ସମ୍ବଲପୁରୀ ଛାପ ସହ ରାମ୍ପରେ ଚାଲିଲେ ଦିବ୍ୟାଙ୍ଗ; ଜୁରୀ ମେମ୍ବର ଜଣାଇଲେ ସମ୍ମାନ

ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ପକ୍ଷରୁ ଗ୍ଲୋବାଲ ମଡେଲ ଇଣ୍ଡିଆର ଫ୍ୟାସନ ସୋରେ ଦିବ୍ୟାଙ୍ଗମାନଙ୍କୁ ସାମିଲ କରିବା ନେଇ ଏକ ନିଆରା ପ୍ରୟାସ କରାଯାଉଛି। ଫ୍ୟାସନ ସୋରେ ସାମିଲ ହୋଇଥିବା ୨୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୪ଜଣ ଥିଲେ ଦିବ୍ୟାଙ୍ଗ ମଡେଲ।

ପୁରୀରେ ରାମ୍ପରେ ଚାଲିଲେ ଦିବ୍ୟାଙ୍ଗ (ପ୍ରତୀକାତ୍ମକ ଛବି)

ପୁରୀରେ ରାମ୍ପରେ ଚାଲିଲେ ଦିବ୍ୟାଙ୍ଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ : ଦିବ୍ୟାଙ୍ଗ ହେଲେ ବି ସେମାନେ ସାଧାରଣଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି। ଏହି କଥାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ପୁରୀର କିଛି ଦିବ୍ୟାଙ୍ଗ। ଫ୍ୟାସନ ସୋରେ ରାମ୍ପରେ ଚାଲିବା ସହ ସୁନ୍ଦର ପ୍ରଦର୍ଶନ କେବଳ ଯେ ଦର୍ଶକଙ୍କୁ ବିମୋହିତ କରିଥିଲା ତାହା ନୁହେଁ ଜୁରୀମାନେ ମଧ୍ୟ ଠିଆହୋଇ ସମ୍ମାନ ଜଣାଇଥିଲେ।

ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ପକ୍ଷରୁ ଗ୍ଲୋବାଲ ମଡେଲ ଇଣ୍ଡିଆର ଫ୍ୟାସନ ସୋ ପରେ ଏମାନେ ଆନ୍ତର୍ଜାତୀୟ ରାମ୍ପ ଶୋରେ ସାମିଲ କରିବା ନେଇ ଏକ ନିଆରା ପ୍ରୟାସ କରାଯାଉଛି। ଫ୍ୟାସନ ସୋରେ ସାମିଲ ହୋଇଥିବା ୨୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୪ଜଣ ଥିଲେ ଦିବ୍ୟାଙ୍ଗ ମଡେଲ।

"ଫ୍ୟାସନ ସୋରେ ପୁରୁଷ ମଡେଲ ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ବେଳେ ରାମ୍ପରେ ମହିଳା ମଡେଲଙ୍କୁ ଦେଖିବାକୁ ମିଳିଥିଲା ଓଡିଆଣି ବେଶରେ। ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଆଉ ଓଡିଶାର ସମ୍ମାନ ପାଇଁ ରାମ୍ପ ଶୋରେ ସମ୍ବଲପୁରୀ ସଂସ୍କୃତିକୁ ଦିଆଯାଇଛି ବିଶେଷ ଗୁରୁତ୍ୱ। ମଡେଲମାନେ ସମ୍ବଲପୁରୀ ବେଶ ପୋଷାକ ପରିଧାନ କରି ରାମ୍ପ ଶୋରେ ପ୍ରଦର୍ଶନ କରିଛନ୍ତି। ଏଥିରେ ସବୁଠାରୁ ଆକର୍ଷଣ ଥିଲା ଦିବ୍ୟାଙ୍ଗ ମଡେଲଙ୍କ ନିଖୁଣ ପ୍ରଦର୍ଶନ। ହାତରେ ଆଶାବାଡି ଆଉ ବେଶ ପୋଷାକରେ  ସମ୍ବଲପୁରୀ ଛିଟା। ଯେଭଳି ନିଖୁଣ ଭାବେ ପ୍ରଦର୍ଶନ କଲେ ତାହା ବୋଧହୁଏ ପେଶାଦାର ମଡେଲଙ୍କ ଠାରୁ ବି କମ୍ ନଥିଲା," କହିଛନ୍ତି ଫେସନ ସୋରେ ଜୁରୀ ଥିବା ନଏଡାର ଡାକ୍ତର ଫାରୁଖ ହବିବ୍  ।

"ପୁନେର ଗ୍ଲୋବାଲ ବିୟୁଟି  ଇଣ୍ଟରନାସନାଲ ଅର୍ଗାନାଇଜେସନ ପକ୍ଷରୁ ଗ୍ଲୋବାଲ ମେଡଲ ଫେସନ ସୋ କରାଯାଇଥିଲା। ଗ୍ଲୋରିଅସ ଓଡିଶାର ଥିମ ନେଇ ଫେସନ ଇକ୍ଲୁସିଭ ସୋ ୨୦୨୧ର ଆୟୋଜନ କରାଯାଇଥିଲା । ସେଥିରେ ଦିବ୍ୟାଙ୍ଗମାନଙ୍କୁ ଯୋଡିବା ହେଲା ଆମର ମୂଳ ଲକ୍ଷ୍ୟ । ସେ ନେଇ ଗତ ୨୬ ତାରିଖରେ ପୁରୀରେ ଜାତୀୟ ଅଡିସନ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ୨୦ଜଣ ମଡେଲଙ୍କୁ ଚୟନ କରାଯାଇଛି।  ଏଥିରେ ପାଞ୍ଚଜଣ ଶିଶୁ, ୪ଜଣ ଦିବ୍ୟାଙ୍ଗ, ଜଣେ ମହିଳା ଓ ଦଶ ଜଣ ଯୁବ ମଡେଲ ରହିଛନ୍ତି । ଏହି ଅଡିସନରେ ବିଶେଷକରି ଛତିଶଗଡ଼, ଝା଼ଡଖଣ୍ଡ, ଓଡିଶା ଆଦିର ମଡେଲମାନେ ସାମିଲ ହେବା ସହ ଅଡିସନ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଚୟନ ହୋଇଥିବା ମଡେଲରମାନେ ୨୦୨୨ରେ ଭାରତ ଓ ବିଦେଶରେ ହେବାକୁ ଥିବା ଫ୍ୟାସନ ସୋରେ ଭାଗ ନେବେ," କହିଛନ୍ତି ଫ୍ୟାସନ ସୋର ଆୟୋଜକ ଡ. ପ୍ରୀତମ ବାଗ।

ଗ୍ଲୋବାଲ ଇନସ୍ପିରେସନର ବିଜେତା କନ୍ଧମାଳର ଦିବ୍ୟାଙ୍ଗ ନର୍ମଦା ସିଂଙ୍କ କହିବା ଅନୁସାରେ ,"ଆମେ ସମସ୍ତଙ୍କ ସହ ସମାନ। କେହି ବି କେବେ ଦିବ୍ୟାଙ୍ଗମାନଙ୍କୁ ଅସହାୟ ବା ନିରାଶ୍ରୟ ଭାବନ୍ତୁନି। ଖାଲି ହାତ ଗୋଡ ଭଲ ଥିବା ସହ ସୁନ୍ଦର ଚେହେରା ରହିଲେ ସେ ଭଲ ମଡେଲ ହେବ ତାହା ନୁହଁ । ଆମେ ବି ଫ୍ୟାସନ ସୋ ରେ ରାମ୍ପରେ ଚାଲି ଦର୍ଶକଙ୍କ ମନ ମୋହିପାରୁଛୁ। ଆମର ଏଭଳି ସୁନ୍ଦର ପ୍ରଦର୍ଶନ କେବଳ ଯେ ଦର୍ଶକଙ୍କୁ ବିମୋହିତ କରିଥିଲା ତାହା ନୁହେଁ ଜୁରୀମାନେ ମଧ୍ୟ ଠିଆହୋଇ ସମ୍ମାନ ଜଣାଇଥିଲେ "।
Published by:Soumya Das
First published:
)}