କୃଷିଜାତ ଉତ୍ପାଦର ଏମଏସପି ବୃଦ୍ଧିକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା

୧୦୦ ଟଙ୍କା ନୁହେଁ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି କରିଛି ବିଜୁ ଜନତା ଦଳ। ବିଜେପି କହିଲା ଅର୍ଥ ବାଟମାରଣା ଯୋଗୁଁ କେନ୍ଦ୍ର ଯେତିକି ଦେଉଛି ସେତିକି ପାଉନାହାଁନ୍ତି ଚାଷୀ।

କୃଷିଜାତ ଉତ୍ପାଦର ଏମଏସପି ବୃଦ୍ଧିକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା

କୃଷିଜାତ ଉତ୍ପାଦର ଏମଏସପି ବୃଦ୍ଧିକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା

  • Share this:
News18 Odia Digital

ଭୁବନେଶ୍ବର: କୃଷିଜାତ ଉତ୍ପାଦର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଧାନ ସହ ୧୭ଟି କୃଷି ଜାତ ଉତ୍ପାଦର ଏମଏସପି ବୃଦ୍ଧି କରାଯାଇଛି। ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୧୦୦ ଟଙ୍କା କେନ୍ଦ୍ର ସରକାର ବୃଦ୍ଧି କରିବା ପରେ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା ପାଇବେ ଚାଷୀ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ କିନ୍ତୁ ଖୁସି ନାହିଁ ବିଜେଡ଼ି। ୨୦୪୦ ନୁହେଁ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା ବୃଦ୍ଧି କରିବାକୁ ବିଜେଡ଼ି ଦାବି କରିଛି। ସ୍ବାମୀନାଥନ କମିଶନ ରିପୋଟ ଆଧାରରେ C2 ମୂଲ୍ୟ ଅନୁଜାୟୀ ଉତ୍ପାଦନ ଖର୍ଚର ଦେଢ଼ ଗୁଣା ବୃଦ୍ଧି ପାଇଁ କହିଛି ବିଜୁ ଜନତା ଦଳ।

ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର କହିଛନ୍ତି,"କ୍ବିଣ୍ଟାଲ ପିଛା ୨୯୩୦ ଧାର୍ଯ୍ୟ ନେଇ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ସଂକଳ୍ପ। ସଂସଦ ଭିତରେ ଓ ବାହାରେ ବିଜେଡ଼ି ବାରମ୍ବାର ଦାବି କରିଥିଲେ ବି ଶୁଣୁନାହାଁନ୍ତି କେନ୍ଦ୍ର ସରକାର। ଉତ୍ପାଦନ ଖର୍ଚ୍ଚ ଦୃଷ୍ଟିରୁ ଓଡ଼ିଶା ପରିପେକ୍ଷିରେ ୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ।’’

ଏହା ସହ ବଳକା ଉଷୁନା ଚାଉଳ ଉଠାଇବ ପାଇଁ ଦାବି କରିଛି ବିଜେଡି। ୨୦୨୧-୨୦୨୨ରେ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଉତ୍ପାଦନ ହୋଇଛି। ୩୯ ଲକ୍ଷ ଟନ ପିଡ଼ିଏସକୁ ଯିବ। ବଳକା ୧୩ ଲକ୍ଷ ମେଟ୍ରିକ୍ ଟନ୍ ରହିଯିବ। ଏଫସିଆଇ ଏହି ବାଳକ ଚାଉଳ ନେବନି ବୋଲି କହିଛି। ଏହା ହେଲେ ଚାଷୀଙ୍କ ପାଇ ସମସ୍ୟା ହେବ।

କେନ୍ଦ୍ରର ଆବଶ୍ୟକତା ଅନୁସାରେ ୫ ଲକ୍ଷ ଫର୍ଟି ଫାୟାଡ ପରବାଏଲ୍ ରାଇସ ଦେବାକୁ ପ୍ରସ୍ତୁତ ରାଜ୍ୟ। ସେହିପରି ୧୦,୩୩୪ କୋଟି ଟଙ୍କା ସବସିଡି କେନ୍ଦ୍ର ସରକାର ଦେଇ ନାହାଁନ୍ତି। କେନ୍ଦ୍ର ସରକାରଙ୍କ ଠାରୁ ଏହି ବକେୟା ପାଉଣା ପାଇବାର ଥିବାରୁ ଦାବି କରିଛି ବିଜେଡି। ସବସିଡି ଉଚିତ୍ ସମୟରେ ମିଳୁ ନଥିବାରୁ ଋଣ ନେଇ ସରକାର ସୁଝୁଥିବାରୁ ସରକାରଙ୍କ ଉପରେ ବୋଝ ବଢୁଛି।

ଏଥିପାଇଁ ପ୍ରାୟ ୫୪୫୨ କୋଟି ଟଙ୍କା କେନ୍ଦ୍ର ଦେବାର ଅଛି। ସେହିପରି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ ଏମଏସପିକୁ ନେଇ ଲଢ଼େଇ ଜାରି ରହିଛି ଓ ଲଢ଼େଇ ଜାରି ମଧ୍ୟ ରହିବ। ଚାଷୀଙ୍କ ପାଇ ଆମ ଦଳ ତରଫରୁ ଲଢ଼େଇ ଚାଲିବ। ଦିଲ୍ଲୀରୁ ଆରମ୍ଭ କରି ସବୁଠି ଉଠିବ ସ୍ୱର। ଏମଏସପି ୧୦୦ ଟଙ୍କା ବୃଦ୍ଧିକୁ ସ୍ବାଗତ କରୁଛୁ। କିନ୍ତୁ ଓଡ଼ିଶା ପରିପେକ୍ଷୀରେରେ ଏହା କିଛି ନୁହେଁ। କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ଅନୁସାରେ ୧୩୮ ଟଙ୍କାରୁ ୧୪୦ ଟଙ୍କା ବଢ଼ିବା କଥା।

ହେଲେ ବର୍ତ୍ତମାନ ମଜୁରୀ, ଡିଜେଲ ଦର,ଓ ଔଷଧ ଦର ବଢ଼ିଛି। ୫ ବର୍ଷ ତଳେ ସର୍ବସମ୍ମତି କ୍ରମେ ୨୯୩୦ ପାଇ ନିଷ୍ପlତ୍ତି ହୋଇଥିଲା। ସେ ଦୃଷ୍ଟିରୁ କିଛି ଏହି ଦର ପର୍ଯ୍ୟାପ୍ତ ନୁହେଁ। ସେଥିରେ ଏମଏସପି ଯେତିକି ବଢ଼େଇଛନ୍ତି କିଛି ନୁହେଁ। ଅଧିକ ବଢ଼େଇଥିଲେ ଲୋକେ ଧାନ ଚାଷରୁ ଅଲଗା ଚାଷ ପାଇ ମନ ବାଲେଇଥାନ୍ତେ। ନିଷ୍ପତ୍ତିକୁ ସ୍ବାଗତ କରୁଥିଲେ ବି ଉତ୍ସହୋପ୍ରଦ ନୁହେଁ। କୌଣସି ଲାଭ ହେବନି ବୋଲି ରଣେନ୍ଦ୍ର।

ବିଜେପିର ଯୁକ୍ତି ଚାଷୀଙ୍କ ସ୍ବାର୍ଥରେ କେନ୍ଦ୍ର ସରକାର। ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଅର୍ଥର ଉପଯୁକ୍ତ ମୂଲ୍ୟ ପାଉନାହାଁନ୍ତି ଚାଷୀ। ଅର୍ଥ ବାଟମାରଣା ହେଉଥିବା ବେଳେ ମଧ୍ୟସ୍ତି ନେଉଛନ୍ତି ଫାଇଦା। କେନ୍ଦ୍ର ସରକାର ପ୍ରତିବର୍ଷ ଏମଏସପି ବୃଦ୍ଧି କରୁଥିଲେ ବି ବୋନସ କଥା କହି ଠକିଛନ୍ତି ରାଜ୍ୟ ସରକାର।

ମଣ୍ଡି ଅବ୍ୟବସ୍ଥା ସହ ଚାଷୀଙ୍କ ଆୟ ପ୍ରସଙ୍ଗ ଉଠାଇ ସେ ସମାଲେଚନା କରିଛନ୍ତି। କଂଗ୍ରସ କହିଛି ଚାଷୀଙ୍କୁ ଠକିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହଛନ୍ତି, ‘‘କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ଉପହାସ କରିଛନ୍ତି। ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ହେଲେ କେନ୍ଦ୍ର ସରକାର ଏ ମୂଲ୍ୟ ଏ ପର୍ଯ୍ୟନ୍ତ ଦେଇ ପାରିଲେ ନାହିଁ। କେନ୍ଦ୍ର ସରକାର କୌଣସି ମତେ ଚାଷୀଙ୍କ ହିତ ପାଇଁ କାର୍ଯ୍ୟ କରୁନାହାଁନ୍ତି। ଚାଷୀଙ୍କୁ ଲଲିପପ ଦେଖାଉଛନ୍ତି। ଚାଷୀମାନେ ଏବେ ଦୁର୍ଦ୍ଦିନରେ ପଡ଼ିଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ଅବସ୍ଥା ଦେଖି ହସିଲା ଭଳି ଏମଏସପି ବୃଦ୍ଧି କରିଛନ୍ତି। ଓଡ଼ିଶାରେ ବିଜେଡି ସରକାର ମଧ୍ୟ ଚାଷୀଙ୍କୁ ଠକିଛନ୍ତି। ଚାଷୀଙ୍କୁ ସବସିଡି ନଦେଇ କାଳିଆ ନାମରେ ଭୁଆଁ ବୁଲାଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରାକାର ଚାଷୀଙ୍କୁ ନେଇ ରାଜନୀତି କରୁଛନ୍ତି।’’
Published by:Lipina Das
First published: