ମାଗଣାରେ ମିଳୁଛି ହୀରା! ନଦୀରୁ ସଂଗ୍ରହ କରିବାକୁ ଲୋକଙ୍କ ଭିଡ଼

ମାଛ ନୁହେଁ ହୀରା ଧରିବାକୁ ମହାନଦୀ ପଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । କିଛି ବ୍ୟକ୍ତି ପୂର୍ବରୁ ହୀରା ପାଇଥିବା କଥା ମଧ୍ଯ କହିଛନ୍ତି ।

ମହାନଦୀ ଗର୍ଭରୁ ମିଳୁଛି ରତ୍ନପଥର!

ମହାନଦୀ ଗର୍ଭରୁ ମିଳୁଛି ରତ୍ନପଥର!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବୌଦ୍ଧ: ମାଗଣାରେ ମିଳୁଛି ହୀରା(Dimond) ଓ ମୂଲ୍ୟବାନ ରତ୍ନପଥର । ନଦୀରେ ହୀରା ଭାସି ଆସୁଥିବା ଖବର ମିଳିବା ପରେ ଲୋକଙ୍କ ନାହିଁନଥିବା ଭିଡ଼ । ସୁନା ରୂପା ଦର ଯେଉଁ ଭଳି ଆକାଶ ଛୁଆଁ ହାତ ମାରି ହେଉନି । ଗରିବ ଲୋକଙ୍କ ପାଇଁ ସାତ ସପନ ସାଜିଛି । ଏଭଳି ସ୍ଥିତିରେ ମାଟି ଓ ବାଲି ଆଡ଼େଇଲେ ହାତକୁ ଆସୁଛି ହୀରା ଓ ରତ୍ନପଥର । ଏଇ ଖବର ପ୍ରଚାର ହେବା ପରେ ଲୋକଙ୍କ ଅସମ୍ଭାଳ ଭିଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି  ବୌଦ୍ଧ ଜିଲ୍ଲାରେ ।

ବୌଦ୍ଧ ଜିଲ୍ଲାର ମହାନଦୀ ଗର୍ଭରୁ ମିଳୁଛି ରତ୍ନପଥର । ଆଉ ଖୋଜିବାରେ ଲାଗିପଡିଛନ୍ତି ଶହ ଶହ ସ୍ଥାନୀୟ ବାସିନ୍ଦା । ସକାଳ ହେଲେ ସାଙ୍ଗରେ କୋଡ଼ି ଝୁଡ଼ି ଚାଲୁଣି ପମ୍ପ ଧରି ନଦୀ ମୁହାଁ ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲାକୁ ଲାଗି ମନମୁଣ୍ଡା ଠାରୁ ମାରଡା ପଯ୍ୟନ୍ତ ପ୍ରାୟ ୧୦୦କିମିରୁ ଉର୍ଦ୍ଧ ବାଟ ଦେଇ ମହାନଦୀ ପ୍ରବାହିତ ହେଉଛି । ମୁଖ୍ୟତଃ ଖରା ଦିନ ହେଲେ ମହାନଦୀର ପାଣି ଶୁଖି ଯାଇଥାଏ । ଆଉ ପାଣି ଶୁଖିଲା ପରେ ମହାନଦୀ ଗର୍ଭରେ ଥିବା ବାଲିରୁ ଆରମ୍ଭ ହୁଏ ରତ୍ନପଥରର ସନ୍ଧାନ ।

ବୌଦ୍ଧ ଜିଲ୍ଲାର ଶୁଖିଲା ମହାନଦୀ ଅବବାହିକାରେ ଯୁଆଡେ ଚାହିଁବେ କିଛି ଲୋକ କଣ ଗୋଟେ ଖୋଳା ଖୋଳି କରୁଥିବା ଦୃଶ୍ୟ ଆପଣଙ୍କ ସାମ୍ନାକୁ ଆସିବ । ବହୁ ସଂଖ୍ୟାରେ ଲୋକ ଶୁଖିଲା ମହାନଦୀରେ କଣ ଖୋଜି ଚାଲିଥିବେ ଆପଣ ଦେଖିବାକୁ ପାଇବେ । ଆଉ ଯଦି ଆପଣ ତାଙ୍କ ନିକଟ କୁ ଯାଇ ପ୍ରଶ୍ନ ପଚାରିବା ପାଇଁ ଚେଷ୍ଟା କରିବେ । ତାହାଲେ ଏହାର ଜବାବ ଆପଣଙ୍କୁ ସହଜରେ ମିଳିବ ନାହିଁ । ମୁହଁ ଲୁଚାଇ ଦୌଡ଼ି ପଳାଇବେ ନଚେତ ତାଙ୍କ କ୍ରୋଧର ଆପଣ ଶିକାର ହେବେ ।

ମାତିଛନ୍ତି ଯୌନ ପିପାସୁ।! ଭୟରେ କବରରେ ତାଲା ପକାଉଛନ୍ତି ବାପାମା

ବହୁ କସରତ ପରେ ନ୍ଯୁଜ ୧୮ ଗୋଟିଏ ଦଳ ସେମାନଙ୍କ ନିକଟରେ ପହଞ୍ଚିଥିଲା । ଭିଡ଼ିଓ ଉତ୍ତୋଳନ କରିଥିଲୁ । ଭିଡ଼ିଓ ଉତ୍ତୋଳନ ଦେଖି ଅନ୍ୟ ଦଳ ସବୁ ଦୌଡ଼ି ପଳାଇ ଥିଲେ । ନଦୀରେ ଖୋଜିବାରେ ଲାଗି ଥିବା ବ୍ୟକ୍ତି ମାନେ କ୍ୟାମେରା ଆଗରେ କୌଣସି କଥା କହି ନଥିବା ବେଳେ କ୍ୟାମେରା ପଛରେ ଜଣେ ବ୍ୟକ୍ତି ନିଜ ପରିଚୟ ଗୋପନ ରଖି ୫ବର୍ଷ ତଳେ ଏକ ହୀରା ପାଇଥିଲେ ବୋଲି କହିଥିଲେ । ହୀରା ପାଇବା କଥା ରତ୍ନପଥର ଦଲାଲ ଜାଣିବା ପରେ ତାଙ୍କ ଠାରୁ ମାତ୍ର ୧୦ହଜାର ଟଙ୍କା ଦେଇ ନେବା ପରେ ଏହାକୁ ୨କୋଟି ଟଙ୍କା ରେ ବିକିଥିବା କଥା କହିଥିଲେ ।

୧୯୮୨ ମସିହାରେ ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ବୋୖଦ୍ଧ ମହାନଦୀ ପଠାରେ ରତ୍ନ ପଥର  ଓ ହୀରାର ସନ୍ଧାନ ମିଳିଲା। ସେବେଠାରୁ ୪୦ ବର୍ଷ ହୋଇଗଲାଣି ମହାନଦୀରୁ ପାଣି ଶୁଖିଗଲେ ମୁଖ୍ୟତଃ ଖରାଦିନେ ବେଆଇନ ଭାବେ ହୀରା ଓ ରତ୍ନପଥରର ସନ୍ଧାନ ଆରମ୍ଭ ହୋଇ ଯାଇଥାଏ ।

PM ମୋଦିଙ୍କ ସହ କିଏ ଏହି ୨ ଜଣ ବ୍ୟକ୍ତି? ଆପଣ ଚିହ୍ନିପାରୁଛନ୍ତି କି

ବୁଦ୍ଧିଜୀବୀଙ୍କ ସୂଚନା ଅନୁସାରେ ୧୯୮୨ ମସିହାରେ ମହାନଦୀ ରେ ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ବୋୖଦ୍ଧ ମହାନଦୀ ପଠାରେ ଏଭଳି ରତ୍ନ ପଥର  ଓ ହୀରା ର ସଂଧାନ ମିଳିଲା । ସେବେଠାରୁ ଆଜି ପଯ୍ୟନ୍ତ ପ୍ରାୟ ୪୦ବର୍ଷ ହେଲାଣି ମହାନଦୀ ରୁ ହୀରା ଓ ରତ୍ନପଥରର ସନ୍ଧାନ ଚାଲିଛି  । ବୌଦ୍ଧର ମହାନଦୀ ପଠାରେ ହୀରା ସମେତ ଅନ୍ୟ ୬ପ୍ରକାର ରତ୍ନପଥର ବି ମିଳିଥାଏ । ଯଥା ନିଳା, ମାଣିକ,ବୈଦୁଯ୍ୟ, ପାନା,ପିଖୋରାଜ ଓ ଟୋପିଆଜ ଭଳି ରତ୍ନପଥର ଏଠାରେ ମିଳିଥାଏ ବୋଲି ବୁଦ୍ଧିଜୀବୀ ସୂଚନା ଦେଇଛନ୍ତି ।

ଏହି ସବୁ ମୂଲ୍ୟବାନ ରତ୍ନପଥର ସ୍ଥାନୀୟ ନିରୀହ ଲୋକଙ୍କୁ ଲଗାଇ ବେଆଇନ ଭାବେ ନଦୀବାଲି ଖୋଳି ଗୋଟାଇବାରେ ଲାଗିଛନ୍ତି ରତ୍ନପଥର ମାଫିଆ । ଏହା ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । ନଦୀ ରୁ ମିଳୁଥିବା ରତ୍ନପଥର ଓ ହୀରା ବ୍ୟବସାୟକୁ ନିୟନ୍ତ୍ରଣ କରୁଛନ୍ତି ବଡ ବଡ ମାଫିଆମାନେ । ମୁଖ୍ୟତଃ ଖରାଦିନେ ଏହି ଭଳି ହୀରା ଓ ରତ୍ନପଥର ର ସନ୍ଧାନ ଆରମ୍ଭ ହୋଇ ଯାଏ । ଆଉ ବୌଦ୍ଧ ସହରରେ ପହଞ୍ଚି ଯାନ୍ତି ଦେଶ ତାହା ଦେଶ ବାହାରର ବଡ଼ ବଡ଼ ହୀରା ରତ୍ନପଥର ବେପାରୀ । ଖୁଲମ ଖୁଲାମ ବେଧକ ଭାବେ  ଚାଲେ ଏହି କାରବାର । କିନ୍ତୁ ଏହି ରତ୍ନ ବୌଦ୍ଧ କିମ୍ବା ଓଡ଼ିଶାର କୌଣସି ସ୍ୱାର୍ଥ ସାଧନ କରେ ନାହିଁ । କେବେଳ ଦଲାଲ ଓ ବ୍ୟବସାୟୀ ମଲେମାଲ ହୁଅନ୍ତି ।  କିଛି ବ୍ୟବସାଇ ବର୍ଷ ବର୍ଷ ଧରି ପରିଶ୍ରମ କରି ରତ୍ନପଥର ସନ୍ଧାନ କରୁଥିଲେ ସୁଦ୍ଧା ନିରାଶ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଲୋକଙ୍କୁ ଏୟା ବାବଦ ରେ ସଚେତନ କରିବା ସହ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ରତ୍ନପଥର ଖୋଜାଚାଲିଥିବା ସ୍ଥାନରେ ଚଢ଼ାଉ କରାଯିବ ବୋଲି ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ର କହଁର କହିଛନ୍ତି ।

(ରିପୋର୍ଟ: ବୌଦ୍ଧରୁ ଶାଶ୍ୱତ ଦାସ)
Published by:Soumya Das
First published: