ପୌର ନିର୍ବାଚନରେ କଂଗ୍ରେସ ପରାଜୟ ପରେ ପିସିସି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନେଇ ଚର୍ଚ୍ଚା

ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ବଳି ପଡ଼ିବେକି ପିସିସି ସଭାପତି।

ପୌର ନିର୍ବାଚନରେ କଂଗ୍ରେସ ପରାଜୟ ପରେ ପିସିସି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନେଇ ଚର୍ଚ୍ଚା

ପୌର ନିର୍ବାଚନରେ କଂଗ୍ରେସ ପରାଜୟ ପରେ ପିସିସି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନେଇ ଚର୍ଚ୍ଚା

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ପରେ ପୌରରେ ଆସ୍ଥା ହରାଇଥିବା କଂଗ୍ରେସର ଗତି କୁଆଡ଼େ। ୨୦୦୦ ମସିହାରୁ ୫ଟି ପଞ୍ଚାୟତ ଓ ୫ଟି ବିଧାନ ସଭା ନିର୍ବାଚନ ଗଲାଣି। ଧୀରେ ଧୀରେ ଲୋକଙ୍କ ପାଖରୁ ଦୂରେଇ ଯାଉଥିବା କଂଗ୍ରେସର ଗତି କୁଆଡ଼େ। ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ବଳି ପଡ଼ିବେକି ପିସିସି ସଭାପତି।

ନୂଆ ନେତୃତ୍ୱ ନେବେ କି ରାଜ୍ୟ କଂଗ୍ରେସର ଦାୟିତ୍ଵ। ହେବ କି ଆମୂଳଚୂଳ ପରିବର୍ତ୍ତନ, ଏ ନେଇ ଚର୍ଚ୍ଚ ଜୋର ଧରିଥିବା ବେଳେ ୪ ବର୍ଷ ହେବ ରାଜ୍ୟ କଂଗ୍ରେସର ଭାର ବହନ କରୁଥିବା ନିରଞ୍ଜନ ପଟ୍ଟନାୟକ ଆଉ କେତେ ଦିନ ପିସିସି ସଭାପତି ଦାୟିତ୍ଵରେ ରହିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୯ ସାଧାରଣ ନିର୍ବଚନ, ୨୦୨୨ ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ଓ ସଦ୍ୟ ସମାପ୍ତ ପୌର ନିର୍ବାଚନ। ତିନୋଟି ନିର୍ବାଚନରେ ନା ଦଳ ଅଧିକ ଆସନ ପାଇଲା ନା ଭୋଟ ହାର ବଢ଼ିଲା।

କଂଗ୍ରେସ ଏକଦମ ଶୋଚନୀୟ ସ୍ଥାନକୁ ଗଲା। ତେବେ ଏହାରି ଭିତରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚା ବଢ଼ିବାରେ ଲାଗିଛି। ନିରଞ୍ଜନ ପଟ୍ଟନାୟକଙ୍କ ପରେ କିଏ ହେବେ ପ୍ରଦେଶ କଂଗ୍ରେସ କମିଟି ର ସଭାପତି? ଏହି ଚର୍ଚ୍ଚା ଆଲୋଚନାକୁ ଆହୁରି ଅଧିକ୍ ଖୋରାକ ଯୋଗାଉଛି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ସୋନିଆ ଗାନ୍ଧିଙ୍କୁ ଭେଟିବା।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୪ ଜଣ ନେତା ଏବେ ଦାବିଦାର ଅଛନ୍ତି ପିସିସି ସଭାପତି ଦୌଡ଼ରେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ମୁଖପାତ୍ର ଭକ୍ତ ଚରଣ ଦାସ। ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ୍। ଏ.ଆଇ.ସି.ସି. ସମ୍ପାଦକ ଶରତ ରାଉତ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଏମାନେ ଏବେ ପିସିସି ସଭାପତି ଦୌଡରେ ରହିଥିବା ବେଳେ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ଶରତ ପଟ୍ଟନାୟକଙ୍କ ନାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

କାରଣ ଏମାନେ ସଭାପତି ହୋଇ ଲୋକଙ୍କର ଆସ୍ଥା ଭାଜି ତ ହୋଇପାରି ନାହାଁନ୍ତି। ତେବେ ସୋନିଆ ଗାନ୍ଧିଙ୍କ ସହ ଘଣ୍ଟା ଘଣ୍ଟା ଧରି ରାଜ୍ୟ ସଙ୍ଗଠନ ବିଷୟରେ ଆଲୋଚନା କରିବା ପରେ ଶରତ ରାଉତ କହିଛନ୍ତି, "କଂଗ୍ରେସର ସଙ୍ଗଠନ ନିରଞ୍ଜନ ପଟ୍ଟନାୟକଙ୍କ ସମୟରେ ବହୁତ୍ ଦୁର୍ବଳ ହୋଇଛି। ଆମୂଳଚୂଳ ପରିବର୍ତ୍ତନ ହେବା ଜରୁରୀ।’’

ହେଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି, "ଓଡ଼ିଶାରେ କଂଗ୍ରେସକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ସଙ୍ଗଠନରେ ବ୍ୟାପକ ଭାବରେ ନୂଆ ସ୍ୱରୂପ ଆଣିବାକୁ ପଡ଼ିବ। ଗୁଡାଏ ଢାଞ୍ଚାରେ ପରିବର୍ତ୍ତନ ହେବା କଥା। ଏହା କୁ ଗୁରୁତର ସହ ନେଇଛନ୍ତି ଓଡ଼ିଶା ଇନ ଚାର୍ଜ ଚେଲ୍ଲା କୁମାର।

ହେଲେ ସଭାପତି ଦୌଡ଼ ପାଇଁ ଚର୍ଚ୍ଚରେ ଥିବା ତାରା ପ୍ରସାଦ ବାହିନିପତି କିନ୍ତୁ ରଖିଛନ୍ତି ରୋଚକପୂର୍ଣ୍ଣ ମନ୍ତବ୍ୟ। ତାଙ୍କର କହିବା କଥା ହେଉଛି ଯେ ସେ ସଭାପତି ପାଇଁ ଲବିରେ ନାହାଁନ୍ତି କି ଲବି କରୁନାହାଁନ୍ତି। ହେଲେ ଯଦି ତାଙ୍କୁ ମିଳେ ତେବେ ସେ ଛାଡିବେ ନାହିଁ।

କଂଗ୍ରେସର ଏଭଳି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ ନେତା ଗଣେଶ୍ଵର ବେହେରା। ବେହେରା କହିଛନ୍ତି, "ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଦଳ ଶୋଚନୀୟ ପରାଜୟ ବରଣ କରିଛି।’’
Published by:Lipina Das
First published: