ଏବେ ଅନଲାଇନରେ ମିଳିବ ଭୁବନେଶ୍ୱରର ସବୁ ଘରର ଠିକଣା; ଆଉ ଫାଙ୍କି ହେବନି ହୋଲଡିଂ ଟ୍ୟାକ୍ସ
ରାଜ୍ୟ ରାଜଧାନୀରେ ଡିଜିଟାଲ୍ ଡୋର୍ ନମ୍ବରିଂ ପାଇଁ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହୋଇଛି । ୩ କୋଟି ୭୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଡିଜିଟାଲ ଡୋର୍ ନମ୍ବରିଂ ସିଷ୍ଟମରେ ଯେ କୌଣସି ଘରର ଠିକଣା ସହଜରେ ମିଳିପାରିବ ।

ଡିଜିଟାଲ ଡୋର୍ ନମ୍ବରିଂ ସିଷ୍ଟମର ଏକ ଉଦାହରଣ; (ଡାହାଣ) ସର୍ଭେ ଚାଲିଛି ।
- News18 Odia
- Last Updated: February 2, 2021, 11:56 PM IST
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆରମ୍ଭ ହୋଇଛି ସ୍ମାର୍ଟ୍ ଆଡ୍ରେସ୍ ପଦ୍ଧତି । ରାଜଧାନୀର ତିନୋଟି ଜୋନର ତିନୋଟି ୱାର୍ଡ଼ରେ ପରୀକ୍ଷାମୂଳକ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଣିକି ଅନଲାଇନରେ ଉପଲବ୍ଧ ହେବ ରାଜଧାନୀର ସବୁ ଘରର ଠିକଣା । ଏ ନେଇ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହୋଇଛି । ତିନି ମାସ ମଧ୍ୟରେ ସର୍ଭେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବି.ଏମ୍.ସି. ।
ଟିକସ ଖିଲାପକାରୀମାନେ ସାବଧାନ ହୋଇଯିବା ଉଚିତ । ଏଣିକି ଆଉ ଫାଙ୍କି ହେବନି ହୋଲଡିଂ ଟିକସ । ଏହାର କାରଣ ହେଉଛି ଅନଲାଇନରେ ଉପଲବ୍ଧ ହେବାକୁ ଯାଉଛି ରାଜଧାନୀର ସବୁ ଘରର ଠିକଣା । ଏଥି ପାଇଁ ଆରମ୍ଭ ହୋଇଛି ଡିଜିଟାଲ୍ ଡୋର୍ ନମ୍ବରିଂ । ଘରକୁ ଘର ବୁଲି ଚାଲିଛି ସର୍ଭେ । କେବଳ କଲୋନୀମାନଙ୍କରେ କରାଯାଉଥିବା ଏହି ସର୍ଭେରେ ନିୟୋଜିତ ଟିମ୍ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ରହିଛନ୍ତି

ଜିଓ ଟ୍ୟାଗିଂ ଆଧାରରେ ପ୍ରତି ଘରର ସ୍ଥାନିକ ବିବରଣୀରୁ ପ୍ରସ୍ତୁତ ହେବ ସ୍ମାର୍ଟ ଆଡ୍ରେସ୍ ।
ଏହି ସ୍ଵଚ୍ଛତା ପଦକ୍ଷେପ ନେବା ପାଇଁ ବି.ଏ୍ମ୍.ସି.କୁ ବେଶ୍ କିଛି ପ୍ରାକ୍ ପ୍ରସ୍ତୁତି କରିବାକୁ ପଡି଼ଛି, ଯାହାକି ଓକାକ୍ ଠାରୁ ନିର୍ଦ୍ଦିଷ୍ଟ ମାନଚିତ୍ର ସଂଗ୍ରହ କରିବା ଠାରୁ ଆରମ୍ଭ କରି ଅମିନ, ୱାର୍ଡ ଅଫିସର ଓ ଜୋନାଲ ଡେପୁଟି କମିଶନରଙ୍କ ସଂଯୋଜନାରେ ସ୍ଥାନୀୟ ନକ୍ସା ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅଞ୍ଚଳର ସମ୍ପୃକ୍ତ ସ୍ଥାନର କୋଡ଼ ନମ୍ବର ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଲମ୍ବିଥିଲା । ତା’ ପରେ ସର୍ବେକ୍ଷଣ ଆରମ୍ଭ ହୋଇଛି ।
ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳାଳିମାନେ ଭୟରେ ଖେଳନ୍ତି: ଅଷ୍ଟ୍ରେଲିଆର ପୂର୍ବ ଖେଳାଳି
ଏହି ସର୍ଭେରେ ସବୁ ଘରର ପୁଙ୍ଖାନୁପୁଙ୍ଖ ବିବରଣୀ, ଯଥା ୱାର୍ଡ଼, ଗଳି ବା ରାସ୍ତା ସଠିକ ସ୍ଥାନ, ନିକଟସ୍ଥ ଜଣାଶୁଣା ସ୍ଥାନ ଓ ସେହି ଘରର କୋଡ଼ ନମ୍ବର ଇତ୍ୟାଦି, ସର୍ବେକ୍ଷଣ ସୂଚନାରେ ରହୁଛି । ସର୍ବେକ୍ଷଣର ତଥ୍ୟକୁ ଭିତ୍ତି କରି ଡିଜିଟାଲ ଡୋର୍ ନମ୍ବରିଂ କରାଯିବ ।
‘‘ଏହି ସର୍ବେକ୍ଷଣ ୧୨ ଫେବୃୟାରୀରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ୧୩ ଫେବୃୟାରୀରୁ ୩୧ ମାର୍ଚ୍ଚ ମଧ୍ୟରେ ଅନ୍ୟ ଅଞ୍ଚଳରେ ସର୍ଭେ ସରିବା ପରେ ଏପ୍ରିଲ୍ ମାସରେ ଷ୍ଟ୍ରିଟ୍ ସାଇନେଜ ଲଗାଇବା ପାଇଁ ଲକ୍ଷ୍ୟ ରହିଛି,’’ କହିଛନ୍ତି ବି.ଏମ୍.ସି.ର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର।
ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ
ତିନି ମାସ ମଧ୍ୟରେ ସାରା ଭୁବନେଶ୍ୱରରେ ସର୍ଭେ କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏ ନେଇ ନବଯୁଗ ସ୍ପେସିଆଲ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼କୁ ଦାୟିତ୍ୱ ଦିଆଯାଇଛି । ଡିଜିଟାଲ ଡୋର୍ ନମ୍ବରିଂ ସିଷ୍ଟମ୍ ପାଇଁ ୩ କୋଟି ୭୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି ।
ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍; ମଦ ବି ମହଙ୍ଗା ହେବ
ଭୁବନେଶ୍ୱରରେ ପୂର୍ବରୁ ଯଦିଓ ସମସ୍ତ ଘରର ପ୍ଲଟ୍ ନମ୍ବର ରହିଛି, ତଥାପି ଏବେ ନମ୍ବରକୁ ଡିଜିଟାଇଜ କରାଯାଉଛି । ଏହା ଦ୍ୱାରା ପ୍ରତି ଘରକୁ ଏକ ସ୍ୱତନ୍ତ୍ର ନମ୍ବର ଦିଆଯିବ । ପ୍ରତି ଘରକୁ ସର୍ଭେ ସହ ଯୋଡି଼ ଗୁଗୁଲରେ ତା’ ବିଷୟରେ ତଥ୍ୟ ରହିବ । ଫଳରେ ଯେ କୌଣସି ଘରର ଠିକଣା ସହଜରେ ମିଳିପାରିବ । ବି.ଏମ୍.ସି.ର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ରାଜଧାନୀବାସୀ । ଏହି ପ୍ରକଳ୍ପ କେତେ ଦୂର କାର୍ଯ୍ୟକାରୀ ଓ କାର୍ଯ୍ୟକ୍ଷମ ହେଉଛି ତାକୁ ଅପେକ୍ଷା କରାଯାଉଛି ।
‘‘ଗୁଗୁଲରେ ତଥ୍ୟ ଉପଲବ୍ଧ ହେବା ଭଲ କଥା । ଆଗରୁ ବି ଅନେକ ସର୍ଭେ ହେଇଛି ଓ ନମ୍ବର୍ ପ୍ଲେଟ୍ ଲାଗିଛି । ଏବେ ପୁଣି ସର୍ଭେ ହେଉଛି । ଏହା କେତେ କାର୍ଯ୍ୟକାରୀ ହେବ ଦେଖାଯାଉ,’’ କହିଛନ୍ତି କଳିଙ୍ଗ ବିହାର ବାସିନ୍ଦା ଭବାନୀଶଙ୍କର ମଲ୍ଲିକ ।