ଫେସବୁକ୍‌ ପ୍ରେମିକ ସହ ବାଲେଶ୍ୱରରୁ ଢେଙ୍କାନାଳ ଆସିଥିଲା ଝିଅଟି; ୪ ଦିନ ପରେ ମୃତ ଦେହ ମିଳିଲା

ବାଲେଶ୍ୱର ଜିଲ୍ଲାର ଖଇରାରେ ପ୍ଲସ୍-ଟୁ ପଢ଼ୁଥିବା ପ୍ରିୟଙ୍କାକୁ ତା’ ଘରୁ ଢେଙ୍କାନାଳର ଜିତୁ ନାୟକ ବାଇକରେ ଆଣି ନିଜ ଘରେ ତିନି ଦିନ ରଖିଥିଲା । ତା’ପରେ ତାକୁ ଦରମଲା ଅବସ୍ଥାରେ ଢେଙ୍କାନାଳ ହସପିଟାଲରେ ଛାଡ଼ି ଚାଲିଯାଇଥିଲା ।

ଫେସବୁକ୍‌ ପ୍ରେମିକ ସହ ବାଲେଶ୍ୱରରୁ ଢେଙ୍କାନାଳ ଆସିଥିଲା ଝିଅଟି; ୪ ଦିନ ପରେ ମୃତ ଦେହ ମିଳିଲା
ଢେଙ୍କାନାଳ ପୋଲିସ ତଦନ୍ତ ଆରମ୍ଭ କରିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ବାଲେଶ୍ୱର ଜିଲ୍ଲାର ଯେଉଁ ନାବାଳିକା ଝିଅଟି ‘‘ନିଖୋଜ’’ ହୋଇଯାଇଛି ବୋଲି ତା’ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ ତା’ ମୃତ ଦେହ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ସଦର ହସ୍ପିଟାଲରେ ଝିଅଟିର ମୃତ ଦେହ ସନ୍ଦେହାସ୍ପଦ ଅବସ୍ଥାରେ ମିଳିବା ପରେ ପୋଲିସ ତନାଘନା ଆରମ୍ଭ କରିଛି ଓ ଝିଅଟିର ବନ୍ଧୁ ଭାବେ ଜଣା ସ୍ଥାନୀୟ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ।

୧୭ ବର୍ଷୀୟା କଲେଜ ଛାତ୍ରୀ ପ୍ରିୟଙ୍କା ସାମଲଙ୍କ ମୃତ ଦେହ ଏପ୍ରିଲ୍‌ ୧ ତାରିଖ ଦିନ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ପଡି଼ଥିବାର ଦେଖି ସମସ୍ତେ ହତଚକିତ ହୋଇଥିଲେ । ହସ୍ପିଟାଲ ପକ୍ଷରୁ ଟାଉନ ଥାନାକୁ ଖବର ଦିଆଯିବା ପରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ପ୍ରିୟଙ୍କାର ଘର ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ସାରୁଗାଁରେ । ପାଞ୍ଚ ଦିନ ପୂର୍ବେ ସେ ନିଖୋଜ ହୋଇଯାଇଛି ବୋଲି ତା’ ପରିବାର ଲୋକେ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା ଧୁପିଆଙ୍କ ଠାରୁ ସେଲିନା ଜେଟଲୀଏହି ଅଭିନେତ୍ରୀମାନେ ବିବାହର ମାସ ପୂର୍ବରୁ ମାଆ ହୋଇଥିଲେ

ହସପିଟାଲ ପରିସରରେ ପଡ଼ିଥିବା ପ୍ରିୟଙ୍କାର ମୁଣ୍ଡ ପଛ ପଟ, ନାକ ଓ କାନ ପାଖରୁ ରକ୍ତସ୍ରାବ ହେଉଥିଲା । ଢେଙ୍କାନାଳ ପୋଲିସ ବାଲେଶ୍ୱର ଖଇରା ଥାନାକୁ ସୂଚନା ଦେବା ପରେ ରବିବାର ଦିନ ତା’ ବାପା ଅଭିମନ୍ୟୁ ସାମଲ ଢେଙ୍କାନାଳ ପହଞ୍ଚି ଝିଅର ଶବକୁ ଦେଖିଥିଲେ ଓ ଏହା ଏକ ହତ୍ୟା ଜନିତ ମୃତ୍ୟୁ ବୋଲି କହିଥିଲେ । ପ୍ରିୟଙ୍କାର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ମାମଲା ଆଉ ଏକ ଝରାଫୁଲ ମାମଲା ପରି ପ୍ରତୀତ ହେଉଛି ।

ପ୍ରିୟଙ୍କାର ବାପା ଜିତୁ ନାଏକଙ୍କ ସହ ନିଜ ଝିଅର ସମ୍ପର୍କ ବିଷୟରେ ଅବଗତ ନ ଥିବା କହିଛନ୍ତି ।


‘‘ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ । ପ୍ରାଥମିକ ତଦନ୍ତ ଅନୁସାରେ ମୃତ ଝିଅଟି ବାଲେଶ୍ବରରୁ ଆସି ଢେଙ୍କାନାଳ ସଦର ଥାନା ଦୁର୍ଗାପ୍ରସାଦ ବନ୍ଧନୁଆଗାଁ ବାସିନ୍ଦା ତା’ ପୁରୁଷ ବନ୍ଧୁ ଜିତୁ ନାଏକଙ୍କ ଘରେ ଚାରି ଦିନ ଧରି ରହିଥିବା ଆମେ ଜାଣିବାକୁ ପାଇଥିଲୁ । ଆମେ ଜିତୁ ନାଏକକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ କିଛିଟା ସତ ଉଗାଳିଛି, ହେଲେ ଝିଅଟିର ମୃତ୍ୟୁ ବିଷୟରେ ସେ କିଛି କହୁ ନାହିଁ,’’ କହିଛନ୍ତି ଢେଙ୍କାନାଳ ସଦର ଥାନା ଆଇ.ଆଇ.ସି. ସନ୍ଧ୍ୟାରାଣୀ ବେହୁରିଆ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | Belly Dance: ଶନାୟା କପୁର୍ ମସ୍ତିଭରା ବେଲି ଡ୍ୟାନ୍ସ କଲେ; VIDEO ଭାଇରାଲ୍ ହେଉଛି

୨୫ ବର୍ଷୀୟ ଜିତୁ ନାଏକ ପୋଲିସକୁ ଦେଇଥିବା ବୟାନ ମୁତାବକ ସେ ପ୍ରିୟଙ୍କା ସାମଲଙ୍କ ସହିତ ଫେସବୁକରେ ଗତ ଛଅ ମାସ ହେବ ପ୍ରେମ ସମ୍ପର୍କ ରଖି ଆସୁଥିଲା । ଗୁରୁବାର ଦିନ (ଏପ୍ରିଲ୍‌ ୧) ସେ ଏକ ବାଇକ୍‌ ଯୋଗେ ପ୍ରିୟଙ୍କାର ଘରକୁ ଯାଇଥିଲା ଓ ତାକୁ ବାଲେଶ୍ୱରରୁ ଢେଙ୍କାନାଳ ନିଜ ଘରକୁ ନେଇ ଆସିଥିଲା । ତିନି ଦିନ ଧରି ପ୍ରିୟଙ୍କାକୁ ନିଜ ଘରେ ରଖିବା ପରେ ରବିବାର ଦିନ (ଏପ୍ରିଲ୍‌ ୪) ସକାଳେ ଏକ ବୋଲେରୋ ଯୋଗେ ତାକୁ ଆଣି ଢେଙ୍କାନାଳ ହସ୍ପିଟାଲରେ ଛାଡି଼ ପଳାଇଥିଲା ବୋଲି ସେ ପୋଲିସକୁ କହିଛି । ପ୍ରିୟଙ୍କାର ମୃତ୍ୟୁ କେମିତି ହେଲା ସେ ସମ୍ପର୍କରେ ସେ କିଛି ଜାଣିନାହିଁ ବୋଲି କହୁଥିବା କହିଛନ୍ତି ଆଇ.ଆଇ.ସି. ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚଲି ଚଲି…’ ପୂରା ଗୀତ ରିଲିଜ୍ ହେଲା; ଜୟଲଳିତାଙ୍କ ରୂପରେ କଙ୍ଗନାଙ୍କ ଅଭିନୟ ଦେଖନ୍ତୁ

ପୋଲିସ ଅନୁମାନ କରୁଛି ଯେ ଜିତୁ ନାଏକର ଘରେ ପ୍ରିୟଙ୍କା ବିତେଇଥିବା ଚାରି ଦିନ ମଧ୍ୟରେ କୌଣସି ଅଘଟଣ ଘଟିଥାଇପାରେ, ଯେଉଁଥି ପାଇଁ ଜିତୁ ବାଧ୍ୟ ହୋଇ ପ୍ରିୟଙ୍କାକୁ ନେଇ ହସ୍ପିଟାଲରେ ଛାଡି଼ଦେଇ ଭୟରେ ପଳାଇ ଯାଇଥିଲା । ହସ୍ପିଟାଲ ପରିସରରେ ପ୍ରିୟଙ୍କାକୁ ଦେଖି ‘ରିସିଭଡ୍‌ ଡେଡ୍‌’ ବୋଲି ଘୋଷଣା କରିଥିଲେ ଡାକ୍ତର ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍୧ରୁ ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍

ପ୍ରିୟଙ୍କା ସାମଲ ବାଲେଶ୍ଵର ଜିଲ୍ଲା ଖଇରା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଜିତୁ ନାଏକ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଗତ ଦୁଇ ମାସ ହେବ ସେ ସେଠାରୁ ନିଜ ଘରକୁ ପଳାଇ ଆସିଥିଲେ । ପ୍ରିୟଙ୍କାର ବାପା ଜିତୁ ନାଏକଙ୍କ ସହ ନିଜ ଝିଅର ସମ୍ପର୍କ ବିଷୟରେ ଅବଗତ ନ ଥିବା କହିଛନ୍ତି ।

ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା

‘‘୧ ତାରିଖରେ ମୁଁ ଖଇରା ଥାନାରେ ମୋ’ ଝିଅ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଲି, ହେଲେ ପୋଲିସ ପକ୍ଷରୁ କୌଣସି ଖୋଜାଖୋଜି କରାଯାଇ ନ ଥିଲା । ଚାରି ଦିନ ପରେ ମୋ’ ଝିଅର ମୃତ ଦେହ ମିଳିଲା । ସଠିକ୍‌ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ,’’ କାନ୍ଦି କାନ୍ଦି କହିଛନ୍ତି ପ୍ରିୟଙ୍କାର ବାପା ଅଭିମନ୍ୟୁ ସାମଲ ।



ଜିତୁ ନାଏକ ସହ ସେହି ବୋଲେରୋ ଡ୍ରାଇଭରକୁ ମଧ୍ୟ ପଚରାଉଚରା ପାଇଁ ଢେଙ୍କାନାଳ ପୋଲିସ ଅଟକ ରଖିଥିଲା । ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ବାଲେଶ୍ବର ଖଇରା ଥାନାକୁ ନିଆଯାଇଛି । ବୋଲେରୋ ଗାଡି଼କୁ ମଧ୍ୟ ଜବତ କରାଯାଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିବ ବୋଲି କହିଛନ୍ତି ଆଇ.ଆଇ.ସି. ସନ୍ଧ୍ୟାରାଣୀ ବେହୁରିଆ ।
Published by: Anand ST Das
First published: April 6, 2021, 9:21 PM IST