ଲଜ୍ୟାଜନକ ଖବର; ବନ୍ୟାଜଳରେ ଭସାଇଦେଲେ ନବଜାତ ଶିଶୁ କନ୍ୟାକୁ
News 18 Odia Digital
ପୁରୀ; ଡେଲାଙ୍ଗ ବ୍ଲକ ଗୋରଡ଼ିଆ ଅଞ୍ଚଳରୁ ବନ୍ୟା ପାଣିରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗୋରଡ଼ିଆ ସ୍କୁଲ ପଛ କେନାଲ ପାଣିରେ ଶିଶୁଟି ଭାସୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ପରେ ଶିଶୁଟିକୁ ଉଦ୍ଧାର କରି ସ୍ଥାନୀୟ ଆଶା ଓ ଅଙ୍ଗନବାଡିକୁ ହସ୍ତାନ୍ତର କରିଛନ୍ତି । ଶିଶୁଟିକୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲର ଏସଏନସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତର ଶିଶୁଟିର ଚିକିତ୍ସା ଆରମ୍ଭ କରିଥିବା ବେଳେ ପାଣିରେ ଭିଜିଥିବାରୁ ତାକୁ ଲାଇଟ ଦିଆଯାଇଛି । ଶିଶୁଟି ଦେହରେ ଫୋଡି ହୋଇ ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଡାକ୍ତର ଅମିତ କୁମାର ସ୍ୱାଇଁ ।

ସେପଟେ ଦ୍ରୌପଦି ମୁର୍ମୁ ଜଣେ ଝିଅ ହୋଇ ରାଷ୍ଟ୍ରପତି ହୋଇପାରିଥିବା ବେଳେ ଆଜି ବି କିଛି ଲୋକ କନ୍ୟା ସନ୍ତାନକୁ ବୋଝ ବୋଲି ଭାବିବା ପରି ମନୋଭାବ ପୋଷଣ କରୁଛନ୍ତି । ନବଜାତ ଶିଶୁକନ୍ୟାକୁ ଏଭଳି ବନ୍ୟା ପାଣିରେ ଭସାଇଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ପିଲାଟିର କେହି ଦାବିଦାର ପାଇଁ ଖବରକାଗଜରେ ବିଜ୍ଞାପନ ଦିଆଯିବ ଓ କେହି ନ ଆସିଲେ ସରକାର ତାକୁ ପୋଷ୍ୟଭାବେ ଗ୍ରହଣ କରି ଯତ୍ନ ନେବେ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।