News 18 Odia Digital
ପୁରୀ; ଜିଲ୍ଲା ପ୍ରଶାସନ ଓ ପୁରୀ ଜିଲ୍ଲା ବଡି ବିଲ୍ଡିଂ ଆସୋସିଏସନ ଆନୁକୂଲ୍ୟରେ ୬୧ ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଚଳିତ ମାସ ୧୨ ତାରିଖରେ ତିଆଡି ସାହି ସ୍ଥିତ ଅଡଙ୍ଗ ତିଆଡି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହେବ। ଆଜି ପୂର୍ବାହ୍ନରେ ସର୍କିଟ ହାଉସଠାରେ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।
ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସମ୍ପର୍କରେ ବିଷଦ ତଥ୍ୟ ପ୍ରଦାନ କରିଥିଲେ। ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ବା ବଡି ବିଲ୍ଡିଂ ଏକ ବହୁ ପ୍ରାଚୀନ କ୍ରୀଡା । ଚଳିତ ବର୍ଷ ରାମାୟଣୀ ଯୁବ ସାଂସ୍କୃତିକ ସଂସଦ ଏହାକୁ ଆୟୋଜନ କରୁଛନ୍ତି। ପ୍ରଶାସନ ଏହାର ସୁବନ୍ଦୋବସ୍ତ ସମ୍ପର୍କରେ ସହଯୋଗ କରୁଛନ୍ତି ବୋଲି ସେ କହିଥିଲେ ।
ଏହି ଖବର ପଢ଼ନ୍ତୁ -
http://ବଲାଙ୍ଗିର SPଙ୍କୁ ଟ୍ୟୁସନ କଲେ ପାଟଣାଗଡ଼ର ପୂର୍ବତନ MLA କେଭି ସିଂହଦେଓରାମାୟଣୀ ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ମୁଖ୍ୟ ମାର୍ଗଦର୍ଶକ ମନୋଜ କୁମାର ରଥ, ବିଜୟ କୃଷ୍ଣ ବ୍ରହ୍ମା, ବଡି ବିଲ୍ଡିଂ ଆସୋସିଏସନ ସମ୍ପାଦକ ଭାରତୀ କୃଷ୍ଣ ବ୍ରହ୍ମା ବିସ୍ତୃତ ସୂଚନା ଦେଇଥିଲେ । ଏହି ପ୍ରତିଯୋଗିତା ଚଳିତ ମାସ ୧୨ ତାରିଖ ଅପରାହ୍ନ ୫ ଘଟିକା ସମୟରେ ୫୫ରୁ ୧୦୦ କିଗ୍ରାର ୧୦ ଟି ବର୍ଗରେ ଅନୁଷ୍ଠିତ ହେବ। ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମାନପତ୍ର, ଟ୍ରଫି ସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ଏଥିରେ ଆଠ ସାହି ଆଖଡା ସମନ୍ୱୟ ସମିତିର କର୍ମକର୍ତ୍ତା ସହଯୋଗ କରିବେ ବୋଲି ସେମାନେ ଅବଗତ କରାଇଥିଲେ। ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଚିକିତ୍ସା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦିର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ।
ଏହି ଖବର ପଢ଼ନ୍ତୁ -
http://ଏମିତି ବି ଆସେ ମୃତ୍ୟୁ; ଫୋନ୍ରେ କଥା ହେଉ ହେଉ ଟଳିପଡ଼ିଲେ ଯୁବକପୁରୀ ଜିଲ୍ଲାରେ ଅନେକ ଯୁବ ପ୍ରତିଭା ଥିବା ବେଳେ ସେମାନଙ୍କ ସୁଯୋଗ ମିଳୁନାହିଁ । ଶରୀର ଚର୍ଯ୍ୟା ବର୍ତ୍ତମାନ କେବଳ ଜିମରେ ସୀମିତ । ଯାହାକି ବଡ଼ି ବିଲ୍ଡିଂର ପ୍ରମୁଖ ତତ୍ତ୍ୱ ସେଥିରେ ନାହିଁ । ପୁରୀରେ ଜାଗା ଆଖଡାରେ ମଲ୍ଲ ବହାରୁଥିଲେ ।ହେଲେ ସେମାନଙ୍କୁ ସେତେଟା ପ୍ରୋତ୍ସାହନ ମିଳୁନଥିଲା । ଏବେ ଏହି ପ୍ରତିଯୋଗିତା ପୁଣି ଉନ୍ମାଦନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତେବେ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ରାମାୟଣୀ ଯୁବ ସାଂସ୍କୃତିକ ସଂସଦର ସଭାପତି ଶିଶିର ପ୍ରତିହାରୀ, ସମ୍ପାଦକ ଗୋପିକୃଷ୍ଣ ପଣ୍ଡା, ସଦସ୍ୟ ଦେବୀ ପ୍ରକାଶ ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।