମାନଙ୍କୁ ଜୋନ ଅଧିକାରୀ-୧ ଓ ଜୋନ ଅଧିକାରୀ- ୨ ଭାବେ ଦାୟିତ୍ବପ୍ରଦାନ କରାଯାଇଛି । ପାଣିପାଗ ବିଭାଗ ଓ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସତର୍କ ସୂଚନା ଯେଭଳିଲୋକଙ୍କ ପାଖରେ ଠିକ୍ ସମୟରେ ପହଂଚିପାରିବ ତାହାର ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିପର୍ଯ୍ୟୟସମୟରେ ଟେଲିଫୋନ୍ ଓ ମୋବାଇଲ ସେବା ଯେଭଳି ଠପ୍ ପଡି ନ ଯାଏ ତା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ବନ୍ୟାପ୍ରବଣ ସ୍ଥାନରେ ଏବେ ୩୭ଟି ସରକାରୀ ପାୱାର ବୋଟ୍ ମୁତୟନ ହୋଇଥିବା ବେଳେ ଘରୋଇ ଦେଶୀ ଓମୋଟର ବୋଟ ସମ୍ବନ୍ଧରେ ସୂଚନା ବିଭାଗୀୟ ଅଧିକାରୀ ଆସନ୍ତା ମେ ୩୧ ତାରିଖ ସୁଦ୍ଧା ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବେ । ଜିଲ୍ଲାଜରୁରୀକାଳୀନ କାର୍ଯ୍ୟାଳୟରେ ୨୪ ଘଟିଆ କଣ୍ଟ୍ରୋଲଟ ରୁମ୍ କାର୍ଯ୍ୟ କରିବ । ବର୍ତ୍ତମାନ ଜିଲ୍ଲାରେ ୧୧୨ଟି ବହୁମୁଖୀ ବାତ୍ୟାଆଶ୍ରୟସ୍ଥଳ ଏବଂ ୨୮ଟି ବନ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି । ସେଗୁଡିକରେ ଆବଶ୍ୟକ ସରଞ୍ଜାମ ରହିଛି କି ନାହିଁ ତାହାର ମିଳିତ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି । ଯେଉଁସବୁ ଆଶ୍ରୟସ୍ଥଳୀରେ ବିଦ୍ୟୁତ ବ୍ୟବସ୍ଥା ନାହିଁ ସେଠାରେ ତୁରନ୍ତ ବିଦ୍ୟୁତ୍ସଂଯୋଗ ଦେବାକୁ କୁହାଯାଇଛି । ଆବଶ୍ୟକସ୍ଥଳେ ଅନ୍ୟାନ୍ୟ ସୁରକ୍ଷିତ ପକ୍କା ଗୃହକୁ ମଧ୍ୟ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁଚିହ୍ନଟ କରାଯାଇଛି ।

ଜିଲ୍ଲାରେ ଯଥେଷ୍ଟ ପରିମାଣରେ ପଲିଥିନ, ଶୁଖିଲା ଖାଦ୍ୟସାମଗ୍ରୀ, ଚୂଡା, ଗୁଡ, କିରାସିନିଇତ୍ୟାଦି ମହଜୁଦ୍ ରଖିବାକୁ ବିଡିଓ, ତହସିଲଦାର ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିପର୍ଯ୍ୟୟ ସମୟରେ ଜରୁରୀପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ଔଷଧ, ଔଷଧ କିଟ, କର୍ମଚାରୀଙ୍କୁ ସଜାଗ ରଖିବା ସହ ସାପକାମୁଡା ଇଞ୍ଜେକସନ, ହଇଜା ଓମ୍ୟାଲେରିଆ ମୁକାବିଲା ପାଇଁ ଓ.ଆର.ଏସ., ହେଲୋଜିନ, ବ୍ଲିଚି, ଥଣ୍ଡା, କାଶ ଭଳି ରୋଗ ପାଇଁ ଔଷଧ ଆଗୁଆ ବିଭିନ୍ନ ସ୍ୱାସ୍ଥ୍ୟଉପକେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ରରେ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି । ଜିଲ୍ଲା ଗ୍ରାମ୍ୟ ଜଳଓ ପରିମଳ ବିଭାଗ ଖରାଦିନ ପାଇଁ ନଳକୂପ ମରାମତି ସହ ପ୍ରସ୍ତାବିତ ନୂତନ ନଳକୂପ କାମ ତୁରନ୍ତ ଆରମ୍ଭ କରିବା ଏବଂ ଜଳକ୍ଲିଷ୍ଟ ସ୍ଥାନମାନଙ୍କ ପାଇଁ ବ୍ୟାଙ୍କରରେ ଜଳଯୋଗାଣ ବ୍ୟବସ୍ଥା କରିବା ଏବଂ ବନ୍ୟା, ବାତ୍ୟା ସମୟରେ ଅନୁରୂପଭାବେ ପାନୀୟଜଳଯୋଗାଣ ସୂଚାରୁ ରୂପେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା ପ୍ରାଣୀଧନ ଚିକିତ୍ସା ବିଭାଗ ଗୃହପାଳିତ ଓ ଅନ୍ୟ ପଶୁପକ୍ଷୀଙ୍କପାଇଁ ଚିକିତ୍ସାସେବା ଯୋଗାଇଦେବାକୁ କୁହାଯାଇଛି । କୃଷି ବିଭାଗ ତରଫରୁ ସମନ୍ବିତ ଯୋଜନା ପ୍ରସ୍ତୁତ କରି ବନ୍ୟାବାତ୍ୟା ପ୍ରଭାବିତ କୃଷିର ଭରଣା, ବିହନ ଓ ସାର ଯୋଗାଣ ସହାୟତା ପାଇଁ ପଦକ୍ଷେପ ନେବେ । ରିଲିଫ ଯୋଗାଣ ସମୟରେ ଆବଶ୍ୟକ ଯାନବାହାନଯୋଗାଇ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ କୁହାଯାଇଛି ।

ରିଲିଫ ଓ ଉଦ୍ଧାର କାର୍ଯ୍ୟ ବେଳେ ପୋଲିସ ତରଫରୁ ରିଲିଫ ସାମଗ୍ରୀର ସୁରକ୍ଷା ପାଇଁ ପୋଲିସ ମୁତୟନ କରିବା ସହ ବାଲେଶ୍ଵରଠାରେ ଓଡ୍ରାଫ ଓ ଏନ.ଡି.ଆର.ଏଫ. ଟିମ ମୁତୟନ କରିବା ବନ୍ଦୋବସ୍ତ କରାଯିବ । ଏଥିସହିତ ଜିଲ୍ଲାରେ ହେଲିପ୍ୟାଡ ଓ ଏୟାରଷ୍ଟ୍ରିପ ଚିହ୍ନଟ କରି ତାର ସଠିକ ଅବସ୍ଥିତି, ଅକ୍ଷାଂଶ ଓ ଦ୍ରାଘିମାସୂଚୀତ କରି ରାଜ୍ୟ କାର୍ଯ୍ୟାଳୟକୁ ଜଣାଇବା ଏବଂ ବନ୍ୟାଜନିତ ରିପୋର୍ଟ ନିୟମିତଭାବେ ପ୍ରେରଣ କରିବା ପ୍ରତି ଦୃଷ୍ଟି ଦେବାକୁବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି ।

ଜରୁରୀ ପରିସ୍ଥିତିବେଳେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବା ସହ ସେମାନଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ବାତ୍ୟା ସମ୍ପର୍କିତ ସୂଚନା ପାଇଁ ବାଲେଶ୍ବରରେ ଡପଲାର ରାଡାର ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିବା ସହ ଏଥିପାଇଁ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ରାଡାର ପ୍ରତିଷ୍ଠାରେ ବିଳମ୍ବକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା ।  ପାଣିପାଗ ବିଭାଗ ସହ ଯୋଗାଯୋଗ ରକ୍ଷା କରି ଏହା ସ୍ଥାପନ କରିବାକୁ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା ।
Published by:Soumya Das
First published: