ଓସଡମାକୁ ସୁବାସ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର

ଅଷ୍ଟମରୁ ଯୁକ୍ତ ୩ ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ନେଇ ପାଠ୍ୟକ୍ରମ ରହିବ । ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ମାଧ୍ୟମରେ ତାଲିମ ଦିଆଯିବ । ସମସ୍ତ ସରକାରୀ କର୍ମଚାରୀ ଓ ସମସ୍ତ ଲୋକ ପ୍ରତିନିଧିଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ଦିଆଯିବ ।

ଓସଡମାକୁ ସୁବାସ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର

ଓସଡମାକୁ ସୁବାସ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଓସଡମାକୁ ୨୦୨୩ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁବାସ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପ୍ରଦାନ କରିଛନ୍ତି । ଜାତୀୟସ୍ତରର ପୁରସ୍କାରରେ instructional category ରେ ଓସଡମାକୁ ଏହି ସ୍ଵୀକୃତି ମିଳିଛି। ବିପର୍ଯ୍ୟୟ ପରିଚାଳନା ( Disaster management ) କ୍ଷେତ୍ରରେ ଏହି ପୁରସ୍କାର ଆରମ୍ଭ କରାଯାଇଥିବା ବେଳେ ଓସଡମାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ସାମ୍ବାଦିକ ସମ୍ମିଳନୀ କରି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି " ୧୯୯୯ ମସିହା ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାର ସହ ମୁକାବିଲା କରାଯାଇଛି । ଗତ ୭ ଟି ବାତ୍ୟାରେ ଜୀବନ ହାନି ଶୂନ୍ୟ ପାଇଁ ପ୍ରୟାସ କରାଯାଇଛି । ୧୯୯୯ ରେ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୨୦୧୩ ଫାଇଲିନ, ୨୦୧୯ରେ ଫନିରେ ୨ ଅଙ୍କ ଭିତରେ ମୃତ୍ୟୁ ସଂଖ୍ୟା ରଖାଯାଇପାରିଛି । ଅନ୍ୟ ବାତ୍ୟାରେ ଜିରୋ କାଜୁଆଲିଟି କରାଯାଇ ପାରିଛି । ଜୀବନ ହାନି ରୋକିବାକୁ ସବୁ ବିଭାଗ ଯତ୍ନବାନ ହୋଇ କାମ କରୁଛନ୍ତି ସରକାର । ଏହାର ସ୍ଵୀକୃତି ମିଳିଛି । Undp ଠୁ ଆରମ୍ଭ କରି ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ, ବିଭିନ୍ନ ବିଭାଗର ସମନ୍ୱୟ, ସରକାରୀ କର୍ମଚାରୀ, ପଞ୍ଚାୟତ ପ୍ରତିନିଧି , ସ୍ଵୟଂ ସହାୟକ ଗୋଷ୍ଠୀ ଓ ସରକାରଙ୍କ ସହ କାର୍ଯ୍ୟ କରୁଥିବା ସମସ୍ତଙ୍କ ପାଇଁ ଏହି ପୁରସ୍କାର ସମ୍ଭବ ହୋଇଛି । ଅଗ୍ନି ଜନିତ କ୍ଷୟକ୍ଷତି କମାଇବା, ସାପ କାମୁଡା ଉପରେ ବିଭାଗ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ  ପାଣିରେ ବୁଡି ମରିବା ଉପରେ ନିୟନ୍ତ୍ରଣ ପାଇଁ କାର୍ଯ୍ୟ ଆରମ୍ଭ ହେବ।

ଅଷ୍ଟମରୁ ଯୁକ୍ତ ୩ ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ନେଇ ପାଠ୍ୟକ୍ରମ ରହିବ। ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ସହ ମିଳିତ ଭାବେ ଏହି କାର୍ଯକ୍ରମ ହାତକୁ ନିଆଯାଇଛି। ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ମାଧ୍ୟମରେ ତାଲିମ ଦିଆଯିବ । ସମସ୍ତ ସରକାରୀ କର୍ମଚାରୀ ଓ ସମସ୍ତ ଲୋକ ପ୍ରତିନିଧିଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ଦିଆଯିବ । ପରୀକ୍ଷା ବ୍ୟବସ୍ଥା ପାଇଁ ବି ବ୍ୟବସ୍ଥା କରାଯିବ । ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତିନିଧିଙ୍କୁ ବି ଆବଶ୍ୟକୀୟ ତାଲିମ ଦିଆଯିବ। ଏ ନେଇ ପ୍ରସ୍ତୁତି ଚାଲିଥିବାବେଳେ କୋର୍ସ କରିଲୁଲମ୍ ପ୍ରସ୍ତୁତ କରାଯାଉଛି । ଆର୍ଥିକ ସହାୟତା ବି ପ୍ରଦାନ କରାଯିବ। ଓଡ୍ରାଫ (Odraf) ଓ ଦମକଳ ବିଭାଗ ( fire service ) କ୍ଷମତା ବୃଦ୍ଧି କରାଯିବ। ନୂଆ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦାନ କରାଯିବ।

ଅଧିକ ପଢ଼ନ୍ତୁ- http://ଅକ୍ଲାନ୍ତଙ୍କ ମୃତ୍ଯୁ ପରେ ଶୋକରେ ଓଡିଆ ସିନେ ଜଗତ; ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ
Published by:Soubhagya Mishra
First published: