ଭୁବନେଶ୍ବରରୁ ସୁରତକୁ ସିଧାସଳଖ ବିମାନ ସେବା ଆରମ୍ଭ ହେଲା; ପ୍ରଥମ ଉଡ଼ାଣରେ ଅଛନ୍ତି ୮୧ ଜଣ ଯାତ୍ରୀ

ଏୟାର ଇଣ୍ଡିଆର ଏହି ଫ୍ଲାଇଟ୍‌ ସପ୍ତାହରେ ଦୁଇ ଦିନ ଚ଼ଳାଚ଼ଳ କରିବ । ଭୁବନେଶ୍ବରରୁ ସୁରଟ ଯାତ୍ରା ପାଇଁ ₹୪,୮୦୩ ଓ ସୁରଟ ପଟୁ ଆସିବା ପାଇଁ ₹୪,୨୧୩ ଭଡ଼ା ଧାର୍ଯ୍ୟ କରାଯାଇଛି ।

ଭୁବନେଶ୍ବରରୁ ସୁରତକୁ ସିଧାସଳଖ ବିମାନ ସେବା ଆରମ୍ଭ ହେଲା; ପ୍ରଥମ ଉଡ଼ାଣରେ ଅଛନ୍ତି ୮୧ ଜଣ ଯାତ୍ରୀ
ବିମାନ ସେବା ଆରମ୍ଭ ହେବା ପୂର୍ବରୁ ବିମାନ ବନ୍ଦରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • News18 Odia
  • Last Updated: January 20, 2020, 10:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଗୁଜରାଟର ଔଦ୍ୟୋଗିକ ସହର ସୁରତକୁ ସିଧାସଳଖ ବିମାନ ସେବା ଆଜି ସକାଳେ ଶୁଭାରମ୍ଭ ହୋଇଛି । ପ୍ରଥମ ଉଡ଼ାଣରେ ୮୧ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଛି ଏୟାର ଇଣ୍ଡିଆ ଫ୍ଲାଇଟ୍‌ ।

ଦିନ ଏୟାର ଇଣ୍ଡିଆ ପକ୍ଷରୁ ଭୁବନେଶ୍ବରରୁ ସୁରଟକୁ ବିମାନ ସେବା ଯୋଗାଇ ଦିଆଯିବ । ପ୍ରତି ସପ୍ତାହର ସୋମବାର ଓ ଗୁରୁବାର ସକାଳ ୮ଟା ୪୦ରେ ଭୁବନେଶ୍ବରରୁ ଉଡାଣ ଭରିବ ବିମାନ । ସେହିପରି ସୁରତ ପଟୁ ପ୍ରତି ସପ୍ତାହର ଶୁକ୍ରବାର ଏବଂ ରବିବାର ସକାଳ ୮ଟା ୩୦ରେ  ବିମାନ ଉଡାଣ ଭରିବ ।

ଭୁବନେଶ୍ବରରୁ ସୁରଟ ଯାତ୍ରା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ୪ ହଜାର ୮୦୩ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସୁରଟ ପଟୁ ଆସିବା ପାଇଁ ୪ ହଜାର ୨୧୩ ଟଙ୍କା ରଖାଯାଇଛି ।

ଭୁବନେଶ୍ବରରୁ ସୁରତକୁ ବିମାନ ସେବା ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା । ଏହି ବିମାନ ସେବାର ଶୁଭାରମ୍ଭ ହେବା ପରେ ଏୟାର ଇଣ୍ଡିଆ ଆଜି ଯାତ୍ରୀଙ୍କୁ ନେଇ ସୁରତକୁ ପ୍ରଥମ ଉଡ଼ାଣ ଭରିଛି ।

ଏହି ବିମାନ ସେବାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ‘‘ଏହି ବିମାନ ସେବା ଦ୍ବାରା ଦୂରତ୍ବ କମିବ, ସମୟ ବଞ୍ଚିବା ସହ ବ୍ୟବସାୟ ବୃଦ୍ଧି ହେବ । ବିଶେଷକରି ବହୁ ଓଡ଼ିଆ ଏହା ଦ୍ବାରା ଉପକୃତ ହେବେ,’’ କହିଛନ୍ତି ସାଂସଦ ଅପରାଜିତା ।

‘‘ମୁଁ ନଗର ଉଡ୍ଡୟନ ମନ୍ତ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ବିମାନ ସେବା ଆରମ୍ଭ କରିବାରେ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି । ସେମାନେ ସମସ୍ତେ ମୋ’ ଅନୁରୋଧକୁ ବଡ଼ ସହୃଦୟତାର ସହ ଗ୍ରହଣ କରି ସହଯୋଗ କରିଥିଲେ,’’ କହିଛନ୍ତି ଅପରାଜିତା ।
First published: January 20, 2020, 10:51 AM IST