କୋଇଲା ଖଣି ସ୍କାମରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେଲେ; ସଜା ଆସିବ ୧୪ ତାରିଖରେ

ବହୁଚର୍ଚ୍ଚିତ କୋଇଲା ସ୍କାମରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଥମ ମନ୍ତ୍ରୀ ହୋଇଛନ୍ତି ଦିଲ୍ଲୀପ ରାୟ । ବର୍ତ୍ତମାନ ୬୬ ବର୍ଷ ବୟସରେ ଉପନୀତ ରାୟ ହେଉଛନ୍ତି ଏକ ମାତ୍ର ଓଡିଆ ସାଂସଦ ଯିଏ ତିନି ଜଣ ପ୍ରଧାନ ମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳର ଅଂଶ ଥିଲେ ।

କୋଇଲା ଖଣି ସ୍କାମରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେଲେ; ସଜା ଆସିବ ୧୪ ତାରିଖରେ
ଦିଲ୍ଲୀପ ରାୟ
  • News18 Odia
  • Last Updated: October 6, 2020, 4:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ହୋଇଥିବା କୋଇଲା ସ୍କାମରେ (coal mine scam) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ (Dilip Ray) ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ବହୁଚର୍ଚ୍ଚିତ ସ୍କାମରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଥମ ମନ୍ତ୍ରୀ ହୋଇଛନ୍ତି ରାୟ ।

ସ୍ବତନ୍ତ୍ର ବିଚାରପତି ଭାରତ ପରାଶର ଏହି ମାମଲାର ଶୁଣାଣି ସାରି ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୧୪ ତାରିଖରେ ସ୍ବତନ୍ତ୍ର କୋର୍ଟରେ ଦଣ୍ଡାଦେଶ ଘୋଷଣା ହେବ । ଅଟଳ ବିହାରୀ ବାଜପେୟୀ (Atal Behari Vajpayee) ସରକାର ସମୟରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ ।

କୋଇଲା ମନ୍ତ୍ରୀ ଥିବା ବେଳେ ୧୯୯୯ ମସିହାରେ କ୍ୟାଷ୍ଟ୍ରନ୍ ଟେକ୍ନୋଲଜିସ୍ ଲିମିଟେଡକୁ ଝାଡ଼ଖଣ୍ଡର ବ୍ରହ୍ମଡିହ କୋଇଲା ବ୍ଲକ୍ ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କୋଇଲା ମନ୍ତ୍ରାଳୟର ତତ୍କାଳୀନ ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ ଓ ପ୍ରକଳ୍ପ ପରାମର୍ଶଦାତା ନିତ୍ୟାନନ୍ଦ ଗୌତମଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

କ୍ୟାଷ୍ଟ୍ରନ୍ ଟେକ୍ନୋଲଜିସ୍‌ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲା ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କ ବିରୋଧରେ ଆଇପିସିର ଦଫା ୧୨୦ (ବି) (ଆପରାଧିକ ଷଡ଼ଯନ୍ତ୍ର), ୪୨୦ (ଠକେଇ) ଓ ୪୦୯ (ବିଶ୍ବାସ ଭଙ୍ଗ) ଏବଂ ପ୍ରିଭେନସନ ଅଫ କରପସନ୍‌ ଆକ୍ଟର ବିଭିନ୍ନ ଧାରା ଲଗାଯାଇ ତଦନ୍ତ ହୋଇଥିଲା ଓ କୋର୍ଟରେ ଶୁଣାଣି ଚାଲିଥିଲା ।

ଏହା ବି ପଢ଼ନ୍ତୁ | ହାଥରସ ଯିବା ବାଟରେ ରାହୁଳ ଓ ପ୍ରିୟଙ୍କା କାର୍‌ରେ ହସୁଥିଲେ; BJP କହିଲା ‘‘ରାଜନୈତିକ ଶାଗୁଣାବାଦ’’

ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି BJD ନେତା ପ୍ରଦୀପ ମହାରଥୀ; କରୋନାରୁ ସୁସ୍ଥ ହେବା ପରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ

ବର୍ତ୍ତମାନ ୬୬ ବର୍ଷ ବୟସରେ ଉପନୀତ ଦିଲ୍ଲୀପ ରାୟ ହେଉଛନ୍ତି ଏକ ମାତ୍ର ଓଡିଆ ସାଂସଦ ଯିଏ ତିନି ଜଣ ପ୍ରଧାନ ମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳର ଅଂଶ ଥିଲେ । ସେ ‘ମେ’ଫେୟାର୍‌’ ଗୃପ୍‌ ଅଫ୍ ହୋଟେଲ୍ସର ପ୍ରତିଷ୍ଠାତା ତଥା ସିଏମଡି ।



ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ଦିଲ୍ଲୀପ ରାୟ ବିଜୁ ଜନତା ଦଳର ସ୍ଥାପନାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ବିଜୁ ପଟ୍ଟନାୟକ ତାଙ୍କୁ ନିଜର ଜଣେ ଉତ୍ତମ ପରାମର୍ଶଦାତା ଭାବରେ ବିବେଚନା କରୁଥିଲେ । ବିଜୁ ନିଜ ଜୀବନର ଶେଷ ସମୟ ରାୟଙ୍କ ସହ ବିତାଇଥିଲେ ।
Published by: Anand Shankar Thankur Das
First published: October 6, 2020, 4:54 PM IST
corona virus btn
corona virus btn
Loading