ଦିବ୍ୟାଙ୍ଗମାନଙ୍କ ଅଭିଯୋଗର ଶୁଣାଣୀ ନିମନ୍ତେ ଖୋଲିଲା ଦିବ୍ୟାଙ୍ଗଜନ ସମାଧାନ

ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ । ଦିବ୍ୟାଙ୍ଗମାନଙ୍କର ଅଭିଯୋଗ ଶୁଣାଣୀ ନିମନ୍ତେ ସ୍ବତନ୍ତ୍ର ଭାବେ ଖୋଲିଲା ଦିବ୍ୟାଙ୍ଗଜନ ସମାଧାନ ।

ଦିବ୍ୟାଙ୍ଗମାନଙ୍କ ଅଭିଯୋଗର ଶୁଣାଣୀ ନିମନ୍ତେ ଖୋଲିଲା ଦିବ୍ୟାଙ୍ଗଜନ ସମାଧାନ (ପ୍ରତୀକାତ୍ମକ ଛବି)

ଦିବ୍ୟାଙ୍ଗମାନଙ୍କ ଅଭିଯୋଗର ଶୁଣାଣୀ ନିମନ୍ତେ ଖୋଲିଲା ଦିବ୍ୟାଙ୍ଗଜନ ସମାଧାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ । ଦିବ୍ୟାଙ୍ଗମାନଙ୍କର ଅଭିଯୋଗ ଶୁଣାଣୀ ନିମନ୍ତେ ସ୍ବତନ୍ତ୍ର ଭାବେ ଖୋଲିଲା ଦିବ୍ୟାଙ୍ଗଜନ ସମାଧାନ । ପ୍ରତି ସୋମବାର ଜିଲ୍ଲାରେ ହେଉଥିବା  ଅଭିଯୋଗ ଶୁଣାଣୀରେ ଦିବ୍ୟାଙ୍ଗମାନେ ମଧ୍ୟ ଅଭିଯୋଗ ଶୁଣାଉ ଥିଲେ। କିନ୍ତୁ ବର୍ତ୍ତମାନ ସ୍ବତନ୍ତ୍ର ଭାବେ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗକୁ ଦୃଷ୍ଟିରେ ରଖି ଏଭଳି ଦିବ୍ୟାଙ୍ଗଜନ ସମାଧାନ ଖୋଲାଯାଇଛି।

‘‘ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଏହି ନୂଆ ପଦକ୍ଷେପ ସେମାନଙ୍କ ନିମନ୍ତେ ବେଶ ଉପଯୋଗୀ ହୋଇପାରିବ । କାରଣ ପୂର୍ବରୁ ଅନ୍ୟ ଲୋକଙ୍କ ଅଭିଯୋଗରେ ଦିବ୍ୟାଙ୍ଗମାନଙ୍କର ଅଭିଯୋଗକୁ ସେତେ ପରିମାଣରେ ଦୃଷ୍ଟିଗୋଚର ହୋଇପାରୁନଥିଲା । କିନ୍ତୁ ବର୍ତ୍ତମାନ ସ୍ବତନ୍ତ୍ର ଭାବେ କେବଳ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗ ଶୁଣାଣୀ ହେବା ଦ୍ବାରା ସେମାନଙ୍କର ଅଭିଯୋଗକୁ ଗୁରୁତ୍ବ ଦିଆଯାଇ ତାହାର ସମାଧାନ କରାଯାଇପାରିବ । ବିଶେଷ କରି ଦିବ୍ୟାଙ୍ଗ ମାନଙ୍କର ଜୀବନଜୀବିକା, ବୃତ୍ତି, ଭତ୍ତା, ପ୍ରମାଣପତ୍ର ଭଳି ବିଭିନ୍ନ ସମସ୍ୟାକୁ ଏଠାରେ ଗୁରୁତ୍ବ ଦିଆଯିବ । ତେଣୁ ପ୍ରତ୍ୟେକ ଦିବ୍ୟାଙ୍ଗମାନେ ଏହି ଦିବ୍ୟାଙ୍ଗଜନ ସମାଧାନକୁ ଆସି ନିଜର ଅଭିଯୋଗ ଜଣାଇବା ସହିତ ଏହାର ସୁବିଧା ପାଇବା ଆବଶ୍ୟକ,‘‘କହିଛନ୍ତି ବିଏମସିର ଡ଼େପୁଟି କମିଶନର ଅଦୈତ କୁମାର ସ୍ବାଇଁ ।

‘‘ପ୍ରଥମ ଥର ନିମନ୍ତେ ଦିବ୍ୟାଙ୍ଗଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ଏଭଳି ପଦକ୍ଷେପ ନିଆଯାଇଛି । ପୂର୍ବରୁ ପ୍ରତି ସୋମବାର ଅନୁଷ୍ଠିତ ହେଉଥିବା ଜନ ଅଭିଯୋଗ ଶୁଣାଣୀରେ ଅଂଶଗ୍ରହଣ କରି ଅଭିଯୋଗ ଜଣାଇବାକୁ ପଡ଼ୁଥିଲା । ଅନେକ ସମୟରେ ଅଭିଯୋଗର ସମାଧାନ ବାହାରିପାରୁନଥିଲା । କିନ୍ତୁ ବର୍ତ୍ତମାନ ଏହା ନୂତନ ଭାବେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିବା ଯୋଗୁଁ ନିଶ୍ଚିତ ଭାବେ ଅଭିଯୋଗର ଶୁଣାଣୀ ହେବା ସହିତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରହିଛି,’’କହିଛନ୍ତି ଦିବ୍ୟାଙ୍ଗ କାହ୍ନ ।

‘‘ଜିଲ୍ଲା ପ୍ରଶାସନ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଏଭଳି ପଦକ୍ଷେପ ନେବା ଅତ୍ୟନ୍ତ ସ୍ବାଗତଯୋଗ୍ୟ । ତେବେ ଦିବ୍ୟାଙ୍ଗମାନଙ୍କର ଅନେକ ସମସ୍ୟା ରହିଥିବା ବେଳେ ଅନେକ ଦିବ୍ୟାଙ୍ଗ ବୃତ୍ତିଗତ ସମସ୍ୟା ଅଧିକ ରହୁଛି । ତେଣୁ ବୃତ୍ତିଗତ ସମସ୍ୟାର ତୁରନ୍ତ ସମାଧାନ ନେଇ ବିଏମସି ଧ୍ୟାନ ଦେବା ଆବଶ୍ୟକ । ଏହି ଦିବ୍ୟାଙ୍ଗଜନ ସମାଧାନ କେବଳ କିଛି ଦିନ ପାଇଁ ନ କରାଯାଇ ନିୟମିତ ଭାବେ ଦିବ୍ୟାଙ୍ଗ ମାନଙ୍କର ସମସ୍ୟା ଓ ଏହାର ସମାଧାନକୁ ଗୁରୁତ୍ବ ଦିଆଗଲେ ଦିବ୍ୟାଙ୍ଗ ମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରିବେ,‘‘ କହିଛନ୍ତି ଦିବ୍ୟାଙ୍ଗ ରାମ କୁମାର ।
Published by:Soumya Das
First published: