ପଦାରେ ପଡ଼ିଲା କମିଶନରେଟ ପୋଲିସର ପାରିବା ପଣିଆ; ଅସଦାଚରଣ କେସରେ ଦୁଷ୍କର୍ମ ଦଫା
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ପୋଲିସର ପ୍ରେସ ନୋଟ ପ୍ରଥମେ କହିଲା ରାଜଧାନୀର ଜଣେ ମହିଳାଙ୍କୁ ବିବସ୍ତ୍ର କରି ଦୁଷ୍କର୍ମ କରାଯାଇଛି। ସେଥିପାଇଁ ଆଇପିସିର ୩୭୬ ଭଳି ସଙ୍ଗୀନ ଦଫା ଲାଗିଛି। ତା ସହ ଅସଦାଚରଣ ବା ଦୁଷ୍କର୍ମ ଉଦ୍ୟମ ଦଫା ୫୧୧ ବି ଲାଗିଛି। ୧୨ ଘଣ୍ଟା ପରେ ବଦଳିଗଲା ପୋଲିସର ମତ , ଗଣମାଧ୍ୟମକୁ ଡାକି ଜୋନ ୫ ଏସିପି ସଫେଇ ଦେଲେ ।
ମଞ୍ଚେଶ୍ଵର ଥାନା ଅଧୀନ ଧିରିକୁଟି ବସ୍ତିର ପାତ୍ର ସାହିରେ ମହିଳା ଜଣଙ୍କ ଦୁଷ୍କର୍ମ କି ଗଣ ଦୁଷ୍କର୍ମର ଶିକାର ହୋଇ ନାହାନ୍ତି। କେବଳ ଅସଦାଚରଣ ବା ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଛନ୍ତି। ପୋଲିସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ଭୁଲ। ଅନିଚ୍ଛାକୃତ ତ୍ରୁଟି ଥିଲା। ଭୁଲ ବଶତଃ ଏଭଳି ହୋଇଥିଲା। ମହିଳା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ମାଡ ମାରିବା, ଲୁଗା ପଟା ଟାଣିବା, ପିଟିବା । ଅନିଛାକୃତ ତ୍ରୁଟିକୁ ପୋଲିସ ସଂଶୋଧନ କରିବ । ପୋଲିସ ଏଭଳି ସଫେଇ ଦେବା ଆଗରୁ ବଦଳି ଯାଇଥିଲା ପୀଡ଼ିତାଙ୍କ ମତ। ସେ କହିଥିଲେ ଜନ୍ମ ଦିନରେ ବିଳମ୍ବିତ ରାତିରେ ମାତ୍ରାଧିକ ପାଟିତୁଣ୍ଡକୁ ବିରୋଧ କରିବାରୁ ମାଡ଼ର ଶିକାର ହୋଇଛି, ଦୁଷ୍କର୍ମ କରିବା ନେଇ ଧମକ ଶୁଣିଛି। ଏହି ମାମଲାରେ ଦଫା ୨୯୪, ୩୨୩, ୩୫୪, ୩୫୪ଏ ୪୪୮, ୩୭୬ ୫୧୧, ୫୦୬, ଓ ଆଇପିସି ୩୪ରେ କେସ ନମ୍ୱର ୪୭୦/୨୨ରେ ୧୧ ଜଣଙ୍କ ନାମରେ ମାମଲା ରୁଜୁ ହେଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ, ଦେବାଶିଷ ପ୍ରଧାନ ( ମାଲିଙ୍ଗା), ଘର ସୁନ୍ଦରପଦା। ଦୀପକ କୁମାର ସେଠୀ ଘର ରଙ୍ଗ ମାଠିଆ,. ସ୍ବାଧିନ କୁମାର୍ ନାୟକ ଦଶରାଜ୍ ବସ୍ତି। ବାକି ୮ ଜଣ ଫେରାର ଅଛନ୍ତି । ଆଜି ଘଟଣାସ୍ଥଳକୁ ଯାଇ ପୁଣି ଛନ୍ ଭିନ କରିଛି ପୋଲିସ। ତା ସହିତ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ବେଳେ ତାଙ୍କ ସ୍ଵାମୀ କହିଛନ୍ତି ଜେଲ ଯାଇଥିବା ଯୁବକ ମାନେ ପେଶାଦାର ଅପରାଧୀ। ଏହି ଘଟଣା ଆଉ ଆଗକୁ ନବଢି ସମାଧାନ ହେଉ । ଏ ନେଇ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି ଯଦି ଜଣେ ମହିଳା ଅଭିଯୋଗ କରିଛି ଯେ ତାକୁ ଦୁଷ୍କର୍ମ ହୋଇଛି ତେବେ ମେଡ଼ିକାଲ ଟେଷ୍ଟ ନିହାତି ଜରୁରୀ। ଏତେ ବଡ ସଙ୍ଗୀନ ମାମଲାରେ ପୀଡ଼ିତା ବଦଳିଯିବା ଓ ପୋଲିସ ଓଲଟା ବୟାନ ରଖିବା ତାହା ଆଉ କିଛି ଅଲଗା ଦିଗକୁ ଦର୍ଶାଉଛି। ଏହା ପୋଲିସର ନିକମା ପଣିଆ। କେବଳ ସେତିକି ନୁହେଁ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ହେଉ ଦୃଢ଼ କାର୍ଯ୍ୟାନୁଷ୍ଠାନ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।