News 18 Odia Digital
ବ୍ରହ୍ମପୁର: ଆଜି ସାରା ଦେଶ ପାଳୁଛି ୭୬ତମ ସ୍ବାଧିନତା ଦିବସ। ଭାରତ ସ୍ବାଧିନ ହୋଇ ୭୫ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । କିନ୍ତୁ ସ୍ବାଧିନତା ଦିବସରେ ମଧ୍ୟ ସେଭଳି ନିଜର ଦାବିକୁ ନେଇ ଧାରଣାରେ ବସି ରହିଛନ୍ତି ଦୀପିକା।
ସୋମବାର ଦୀପିକାଙ୍କ ଧାରଣା ୧୪ ଦିନ ବିତିଯାଇଥିବା ବେଳେ ତାଙ୍କୁ ବର୍ତ୍ତମାନ ବିଭିନ୍ନ ସ୍ଥାନରୁ ସହାୟତା ମିଳିବା ସହିତ ବହୁ ଲୋକଙ୍କ ସମର୍ଥନ ମଧ୍ୟ ମିଳୁଛି। ତେବେ ଦୀପିକା ସ୍ତ୍ରୀର ହକ ଦାବି ସହ ନିଜ ପୁଅକୁ ଦୀନେଶ ତାଙ୍କ ବାପାର ପରିଚୟ ଦେବା ନିମନ୍ତେ ବର୍ଷା, ଖରା, ଦିନ ରାତି ଏକ କରି ଧାରଣାରେ ବସିଥିବା ବେଳେ ଦୀନେଶ ନିଜ ଜୀବନକୁ ନେଇ ଉତ୍ସାହ ମନାଉଥିବା ଦୁଇଟି ଭିଡ଼ିଓ ଭାରଇଲ ହୋଇଛି।
ଜଣେ ଝିଅକୁ ପ୍ରପୋଜ କରିବାର ଏକ ଭିଡ଼ିଓ ରହିଥିବା ବେଳେ ଅନ୍ୟ ଏକ ଭିଡ଼ିଓରେ ଦୁଇଟି ଝିଅ ସହିତ ଗୀତର ତାଳେ ତାଳେ ନାଚୁଛନ୍ତି ଦୀନେଶ। ଏହି ଦୁଇଟି ଭିଡ଼ିଓକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଦୀପିକା ଓ ଦୀନେଶ। ସେପଟେ ଉଭୟଙ୍କ ମଧ୍ୟରେ କିଭଳି ରହିଥିଲା ସମ୍ପର୍କରେ ସେ ନେଇ ମଧ୍ୟ ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଦୀପିକା। ଏହି ଦୁଇଟି ଭାଇରାଲ ଭିଡ଼ିଓ ଗତ କିଛି ଦିନର ବୋଲି ଦୀପିକା ଦାବି କରୁଥିବା ବେଳେ କିଭଳି ଜଣେ ଝିଅର ଜୀବନ ସହ ଖେଳି ସେ ନ୍ୟାୟ ମାଗୁଛି ତାହା ଦୀନେଶଙ୍କୁ ଦେଖାଯାଉନାହିଁ ବୋଲି ଦୁଃଖର ସହିତ କହିଛନ୍ତି ଦୀପିକା।
ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ ବାହାର ଲୋକେ ଏତେ ପରିମାଣର ସାହାର୍ଯ୍ୟ କରୁଥିବା ବେଳେ ଦୀନେଶଙ୍କ ପରିବାର ଲୋକେ ଆହା ପଦେ କହିବାକୁ ମଧ୍ୟ ଘରୁ ବାହାରକୁ ବାହାରୁନାହାନ୍ତି। କେବଳ ନାନା ଗାଳି ଗୁଲଜ କରୁଛନ୍ତି ଓ ଦୀପିକାକୁ ତାଙ୍କ ଘର ବାରଣ୍ଡାରୁ ବାହାର କରିବା ନିମନ୍ତେ ନାନା ପ୍ରୟାସ କରୁଛନ୍ତି। ଦୀନେଶ ଓ ତାଙ୍କ ପରିବାର ଲୋକେ ଦୀପିକାଙ୍କୁ ଗ୍ରହଣ କରିବା ନିମନ୍ତେ ନାରାଜ ରହିଥିବା ବେଳେ ଦୀପିକାଙ୍କୁ ଘର ବାରଣ୍ଡାରୁ ହଟାଇବା ନିମନ୍ତେ ଅନେକ ପ୍ରୟାସ କରୁଛନ୍ତି। ଦିନକୁ ଦିନ ଦୀପିକାଙ୍କ ପାଇଁ ସମର୍ଥନର ହାତ ବଢ଼ୁଥିବା ଦେଖିବାକୁ ମିଳିଛି। ତେବେ କେବେ ଦୀପିକା ନ୍ୟାୟ ପାଇବେ ଏବେ ତାହାକୁ ହିଁ ଅପେକ୍ଷା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।