ପୁରୀରେ ଡାଇରିଆ ଆତଙ୍କ; ୨ଜଣଙ୍କ ମୃତ୍ୟୁ ପରେ ସଜାଗ ହେଲା ପ୍ରଶାସନ

ପୁରୀରେ ଡାଇରିଆ ଆତଙ୍କ । ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ପରେ ସଜାଗ ହୋଇପଡିଛି ଜିଲା ପ୍ରଶାସନ । ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଜିଲାପାଳ ।

ପୁରୀରେ ଡାଇରିଆ ଆତଙ୍କ; ୨ଜଣଙ୍କ ମୃତ୍ୟୁ ପରେ ସଜାଗ ହେଲା ପ୍ରଶାସନ

ପୁରୀରେ ଡାଇରିଆ ଆତଙ୍କ; ୨ଜଣଙ୍କ ମୃତ୍ୟୁ ପରେ ସଜାଗ ହେଲା ପ୍ରଶାସନ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀକ୍ଷେତ୍ରରେ ଡାଇରିଆ ଆତଙ୍କ । ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ପରେ ସଜାଗ ହୋଇପଡିଛି ଜିଲା ପ୍ରଶାସନ । ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଅଞ୍ଚଳ ବାସେଳିସାହି ମୌଜାର ୯୬୨ ଜଣଙ୍କ ଘରେ ଯାଞ୍ଚ ହୋଇଥିବା ବେଳେ ୧୦୦ରୁ ଅଧିକ ଆକ୍ରାନ୍ତ ଓ ୪୦ରୁ ଅଧିକ ଜଣ ଡାଇରିଆରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଆଜି ସୁଦ୍ଧା ୩ ଜଣ ଗୁରୁତର ହୋଇ ଆଇଡିଏଚ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।



ଆଜି ପୁଣି ବାସେଳିସାହି ଅଞ୍ଚଳରୁ ପାନୀୟ ଜଳ ନମୁନା ସଂଗ୍ରହ କରାଯାଇଥିବା ବେଳେ ତାହା ନେଗେଟିଭ ଆସିଛି । ଲୋକଙ୍କ ଘରର ଟାଙ୍କି ସଫା କରି କ୍ଲୋରିନେସନ, ଘରେ ଘରେ ହାଲୋଜେନ ବଟିକା ଓ ଡାଇରିଆକୁ ନେଇ ୪ଟି ଟିମ ଗଠନ ହୋଇ ଘର ଘର ବୁଲି ସଚେତନତା ଲିଫଲେଟ ବାଣ୍ଟଛନ୍ତି । ଦୁଇ ଜଣ ମୃତକଙ୍କ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଉ ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଜିଲାପାଳ ।



ସେପଟେ ୪ ଦିନ ଧରି ଏହି ଅଞ୍ଚଳରୁ ପ୍ରତିଦିନ ପାନୀୟ ଜଳର ସାମ୍ପୁଲ ଟେଷ୍ଟ ସହ କରାଯାଇଛି ଆଶୁ ଚିକିତ୍ସା କେନ୍ଦ୍ର । ଏବେ ଗୁରୁତର ରୋଗୀଙ୍କ ସଂଖ୍ୟା ବହୁତ କମ ବୋଲି କହିଛନ୍ତି ପୌରସଂସ୍ଥା ସ୍ୱାସ୍ଥ୍ୟ ଅଧିକାରୀ । ତେବେ ଦୁଇ ଜଣ ମୃତ୍ୟୁ ଓ ଅନେକ ଲୋକେ ଡାଇରିଆରେ ଆକ୍ରାନ୍ତ ଯୋଗୁଁ ଲୋକେ ପାଣି ବଟଲ କିଣିକି ପିଉଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ସେବାୟତ ପରିବାରର ହୋଇଥିବାରୁ ଏଭଳି ଡାଇରିଆକୁ ନେଇ ଭୟଭୀତ ବୋଲି କହିଛନ୍ତି ବରିଷ୍ଠ ସେବାୟତ ।



୨୪ ଘଣ୍ଟା ଭିତରେ ଦୁଇ ଜଣଙ୍କର ଡାଇରିଆରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପ୍ରଶାସନ କିନ୍ତୁ ଅନ୍ୟ ରୋଗରେ ମୃତ୍ୟୁ ବୋଲି କହୁଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ଚାଲୁଥିବାରୁ ପଶ୍ଚିମଦ୍ୱାର ଅଞ୍ଚଳ ବିଷ୍ଣୁଭବନ ଓ ଗଡନ୍ତି ଛକ ନିକଟରେ ନିର୍ମାଣ କାର୍ଯ୍ୟ ବେଳେ ଫଟାଇଦେଇଥିଲେ ପାଣି ପାଇପ । ଆଉ ସେଥିରେ ଦୂଷିତ ପାଣି ଯାଇ ତାକୁ ପିଇ ଲୋକେ ଆକ୍ରାନ୍ତ ହୋଇଛନ୍ତି । ବାସେଳିସାହି ମୌଜାରେ ୭ରୁ ଅଧିକ ସାହିରେ ଡାଇରିଆ ଦେଖିବାକୁ ମିଳିଛି । ଆଶା , ଅଙ୍ଗନବାଡି ଟିମ ଯାଇ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା ବେଳେ ଗତକାଲି ବିମାନବଡୁ ସାହିର ୭୨ ବର୍ଷିୟା ସେବାୟତ ମହିଳା ବାସନ୍ତି ଦାଶ ଓ ବାସେଳିସାହିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ୮୦ ବର୍ଷିୟ ପଦ୍ମଚରଣ ଖୁଣ୍ଟିଆ ମତ୍ୟୁ ବରଣ କରିଛନ୍ତି । ଏହି ଘଟଣା ପରେ ଆଜି ସ୍ୱାସ୍ଥ୍ୟ ବିଭାଗ ପୁଣି ଘର ଘର ବୁଲି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିବା ବେଳେ ରୋଗୀଙ୍କୁ ଔଷଧ ଦେଉଛନ୍ତି । ତେବେ ପାନୀୟ ଜଳର ରିପୋର୍ଟ ନେଗେଟିଭ ରହିଥିଲେ ସୁଦ୍ଧା ଲୋକେ ଟ୍ୟାପ ପାଣି ପିଇବାକୁ ଭୟ କରୁଛନ୍ତି । ସହରର ଝାଡାବାନ୍ତି ରୋଗୀଙ୍କ ଖବର ଆସିଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଟିମ ଯାଇ ତଦାରଖ କରୁଛି । ଗତ ଦୁଇ ଦିନ ତଳେ ଥିବା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ପାଇଛି ବୋଲି କହିଛନ୍ତି ପୌରସଂସ୍ଥାର ସ୍ୱାସ୍ଥ୍ୟ ଅଧିକାରୀ ।
Published by:Soubhagya Mishra
First published: