ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଘର ବାହାରେ ଲକ୍ଷ୍ମୀଙ୍କୁ ପୂଜା କଲେ ଗୃହ ଲକ୍ଷ୍ମୀ; କହିଲେ ମା’ଶାଶୁ ଘର ଲୋକଙ୍କୁ ସଦବୁଦ୍ଧି ଦିଅନ୍ତୁ

ଘର ବାହାରେ ଲକ୍ଷ୍ମୀଙ୍କୁ ପୂଜା କଲେ ଗୃହ ଲକ୍ଷ୍ମୀ; କହିଲେ ମା’ଶାଶୁ ଘର ଲୋକଙ୍କୁ ସଦବୁଦ୍ଧି ଦିଅନ୍ତୁ

୪ ଦିନ ହେବ ଧାରଣା ଦେଇଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ଓରଫ ଡିମ୍ପଲ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି। ଘଟଣାକୁ ନେଇ ବୁଧବାର ଦିନ ଡିମ୍ପଲଙ୍କ ସ୍ୱାମୀ ଓ ଶଶୁର ନିଜ ପ୍ରତିକ୍ରିୟା ରଖିଥିଲେ।

ଘର ବାହାରେ ଲକ୍ଷ୍ମୀଙ୍କୁ ପୂଜା କଲେ ଗୃହ ଲକ୍ଷ୍ମୀ; କହିଲେ ମା’ଶାଶୁ ଘର ଲୋକଙ୍କୁ ସଦବୁଦ୍ଧି ଦିଅନ୍ତୁ
ବାହାରେ ମା ଲକ୍ଷ୍ମୀଙ୍କୁ ପୂଜିଲେ ଡିମ୍ପଲ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 25, 2021, 4:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଗତ ୪ ଦିନ ହେବ ଧାରଣା ଦେଇଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ଓରଫ ଡିମ୍ପଲ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି। ବ୍ରହ୍ମପୁର ସହରର ବ୍ରହ୍ମାନଗରର ପ୍ରମୋଦ ସାହୁଙ୍କ ଘର ଆଗରେ ଡିମ୍ପଲ ଗତ ଚାରି ଦିନ ହେଲା ଧାରଣାରେ ବସିଥିବା ବେଳେ ଆଜି ସକାଳୁ ସେ ଶ୍ୱଶୁର ଘର ଆଗରେ ପୂଜା କରିବା ସହ ମାଣ ବସାଇଥିଲେ।

ସକାଳୁ ସକାଳୁ ଲିପା ପୋଛା କରି ମା’ଙ୍କ ଫଟୋ ସମ୍ମୁଖରେ ଭୋଗ, ଦୀପ, ଧୂପ ସଜାଡ଼ି ରଖି ପୂଜାର୍ଚ୍ଚନା କରିଥିଲେ। ଏହାପରେ ମା’ଙ୍କ ଫଟୋ ସମ୍ମୁଖରେ ବସି ବହି ମଧ୍ୟ ପଢ଼ିଥିଲେ। ଏନେଇ ଡିମ୍ପଲ କହିଛନ୍ତି, ‘ମାଙ୍କୁ ବାହାରେ ବସାଇଛି, ମୋତେ ଖରାପ ଲାଗୁଛି। ହେଲେ ମୁଁ କ’ଣ କରିବି ? ଯେହେତୁ ମୁଁ ଘରର ଗୋଟିଏ ବୋଲି ବୋହୂ ତେଣୁ ମୋତେ ଏସବୁ କରିବାକୁ ପଡ଼ିବ। ମା’ଙ୍କୁ ବାହାରେ ବସାଇଛି, ତେଣୁ ମା’ ମୋତେ କ୍ଷମା କରନ୍ତୁ। ଶାଶୂ ଘର ଲୋକଙ୍କୁ ମା’ ସଦ୍‌ବୁଦ୍ଧି ଦିଅନ୍ତୁ। ମୁଁ ମୋ ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁଛି।

ଡିମ୍ପଲଙ୍କ ସ୍ୱାମୀ ସୁମିତ ସାହୁ ଡାହାଣ ପାର୍ଶ୍ୱ (ପ୍ରତୀକାତ୍ମକ ଛବି)


ଅନ୍ୟପକ୍ଷରେ ବୁଧବାର ଦିନ ଡିମ୍ପଲଙ୍କ ସ୍ୱାମୀ ଓ ଶଶୁର ନିଜ ପ୍ରତିକ୍ରିୟା ରଖିଛନ୍ତି। ଡ଼ିମ୍ପଲଙ୍କ ସ୍ୱାମୀ ସୁମିତ ସାହୁ କହିଛନ୍ତି,"ଡ଼ିମ୍ପଲଙ୍କ ସହ ବିବାହ ଗତ ବର୍ଷ ସେପ୍ଟେମ୍ବର ମାସରେ କୋର୍ଟରେ ବିବାହ ହୋଇଥିଲା । ଏହାପରେ ଦେଢ଼ ମାସ ପାଇଁ ସେ ବ୍ରହ୍ମା ନଗର ସ୍ଥିତ ଘରେ ରହିଥିଲେ । କିନ୍ତୁ ଏହି ସମୟରେ ଝଗଡ଼ା ହେବା ପରେ ତାଙ୍କୁ ପୁଣି ମେ ମାସରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବା ନିମନ୍ତେ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ଡ଼ିମ୍ପଲ ତା ପୂର୍ବରୁ ଏପ୍ରିଲ ମାସରେ ୪୯୮ରେ ମାମଲା କରିଛନ୍ତି । ତେଣୁ ବାଧ୍ୟ ହୋଇ ଡ଼ିଭୋର୍ସ ଦେବା ନିମନ୍ତେ ପଦକ୍ଷେପ ନେଇଛନ୍ତି । ଉଭୟ ପକ୍ଷରୁ ହୋଇଥିବା ମାମଲା ବର୍ତ୍ତମାନ କୋର୍ଟରେ ରହିଥିବା ବେଳେ କୋର୍ଟ ଉପରେ ବିଶ୍ବାସ ରହିଥିବା ଯୋଗୁଁ କୋର୍ଟ ହିଁ ମାମଲାର ଫଇସଲା ହେବା ଉଚିତ"।

ଗତ ୩ ଦିନ ହେଲା ସହରରୁ ବାହାରେ ରହିଥିବା ଡ଼ିମ୍ପଲଙ୍କ ଶ୍ବଶୁର ପ୍ରମୋଦ କୁମାର ସାହୁ ଆଜି ବ୍ରହ୍ମା ନଗରସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ଗତ ତିନି ଦିନ ହେଲା ଡ଼ିମ୍ପଲ ଧାରଣାରେ ବସିଥିବା ନେଇ ସେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଇଥିଲେ । ଏହାଛଡ଼ା ଡ଼ିମ୍ପଲ ସୁମିତ ଓ ତାଙ୍କ ପରିବାର ବିରୁଦ୍ଧରେ ଆଣିଥିବା ସମସ୍ତ ପ୍ରକାରର ଅଭିଯୋଗ ଭିତ୍ତିହୀନ ।

ଶ୍ୱଶୁରଙ୍କ ସହ ଡିମ୍ପଲ (ପ୍ରତୀକାତ୍ମକ ଛବି)


"ତିନି ଦିନ ହେଲା ଏଭଳି ରାସ୍ତାରେ ବସି ନ୍ୟାୟ ମାଗିବାର କୌଣସି ଆବଶ୍ୟକତା ନାହିଁ । କୋର୍ଟ ହିଁ ଯାହା କିଛି ମାମଲାର ଫଇସଲା କରାଇବେ,‘‘ କହିଛନ୍ତି ସୁମିତଙ୍କ ବାପା ପ୍ରମୋଦ କୁମାର ସାହୁ ।

ପ୍ରମୋଦଙ୍କ ପରିବାର ବିରୋଧରେ ଅଭିଯୋଗ ଆଣି ଡିମ୍ପଲ କହିଛନ୍ତି, ତାଙ୍କ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି ବୋଲି ଡିମ୍ପଲ କହିଛନ୍ତି।
Published by: Soumya Das
First published: November 25, 2021, 4:29 PM IST