‘Dil Bechara’ ଟ୍ରେଲର୍ ଆସିଗଲା, ଦେଖନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଏହି ଶେଷ ଫିଲ୍ମ ହସାଇବ ଓ କନ୍ଦାଇବ

ଏହି ଟ୍ରେଲରରେ ସୁଶାନ୍ତଙ୍କ ହସ ଠାରୁ ଆରମ୍ଭ କରି ସଂଳାପ ଓ ଭାବପ୍ରବଣ ଦୃଶ୍ୟ ସବୁ କିଛି ଆପଣଙ୍କୁ ହସାଇବ ଓ କନ୍ଦାଇବ । ଏହି ଫିଲ୍ମରେ ସଞ୍ଜନା ସଙ୍ଘୀଙ୍କ ଚରିତ୍ର କିଜିକୁ କ୍ୟାନସର ହୋଇଛି, ଆଉ ସେ ସୁଶାନ୍ତଙ୍କ ଚରିତ୍ର ମୈନି ସହ ପ୍ରେମରେ ପଡ଼ିଛନ୍ତି ।

‘Dil Bechara’ ଟ୍ରେଲର୍ ଆସିଗଲା, ଦେଖନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଏହି ଶେଷ ଫିଲ୍ମ ହସାଇବ ଓ କନ୍ଦାଇବ
ଫିଲ୍ମ ‘ଦିଲ ବେଚାରା’ରେ ସୁଶାନ୍ତ ସିଂ ରାଜପୁତ ଓ ସଞ୍ଜନା ସଙ୍ଘୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଏହି ଦୁନିଆକୁ ବିଦାୟ ଦେଇଛନ୍ତି, କିନ୍ତୁ ସେ ନିଜ ଫିଲ୍ମ ‘ଦିଲ ବେଚାରା’କୁ (Dil Bechara) ନିଜ ସଦ୍ୟତମ ସ୍ମୃତି ଭାବରେ ଛାଡିଯାଇଛନ୍ତି । ତାଙ୍କର ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର୍‌ ଜୁଲାଇ ୬ରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଥିଲା । ଆଜି ଲୋକେ ଏହି ଟ୍ରେଲରକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ‘ଦିଲ ବେଚାରା’ର ଟ୍ରେଲର ରିଲିଜ ହୋଇଛି (Dil Bechara Trailer Out)। ଏହି ଟ୍ରେଲରକୁ ଦେଖି ଯଦି ଆପଣ କୁହନ୍ତି ଯେ ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କ ସର୍ବୋତ୍ତମ ଆକ୍ଟିଂ ସବୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି, ତାହେଲେ ଭୁଲ ହେବ ନାହିଁ ।

ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ଏହି ଫିଲ୍ମରେ ଅଭିନେତ୍ରୀ ସଞ୍ଜନା ସଙ୍ଘୀ ନଜର ଆସିଛନ୍ତି । ଏହି ଫିଲ୍ମଟି ହେଉଛି କର୍କଟ ରୋଗରେ ପୀଡିତ ଗୋଟେ ଝିଅର କାହାଣୀ, ଯିଏ ଏକ ପୁଅକୁ ଭଲ ପାଉଛି । ତା’ପରେ ଫିଲ୍ମର କାହାଣୀ ସେହି ପୁଅଟି ଆଡ଼କୁ ମୋଡ଼ିଯାଉଛି । ଏହି ଫିଲ୍ମଟି ହେଉଛି ଆମେରିକୀୟ ରୋମାଣ୍ଟିକ୍ ଡ୍ରାମା 'ଦ ଫଲ୍ଟ ଇନ୍ ଆୱାର୍‌ ଷ୍ଟାର୍ସ୍‌'ର ହିନ୍ଦୀ ରିମେକ୍ । ଫିଲ୍ମରେ ସୁଶାନ୍ତ ଓ ସଞ୍ଜନାଙ୍କ ପାରସ୍ପରିକ କେମିଷ୍ଟ୍ରି ବହୁତ ସୁନ୍ଦର ହୋଇଛି । ଟ୍ରେଲରକୁ ଦେଖି ଏହା ବି ସ୍ପଷ୍ଟ ହୋଇଛି ଯେ ଏହି ଫିଲ୍ମର ଭାବପ୍ରବଣ ଦୃଶ୍ୟ ଏତେ ଶକ୍ତିଶାଳୀ ଯେ ଏହାର ଚରିତ୍ରମାନଙ୍କ ସହ ଆପଣଙ୍କ ଆଖି ବି ଓଦା ହୋଇଯାଇପାରେ ।

ଏହି ଟ୍ରେଲରରେ ସୁଶାନ୍ତଙ୍କ ହସ ଠାରୁ ଆରମ୍ଭ କରି ସଂଳାପ ଓ ଭାବପ୍ରବଣ ଦୃଶ୍ୟ ସବୁ କିଛି ଆପଣଙ୍କୁ ହସାଇବ ଓ କନ୍ଦାଇବ । ଏହି ଫିଲ୍ମରେ ସଞ୍ଜନା ସଙ୍ଘୀଙ୍କ (Sanjana Sanghi) ଚରିତ୍ର କିଜିକୁ କର୍କଟ ରୋଗ (cancer) ହୋଇଛି ଆଉ ସେ ସୁଶାନ୍ତଙ୍କ ଚରିତ୍ର ମୈନିଙ୍କ ସହ ପ୍ରେମରେ ପଡ଼ିଛନ୍ତି । ଏହି ରାଜା ଓ ରାଣୀଙ୍କ କାହାଣୀ ଏତେ ସହଜରେ ଶେଷ ହେଉନାହିଁ ।

ଦିଲ ବେଚାରା’ ଟ୍ରେଲର ଏଇଠି ଦେଖନ୍ତୁ:



କୌତୁହଳର ବିଷୟ ହେଉଛି ଏହା ଯେ ଏହି ଫିଲ୍ମର ନାମ ପ୍ରଥମେ ରଖାଯାଇଥିଲା ‘କେଜି ଔର ମୈନି’, କିନ୍ତୁ ପରେ ଏହାକୁ ‘ଦିଲ ବେଚାରା’ ନାଆଁକୁ ପରିବର୍ତ୍ତନ କରାଯାଇଥିଲା । କିଛି ଦିନ ପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କୁ ଏହି ଫିଲ୍ମଟି OTT ରେ ରିଲିଜ୍ କରାଯିବ ବୋଲି ଶ୍ରଦ୍ଧାଞ୍ଜଳି ରୂପେ ଘୋଷଣା କରାଯାଇଥିଲା । ଏହା ପରେ ଅନେକ ଲୋକ ଏହାକୁ ଥିଏଟରରେ ରିଲିଜ୍ କରାଯାଉ ନ ଥିବାରୁ କ୍ରୋଧିତ ହୋଇଥିଲେ । ସେମାନେ ନିଜ ପ୍ରିୟ ଷ୍ଟାର୍‌ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟ ବଡ଼ ପରଦାରେ ଦେଖିବେ ବୋଲି ଜିଦ୍‌ ଧରିଥିଲେ ।

ସୁଶାନ୍ତଙ୍କ ପ୍ରଶଂସକମାନେ ଏହି ଫିଲ୍ମ ବଡ଼ ପରଦାରେ ରିଲିଜ୍‌ ହେବାକୁ ଯଦି ବର୍ଷେ ବା ଦୁଇ ବର୍ଷ ବି ସମୟ ଲାଗେ ତାହେଲେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି ସୋସିଆଲ୍‌ ମିଡ଼ିଆରେ କହିଥିଲେ । କିନ୍ତୁ ଲାଗୁଛି ଯେ ଏବେ ସୁଶାନ୍ତଙ୍କ ପାଇଁ ସମସ୍ତେ ଏହାର OTTରେ ରିଲିଜ ହେବାକୁ ଗ୍ରହଣ କରିନେଉଛନ୍ତି ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଭାବପ୍ରବଣ ପୋଷ୍ଟ୍ କଲେ: ‘‘ଆମେ ତତେ ସବୁ ଦିନ ପାଇଁ ଭଲ ପାଇବୁ’’

ଏହା ବି ପଢ଼ନ୍ତୁ: ‘ବାରମ୍ବାର ଲାଗୁଥିଲା ଏ ଥର ଆତ୍ମହତ୍ୟା କରିବି…’: ମହମ୍ମଦ ଶାମି ଡିପ୍ରେସନରୁ କେମିତି ରକ୍ଷା ପାଇଲେ

ଜୁଲାଇ ୨୪ରେ ସୁଶାନ୍ତଙ୍କ ଫିଲ୍ମ ‘ଦିଲ ବେଚାରା’ ଅନଲାଇନରେ ପ୍ରସାରିତ ହେବ । ଏହି ଫିଲ୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ।
Published by: Anand Shankar Thankur Das
First published: July 6, 2020, 10:21 PM IST
corona virus btn
corona virus btn
Loading