ରାଷ୍ଟ୍ରପତିଙ୍କ ପାଇଁ ରାଜଧାନୀରେ ନୈଶ ଭୋଜି ଆୟୋଜନ; ଯୋଗଦେବେ ୫୦୦ ମାନ୍ୟଗଣ୍ୟ ବ୍ୟକ୍ତି

ରାଷ୍ଟ୍ରପତିଙ୍କ ପାଇଁ ଆୟୋଜିତ ନୈଶ ଭୋଜିରେ ପ୍ରାୟ ୫୦୦ ମାନଗଣ୍ୟ ବ୍ୟକ୍ତି ଯୋଗ ଦେବେ। ଏଥିରେ ରାଜ ନେତା, ପ୍ରଶାସନିକ ଅଧିକାର, ବରିଷ୍ଠ ନାଗରିକ ମଧ୍ୟ ଯୋଗଦେବେ।

ରାଷ୍ଟ୍ରପତିଙ୍କ ପାଇଁ ରାଜଧାନୀରେ ନୈଶ ଭୋଜି

ରାଷ୍ଟ୍ରପତିଙ୍କ ପାଇଁ ରାଜଧାନୀରେ ନୈଶ ଭୋଜି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ସାରି ଭୁବନେଶ୍ୱର ଫେରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ପାଇଁ ରାଜଧାନୀ ରାଜ ଭବନରେ ନୈଶ ଭୋଜିର ଆୟୋଜନ ହୋଇଛି।

ରାଷ୍ଟ୍ରପତିଙ୍କ ନୈଶ ଭୋଜିରେ ପ୍ରାୟ ୫୦୦ ମାନଗଣ୍ୟ ବ୍ୟକ୍ତି ଯୋଗ ଦେବେ। ଏଥିରେ ରାଜ ନେତା, ପ୍ରଶାସନିକ ଅଧିକାର, ବରିଷ୍ଠ ନାଗରିକ ମଧ୍ୟ ଯୋଗଦେବେ। ଯିବା ଆସିବା ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରପତି ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆଦିବାସୀ ନୃତ୍ୟ, ଗୀତ ଓ ବାଦ୍ୟ ସହିତ ସ୍ବାଗତ କରାଯାଇଥିଲା। ଲୋକେ ଜାତୀୟ ପତାକା ଧରି ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ।  ରାଷ୍ଟ୍ରପତିଙ୍କ ଦେଖିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ।

ରାଜଧାନୀର ବିଭିନ୍ନ ଛକରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ, ସ୍ବଭାବ କବି ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ, ଭଗବାନ ବିର୍ସା ମୁଣ୍ଡା ଓ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ପରେ ରାଷ୍ଟ୍ରପତି ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ‌ ଦେଇଛନ୍ତି। ଏହା ପରେ ସେ ରାଜଭବନରେ ରାତ୍ରୀଯାପନ କରିବେ।

ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ରହିଛି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୩୪ ପ୍ଲାଟୁନ ପୋଲିସ । ଦାୟିତ୍ବରେ ରହିଛନ୍ତି ୨୦୦ ବରିଷ୍ଠ ପୋଲିସ ଅଧିକାରୀ। ୪ଜଣ ଡିସିପି, ୨୨ଜଣ ଅତିରିକ୍ତ ଡିସିପି , ୬୨ ଜଣ ଡିଏସପି  ଅଧିକାରୀ ଓ ୨୦୦ ଜଣ ଏସଆଇ-ଏଏସଆଇ ନିୟୋଜିତ ହୋଇଛନ୍ତି। ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବ ସମ୍ପର୍କ ବ୍ରିଫ୍‌ କରିଥିଲେ ଡିସିପି। ବିମାନବନ୍ଦର, ରୁଟ୍ ଲାଇନ ଓ ରାଜଭବନ ପର୍ଯ୍ୟନ୍ତ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା। ସବୁଥାନାକୁ ଆଲର୍ଟ କରିବା ସହ ବେଆଇନ୍‌ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି ।
Published by:Soumya Das
First published: