ଦୀପିକାଙ୍କ ଟେଣ୍ଟ ପାଲକୁ ଚିରି ନିଜ ଘରକୁ ଗଲେ ଶାଶୁ ଘର ଲୋକ
- News18 Odia
- Last Updated :
- Other, India
News18 Odia Digital
ବ୍ରହ୍ମପୁର: ସ୍ତ୍ରୀର ହକ୍ ଓ ପୁଅର ପରିଚୟ ଦାବି କରି ଦୀନେଶଙ୍କ ଘର ଆଗରେ ଦୀପିକା ଧାରଣା ଦେଇଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା । ହଠାତ୍ ଶାଶୁ ଘର ଲୋକେ ଘରେ ପହଞ୍ଚି ଯାଇଥିଲେ। ଯୁକ୍ତି ତର୍କ ସହ କରିଥିଲେ ବାକ୍ ବିତଣ୍ଡା। କେବଳ ସେତିକି ନୁହେଁ ଦୀପିକା ଲଗାଇଥିବା ପାଲକୁ କାଢି ଦେବା ସହ ତାଲା ଖୋଲି ଘରକୁ ଯାଇଛନ୍ତି ପରିବାର ଲୋକେ। ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରୁନାହାନ୍ତି ।
ଘରେ ପହଞ୍ଚିବା ପରେ ଦୀପିକାଙ୍କ ସହ ପାଟି ତୁଣ୍ଡ କରିଥିଲେ ତାଙ୍କ ଶାଶୁ ଶ୍ବଶୁର। ସେମାନଙ୍କ କହିବାନୁସାରେ, ତାଙ୍କ ଘର ଆଗରେ ବସିବାକୁ ଦୀପିକା କିଏ ? ଦୀପିକା ପ୍ରଥମେ ନିଜ ଡିଏନଏ ରିପୋର୍ଟ ଦେଖାଉ। ସେପଟେ ଦୀପିକା କହିଛନ୍ତି ତାଙ୍କ ପୁଅ ଦୀନେଶ ସହ ସମ୍ପର୍କ ଥିଲା ଓ ପୁଅଟିଏ ଜନ୍ମ ହୋଇଛି । ତେଣୁ, ତାଙ୍କର ହକ୍ ରହିଛି।
ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି ଦୀପିକା । ଦିନେ ନୁହେଁ ଦୁଇ ମାସରୁ ଅଧିକ ଦିନ ହେବ ଦୀନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।