ଦୀପିକାଙ୍କ ଟେଣ୍ଟ ଭାଙ୍ଗିଲେ ଦିନେଶଙ୍କ ପରିବାର ଲୋକେ; କେସ ଦେଲେ ଦୀପିକା

ଦିନେଶଙ୍କ ପରିବାର ଲୋକେ ଉଭୟ ଦୀପିକା ଓ ପ୍ରମିଳା ତ୍ରିପାଠୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାଫଳରେ ଆଜି ପ୍ରମିଳା ତ୍ରିପାଠୀ ବଡ଼ ବଜାର ଥାନାରେ ଦୀନେଶଙ୍କ ପରିବାର ଲୋକଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଛନ୍ତି।

ଦୀପିକାଙ୍କ ଟେଣ୍ଟ ଭାଙ୍ଗିଲେ ଦିନେଶଙ୍କ ପରିବାର ଲୋକେ (ପ୍ରତୀକାତ୍ମକ ଛବି)

ଦୀପିକାଙ୍କ ଟେଣ୍ଟ ଭାଙ୍ଗିଲେ ଦିନେଶଙ୍କ ପରିବାର ଲୋକେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ସ୍ତ୍ରୀର ହକ ଦାବି କରି ଗତ ୧୧ ଦିନ ହେଲା ଦିନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୀପିକା। ଧାରଣାକୁ ନେଇ ଗତକାଲି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହିତ ଦିନେଶଙ୍କ ପରିବାର ଲୋକେ ଉଭୟ ଦୀପିକା ଓ ପ୍ରମିଳା ତ୍ରିପାଠୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାଫଳରେ ଆଜି ପ୍ରମିଳା ତ୍ରିପାଠୀ ବଡ଼ ବଜାର ଥାନାରେ ଦୀନେଶଙ୍କ ପରିବାର ଲୋକଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଛନ୍ତି।

ମୁଁ ସମ୍ପୂର୍ଣ୍ଣ ଅସୁରକ୍ଷିତ। ମୋତେ ସୁରକ୍ଷା ଯୋଗାଇ ଦିଆଯାଉ। ଯେଉଁମାନେ ଗତକାଲି ମୋତେ ଓ ପ୍ରମିଳା ମାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିବା ସହ ସେଭଳି ସ୍ତ୍ରୀର ହକ ଦାବି କରି ଧାରଣାକୁ ଜାରି ରଖିଛନ୍ତି ଦୀପିକା।

‘‘ଗତକାଲି ହୋଇଥିବା ଉତ୍ତେଜନାକୁ ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ବଡ଼ବଜାର ଥାନାରେ ଦିନେଶଙ୍କ ପରିବାର ଲୋକେ ଓ ତାଙ୍କ ସହଯୋଗୀଙ୍କ ନାମରେ ମାମଲା ଦେଇଛନ୍ତି । ମାମଲାର କିଭଳି ଭାବେ ସମାଧାନ ହେବ ସେ ନେଇ ଚେଷ୍ଟା କରିବା ପରିବର୍ତ୍ତେ ଦୀପିକାଙ୍କୁ ଘଟଣାସ୍ଥଳରୁ ହଟାଇ ଦିଆଯିବ ସେ ନେଇ ପରିବାର ଲୋକଙ୍କ ଏଭଳି ପଦକ୍ଷେପ ନିନ୍ଦନୀୟ,‘‘ କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।

‘‘ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଟେକ୍ସନ ଅଫିସର ଦ୍ବାରା ହୋଇଥିବା କାଉନସିଲିଂକୁ ଦୀପିକା ଯାଇନଥିଲେ । ଯାହାଫଳରେ କାଉନସିଲିଂ ହୋଇପାରିନଥିଲା ତେଣୁ ବର୍ତ୍ତମାନ ସେଭଳି ଦୀପିକା ଦିନେଶଙ୍କ ଘର ସମ୍ମଖରେ ଧାରଣାରେ ବସିଛନ୍ତି। ମାମଲା କୋର୍ଟରେ ରହିଥିବା ବେଳେ ଆପୋଷ ବୁଝାମଣା ପାଇଁ ଦୀପିକା କାଉନସିଲିଂ ନିମନ୍ତେ ରାଜି ହେବା ସହିତ ଜିଲ୍ଲା ପ୍ରାଶସନ ଓ ପୋଲିସକୁ ସହଯୋଗ କଲେ ହିଁ ଏହାର ସମାଧାନର ବାଟ ଫିଟିପାରିବ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ. ।
Published by:Soumya Das
First published: