• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ; ଜବତ କଲା ଲକ୍ଷ ୨୦ ହଜାର ନଗଦ ଟଙ୍କା

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ; ଜବତ କଲା ଲକ୍ଷ ୨୦ ହଜାର ନଗଦ ଟଙ୍କା

ଭିଜିଲାନ୍ସ କବଜାରେ ପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା । ଲକ୍ଷ୍ମୀଧରଙ୍କ ଗାଡ଼ିକୁ ଅଟକାଇ ତାଙ୍କ ପାଖରୁ ୨ ଲକ୍ଷ ୨୦ ହଜାର ନଗଦ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ବିଭାଗ।

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରତୀକାତ୍ମକ ଛବି)

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଭିଜିଲାନ୍ସ କବଜାରେ ପଡ଼ିଛନ୍ତି ଆଉ ଜଣେ ବଡ଼ ସରକାରୀ ବାବୁ। ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା । ସୋମବାର ଅପରାହ୍ନରେ ଲକ୍ଷ୍ମୀଧରଙ୍କ ଗାଡ଼ିକୁ ଅଟକାଇ ତାଙ୍କ ପାଖରୁ ୨ ଲକ୍ଷ ୨୦ ହଜାର ନଗଦ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ବିଭାଗ।

ଏହା ପରେ ଭିଜିଲାନ୍ସ ବିଭାଗ ଲକ୍ଷ୍ମୀଧରଙ୍କର ବିଭିନ୍ନ ଠିକଣା ଉପରେ ଛାପା ମାରିଛି । ଏହି ସମୟରେ ଲକ୍ଷ୍ମୀଧରଙ୍କ ସରକାରୀ ବାସଭବନରୁ ୩ ଲକ୍ଷ ୫୦ ହଜାର ଟଙ୍କା ସହିତ ଭୁବନେଶ୍ବର ତମାଣ୍ଡୋ ଠାରେ ଥିବା ତାଙ୍କ ବାସଭବନରୁ ଏକ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ । ସୋମବାର ରାତି ପର୍ଯ୍ୟନ୍ତ ତାଙ୍କର ବିଭିନ୍ନ ଠିକଣା ଗୁଡ଼ିକରେ ଭିଜିଲାନ୍ସ ବିଭାଗର ରେଡ଼ ଜାରି ରହିଥିବା ବେଳେ ଲକ୍ଷ୍ମୀଧରଙ୍କ ପାଖରୁ ମୋଟ ୬ ଲକ୍ଷ ୭୦ ହଜାର ଟଙ୍କା ନଗଦ ଜବତ କରି ସାରିଥିଲା ଭିଜିଲାନ୍ସ ବିଭାଗ ।

ଏହା ବ୍ୟତୀତ ଭୁବନେଶ୍ବର ତମାଣ୍ଡୋ ଠାରେ ଥିବା ଏକ ତିନି ମହଲା ବିଶିଷ୍ଟ ଘର ସହିତ ପୁରୀ ସହରରେ ଥିବା ଦୁଇଟି କୋଠା ଓ ଖୋର୍ଦ୍ଧା, ପୁରୀ ଓ ଭୁବନେଶ୍ବରର ପ୍ରମୁଖ ଅଞ୍ଚଳରେ ତାଙ୍କର 9ଟି ବହୁ ମୂଲ୍ୟ ଜମିକୁ ମଧ୍ୟ ଠାବ କରିଛି ଭିଜିଲାନ୍ସ ବିଭାଗ । ତେବେ ଲକ୍ଷ୍ମୀଧରଙ୍କର ବହୁ ପୋତାଧନ ବାବଦରେ ସୁରାକ ମିଳିଥିବା ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣା ପଡ଼ିଛି । ତେବେ ରେଡ଼ ଜାରି ରହିଥିବାରୁ ଆଗକୁ ସେହି ସବୁ ପୋତା ଧନ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି ଅନୁମାନ କରାଯାଉଛି ।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଲକ୍ଷ୍ମୀଧର ଜେନା ବହୁ ପରିମାଣରେ ଦୁର୍ନୀତି କରି ବିପୁଳ ପରିମାଣରେ ଅର୍ଥ ସଂଗ୍ରହ କରିଥିବା ନେଇ ବିଭାଗ ପାଖରେ ଖବର ପହଞ୍ଚିଥିଲା । ଏନେଇ ବିଭାଗ ଦୀର୍ଘ ଦିନ ହେଲା ଲକ୍ଷ୍ମୀଧରଙ୍କୁ ନିଜ ସ୍କାନରକୁ ନେଇଥିଲା । ସୋମବାର ଅପରାହ୍ନ ପ୍ରାୟ ସାଢେ ଦୁଇଟା ସମୟରେ ଲକ୍ଷ୍ମୀଧର ତାଙ୍କର ସରକାରୀ ଗାଡ଼ିରେ ଅଫିସରୁ ଘରକୁ ଫେରୁଥିବା ବେଳେ ମାଝିଗୁଡ଼ା ନିକଟରେ ଥିବା ଏକ ବାଇକ ସୋ'ରୁମ ପାଖରେ ତାଙ୍କ ଗାଡ଼ିକୁ ଅଟକାଇଥିଲା ଭିଜିଲାନ୍ସ ବିଭାଗ। ସେହି ଗାଡ଼ିରୁ ହିଁ ୨ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
Published by:Soumya Das
First published: