ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି।

ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି। "ପ୍ରଥମ କରି ପୁରୀ ଜିଲ୍ଲାରେ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବାରୁ ମନ୍ତ୍ରୀ ଖୁସି ପ୍ରକଟ କରିବା ସହ ପିଲାମାନଙ୍କୁ ଖେଳର ମହତ୍ଵ ବିଷୟରେ କ଼ହି ଉତ୍ସାହିତ କରିଥିଲେ । " ବିଭିନ୍ନ ବ୍ଲକରୁ ଆସିଥିବା ସମୁଦାୟ ୨୭୦ କ୍ରୀଡାବିତ୍ ଓ ୫୦ ରୁ ଅଧିକ କ୍ରୀଡା ଶିକ୍ଷକ ଏଥିରେ ଅଂଶଗ୍ରହଣ କରିଥିଲେ।

ସକାଳ ୧୦ଟା ସମୟରେ ପୁରୀ ସିଂହଦ୍ଵାର ଠାରୁ ସମବେତ କ୍ରୀଡାବିତମାନଙ୍କ ଦ୍ୱାରା ଆୟୋଜିତ ଏକ ଜନଜାଗରଣ ଶୋଭାଯାତ୍ରା ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଏହାକୁ ପୁରୀର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ବିଧାୟକ ପ୍ରଥମ କିକ୍ ମାରି କ୍ରୀଡା ଆରମ୍ଭ କରିଥିଲେ। ପ୍ରଥମ ବାଳିକା ମ୍ୟାଚ ସତ୍ୟବାଦୀ ଓ କଣାସ ମଧ୍ୟରେ ଖେଳା ଯାଇଥିଲା।

ଜୀବନ ବିନ୍ଦୁ ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ଶୋଭାଯାତ୍ରାରେ ଯୋଗ ଦେଇଥିବା ବେଳେ ଉଦ୍ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବଜିତ ଘୋଷ୍, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମରଥା, ଗୋପ ଓ ସତ୍ୟବାଦୀ ବ୍ଲକର ଶିକ୍ଷାଧିକାରୀ ସୁଶୀଲ କୁମାର ବ୍ରହ୍ମା ଓ ଭବମ୍ ପ୍ରଧାନ , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ,ମହେନ୍ଦ୍ର କୁମାର ବିଶ୍ବାଳ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।
Published by:Soubhagya Mishra
First published: