News 18 Odia Digital
ସୁବର୍ଣ୍ଣପୁର; ଜଣେ ଜିଲ୍ଲାପାଳ ( District collector ) ହୋଇ ମଧ୍ୟ ନୃତ୍ୟଶିଳ୍ପୀଙ୍କ ପରି ଖୁବ ସୁନ୍ଦର ନୃତ୍ୟ ( Dance ) ପରିବେଷଣ କରି ସମସ୍ତଙ୍କ ହୃଦୟକୁ ଛୁଇଁପାରିଛନ୍ତି ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ । ସେ କେବଳ ଜଣେ ଭଲ ପ୍ରଶାସିକା ତା ନୁହେଁ ସେ ଜଣେ ଭଲ ନୃତ୍ୟଶିଳ୍ପୀ ବୋଲି ମଧ୍ୟ ପ୍ରମାଣିତ କରିଛନ୍ତି । ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ।
ଗତ ୧୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହେବାକୁ ଥିବା ସୁବର୍ଣ୍ଣପୁର ( Subarnapur ) ମହୋତ୍ସବର ଦ୍ୱିତୀୟ ଦିନରେ ଜିଲ୍ଲାପାଳ ନିଜେ ପ୍ରତିଯୋଗୀଙ୍କ ପରି ଅନୁଷ୍ଠାନରେ ସାମିଲ ହୋଇ ନୃତ୍ୟ ପରିବେଷଣ କରିଥିଲେ । ଯାହା ଉପସ୍ଥିତ କଳାକାରଙ୍କ ମନରେ ବେଶ୍ ଉତ୍ସାହ ଭରିଦେଇଥିଲା । ଜିଲ୍ଲାପାଳଙ୍କୁ ଚିହ୍ନିନଥିବା କିଛି ବ୍ୟକ୍ତି ଭାବିନେଇଥିଲେ ଯେ, ହୁଏ ତ କେହି ଭଲ ନୃତ୍ୟଶିଳ୍ପୀ ଏହି ନୃତ୍ୟ ପରିବେଷଣ କରୁଛନ୍ତି । କିନ୍ତୁ ପରେ ଯେତେବେଳେ ସମସ୍ତେ ଜାଣିଲେ ଏହି ନୃତ୍ୟ ଜିଲ୍ଲାପାଳ କରୁଛନ୍ତି ସେତେବେଳେ ଏକଥା ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ସୂଚନାଯୋଗ୍ୟ, ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ୨୦୧୫ ମସିହାରେ ଆଇଏଏସ ପାଇଥିଲେ । ତାଙ୍କ ଘର ମହାରାଷ୍ଟ୍ର । ସେ ପିଲାଦିନୁ ଖୁବ ମେଧାବୀ ଛାତ୍ରୀ ଥିଲେ । ନରୱାଣେଙ୍କର ଲକ୍ଷ ଥିଲା ସେ ଦିନେ ନା ଦିନେ ଆଇଏଏସ ହେବେ । କିନ୍ତୁ ପ୍ରଥମେ ଆଇଆରଏସ ପାଇ ଚାକିରି କରିଥିଲେ । ପରେ ୟୁପିଏସସି ପରୀକ୍ଷାରେ ରାଜ୍ୟରେ ଟପ୍ପର ହୋଇ ନିଜ କର୍ତ୍ତବ୍ୟ ଆରମ୍ଭ କରିଥିଲେ ।
ଜିଲ୍ଲା ପ୍ରଶାସନ, ଜିଲ୍ଲା ସାଂସ୍କୃତିକ ପରିଷଦ, ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏହି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ , ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗ ଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ । ପ୍ରଥମେ ଦେବୀ ମାଆ ସୁରେଶ୍ୱରୀଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପରେ ପରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ଗୋଟିଏ ପରେ ଗୋଟିଏ ଲୋକନୃତ୍ୟ ପରିବେଷଣ କରିଥିଲେ । ରସରକେଲି , ଡାଲଖାଇ , ମାଏଲାଜଡ, ଚୁଟକୁଚୁଟା , ବଜାଶାଲ ଆଦି ଲୋକନୃତ୍ୟରେ ଦୁଲୁକି ଉଠିଥିଲା । ଜିଲ୍ଲା ମହୋତ୍ସବରେ ପ୍ରଥମ ଥର ପାଇଁ ଏକ ସୁବର୍ଣ୍ଣପୁର ଜିଲ୍ଲାପାଳ ମଧ୍ୟ ନିଜର କଳା ପ୍ରଦର୍ଶନ କରିଥିଲେ । ସମ୍ବଲପୁର ଭିଜିଲାନ୍ସ ବିଭାଗ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସମ୍ବଲପୁରୀ ଭଜନଗାନ ସହିତ ଦେଶାତ୍ମବୋଧକ ସଙ୍ଗୀତରେ ଅଂଶଗ୍ରହଣ କରିଥିଲେ ।
ଅଧିକ ପଢ଼ନ୍ତୁ..
http://ଫେସବୁକରେ ଲେଖିଦେଲେ i quit; ପରେ ଛୁଆକୁ ମାରିଦେଲେ ନିଜେ ଆତ୍ମହତ୍ୟା କଲେPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।