ସ୍ମାର୍ଟଫୋନରେ ଅନଲାଇନ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ; ଜାରି ହେଲା ନୂଆ ଗାଇଡଲାଇନ୍

ଅଗଷ୍ଟ ୧ ତାରିଖରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ପରୀକ୍ଷା। ଗାଁ ଗହଳିରେ ରହୁଥିବା ଛାତ୍ରଛାତ୍ରୀ ଇଲେକ୍ଟ୍ରିସିଟି କିମ୍ବା ଇଣ୍ଟରନେଟ ସେବା ପାଇଁ ନିକଟସ୍ଥ କଲେଜକୁ ନିଜ ଲାପଟପ ନେଇଯାଇ ପରୀକ୍ଷା ଦେଇପାରିବେ।

ସ୍ମାର୍ଟଫୋନରେ ଅନଲାଇନ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ; ଜାରି ହେଲା ନୂଆ ଗାଇଡଲାଇନ୍
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ପଢ଼ାପଢ଼ି ନ କରି ଘରେ ବସି କମ୍ପ୍ୟୁଟର ଓ ଲାପଟପ ମାଧ୍ୟମରେ ପାଠ ପଢ଼ୁଛନ୍ତି ଓ ପରୀକ୍ଷା ବି ଦେଉଛନ୍ତି। ଡିପ୍ଲୋମା ଛାତ୍ରଛାତ୍ରୀମାନେ ଆଣ୍ଡ୍ରୋଏଡ଼ ଫୋନ ମାଧ୍ୟମରେ ପରୀକ୍ଷା ଦେଇ ପାରିବେ ବୋଲି ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଖରେ ଲାପଟପ ନାହିଁ ସେମାନେ ଆଣ୍ଡ୍ରୋଏଡ଼ ଫୋନ ମାଧ୍ୟମରେ ପରୀକ୍ଷା ଦେଇପାରିବେ। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ। ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ କୌଣସି ପ୍ରକାର ସୁବିଧା ଅର୍ଥାତ କମ୍ପ୍ୟୁଟର, ଲାପଟପ କିମ୍ବା ଇଣ୍ଟରନେଟ କନେକ୍ସନ ଥିବା ମୋବାଇଲ ନ ଥିବ ସେହି ଛାତ୍ରଛାତ୍ରୀମାନେ କେବଳ ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଯାଇ ପରୀକ୍ଷା ଦେଇ ପାରିବେ।

ଆସନ୍ତା ଅଗଷ୍ଟ ୧ ତାରିଖରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ପରୀକ୍ଷା। ପରୀକ୍ଷା ସେଡୁଲ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ । ଚଳିତ ବର୍ଷ ୩୫ଟି ସରକାରୀ ଓ ୧୨୦ଟି ଘରୋଇ ଡିପ୍ଲୋମା ସ୍କୁଲରୁ ମୋଟ ୨୫ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା।

ଗତ ସପ୍ତାହରେ କଟକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବି. ଫାର୍ମା ପରୀକ୍ଷାର୍ଥୀମାନେ ଧାରଣା ଦେଉଛନ୍ତି ।


ମୁଖ୍ୟତଃ ଏମ ସି କ୍ୟୁ ପାଟର୍ଣ୍ଣରେ ହେବ ପରୀକ୍ଷା। ଥିଓରୀ ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ସୀମା ରହିବ ବୋଲି ସ୍ଥିର କରାଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ପାଇଁ ମିଳିବ ଆଭରେଜ ମାର୍କ। ପୂର୍ବ ସେମିଷ୍ଟର ଓ ଇଣ୍ଟରନାଲ ପରୀକ୍ଷା ଆଧାରରେ ମିଳିବ ପ୍ରାକ୍ଟିକାଲ ନମ୍ବର। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନଙ୍କର ତୃତୀୟ ଓ ପଞ୍ଚମ ସେମିଷ୍ଟର ଆଧାରରେ ଫାଇନାଲ୍ ପରୀକ୍ଷା ନମ୍ବର ଦିଆଯିବ। ସେମାନେ ପରୀକ୍ଷା ଦେବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି।

‘‘ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀରୁ ହୋଇଥିବାରୁ ସମସ୍ତଙ୍କ ପାଖରେ ଲାପଟପ ଓ କମ୍ପ୍ୟୁଟର ନ ଥିବ । ତେଣୁ ମୋବାଇଲ ଯୋଗେ ପରୀକ୍ଷା ଏକ ଭଲ ପଦକ୍ଷେପ,’’ ଘରୋଇ ଇଞ୍ଜିନିୟରିଂ କଲେଜ ସଙ୍ଘର ସଭାପତି ସରୋଜ କୁମାର ସାହୁ କହିଛନ୍ତି ।

ଆଜି ଠାରୁ ବିପିୟୁଟି ଅଷ୍ଟମ ସେମିଷ୍ଟର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଜୁଲାଇ ୨୭ରୁ ହେବ ଥିଓରୀ ପରୀକ୍ଷା । ବିପୁୟୁଟି ଫାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ଚାଲିଥିବା ବିବାଦର ଅନ୍ତ ଘଟିଛି। ଘରେ ରହି ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ଦେବା ପାଇଁ ଗାଇଡ଼ଲାଇନ ଜାରି କରିଛି ବିପୁୟୁଟି। ତେବେ ପୂର୍ବରୁ ଅନଲାଇନ ପରୀକ୍ଷା ପାଇଁ ବିଭିନ୍ନ ସମସ୍ୟା ଦେଖାଇ ଏହାକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀମାନେ ।

ଆଗାମୀ ୨୭ ତାରିଖରେ ହେବାକୁ ଥିବା ୭୦ ମାର୍କ ଓ ୧୦୦ ମାର୍କ ବିଶିଷ୍ଟ ଫାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ପୂର୍ବ ଗାଇଡ଼ଲାଇନକୁ ବଦଳାଇ ନୂଆ ଗାଇଡ଼ଲାଇନ ଜାରି କରିଛି ବିପୁୟୁଟି । ଛାତ୍ରଛାତ୍ରୀମାନଙ୍କୁ ୭୦ ମାର୍କ ପରୀକ୍ଷା ପାଇଁ ୨ ଘଣ୍ଟା ବଦଳରେ ଅଢ଼େଇ ଘଣ୍ଟା ଓ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷା ପାଇଁ ଅଢ଼େଇ ଘଣ୍ଟା ବଦଳରେ ତିନି ଘଣ୍ଟା ସମୟ ଦିଆଯାଇଛି । ଏହା ସହ ଗାଁ ଗହଳିରେ ରହୁଥିବା ଛାତ୍ରଛାତ୍ରୀ ଇଲେକ୍ଟ୍ରିସିଟି କିମ୍ବା ଇଣ୍ଟରନେଟ ସେବା ପାଇଁ ନିକଟସ୍ଥ କଲେଜକୁ ନିଜ ଲାପଟପ ନେଇ ଯାଇ ପରୀକ୍ଷା ଦେଇ ପାରିବେ ବୋଲି ବି ଗାଇଡ଼ଲାଇନରେ ଦର୍ଶା ଯାଇଛି।
Published by: Anand Shankar Thankur Das
First published: July 9, 2020, 8:10 PM IST
corona virus btn
corona virus btn
Loading