ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଢେଙ୍କାନାଳ ଯୁବକ; ଭାଉଜ ଓ ଅନ୍ୟମାନଙ୍କୁ ଦୋଷ ଦେଲେ

‘‘ଆଉ କିଛି ସମୟ ପରେ ମରିବି… ଏବେ ଯେଉଁମାନେ ଦେଖୁଛ ଶେୟାର୍ କର ପ୍ଲିଜ୍…’’ ଫେସବୁକ୍ ଲାଇଭରେ କହିଥିଲେ ୨୭ ବର୍ଷୀୟ କୁଣାଲ ସ୍ୱାଇଁ । ଭିଡିଓ ଆରମ୍ଭ କରି ପ୍ରଥମ କିଛି ସେକେଣ୍ଡ୍ ସେ ଖୁବ୍ କାନ୍ଦୁଥିଲେ ।

କୁଣାଲ ସ୍ୱାଇଁ; (ଡାହାଣ) ନିଜ ଫେସବୁକ୍ ଲାଇଭ୍ ଭିଡିଓରେ କୁଣାଲ୍

କୁଣାଲ ସ୍ୱାଇଁ; (ଡାହାଣ) ନିଜ ଫେସବୁକ୍ ଲାଇଭ୍ ଭିଡିଓରେ କୁଣାଲ୍

  • Share this:
News18 Odia Digital

ଢେଙ୍କାନାଳ: ‘‘ଆଉ କିଛି ସମୟ ପରେ ମରିବି… ଏବେ ଯେଉଁମାନେ ଦେଖୁଛ ଶେୟାର୍‌ କର ପ୍ଲିଜ୍‌…’’ ଫେସବୁକ୍‌ ଲାଇଭରେ କହିଥିଲେ କୁଣାଲ ସ୍ୱାଇଁ । ସେତେବେଳକୁ ସେ ବିଷାକ୍ତ ପଦାର୍ଥ ଖାଇ ସାରିଥିଲେ । ଭିଡିଓରୁ ଜଣାପଡ଼ୁଥିଲା ଯେ ବିଷ ତାଙ୍କ ଦେହରେ ପ୍ରତିକ୍ରିୟା କରିବା ଆରମ୍ଭ କରିସାରିଥିଲା ।

୨୭ ବର୍ଷର ଯୁବକ କୁଣାଲ ସ୍ୱାଇଁ ନିଜ ଆତ୍ମହତ୍ୟାକୁ ଫେସବୁକରେ ଲାଇଭ କରିବା ପରେ ସେହି ଭିଡିଓ ଭାଇରାଲ ହୋଇଛି । ଏହି ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗାଁରେ । କୁଣାଲ ରବିବାର (ଜାନୁଆରୀ ୨୪) ରାତିରେ ନିଜ ଘର ନିକଟରେ ଏକ ପାଳ ଗଦାରେ ବିଷାକ୍ତ ଦାନାଦାର୍‌ ଖାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଜବ! ବାଘ ପରି ଦେଖିବାକୁ ଏହି କୁକୁର; ତାକୁ ଦେଖି ଲୋକେ ଭୟରେ ଦୌଡ଼ୁଛନ୍ତି

ନିଜ ଆତ୍ମହତ୍ୟାର ଫେସବୁକ୍‌ ଲାଇଭ୍‌ ଭିଡିଓରେ କୁଣାଲ ସ୍ପଷ୍ଟ ଭାବରେ କିଛି ଲୋକଙ୍କ ନାମ ନେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କ ଭାଉଜ ଶୁଭଲକ୍ଷ୍ମୀ ସ୍ୱାଇଁ ଓ ଅନ୍ୟ କେତେକ ଲୋକ । କିଛି ଗ୍ରାମବାସୀ ତାଙ୍କୁ ହଇରାଣ କରିବା ସହ ତାଙ୍କୁ ଖାଇବାକୁ ଦେଇ ନ ଥିବା ସେ କହିଛନ୍ତି (Dhenkanal suicide Facebook live)।

ଭାଉଜ ଓ ତାଙ୍କ ଫ୍ୟାମିଲି ତାଙ୍କୁ ‘‘ଟର୍ଚ୍ଚର୍’’ କରୁଥିବା କହିଛନ୍ତି କୁଣାଲ ସ୍ୱାଇଁ ।


‘‘ମୋ’ ଭାଉଜ, ହିମାଂଶୁ, ପକ୍କା ମାଗୁରୁ, କୁଳମଣି, ରବି ଓ ମୋ’ ଭାଉଜର ଫ୍ୟମିଲି… ଏତିକି ମୋତେ ମାରିଛନ୍ତି । ସକାଳୁ ମୋତେ ଖାଇବାକୁ ଦେଇ ନାହାନ୍ତି ମାରିବେ ବୋଲି । ମତେ ଟର୍ଚ୍ଚର କରୁଛନ୍ତି ମାସେ ଦି’ ମାସ ହେଲା । ଟର୍ଚ୍ଚର କରି କରିକି ରଖିଛନ୍ତି,’’ ସେହି ଭିଡିଓରେ କୁଣାଲ କହୁଥିବା ଶୁଣିବାକୁ ମିଳୁଛି ।

ଏହା ବି ପଢ଼ନ୍ତୁ | BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ

ଭିଡିଓ ଆରମ୍ଭ କରି ପ୍ରଥମ କିଛି ସେକେଣ୍ଡ୍‌ ସେ ଖୁବ୍‌ କାନ୍ଦୁଥିଲେ । ତା’ ପରେ କହିବା ଆରମ୍ଭ କରିଥିଲେ, ‘‘ଆଉ କିଛି ସମୟ ପରେ ମରିବି… ଏବେ ଯେଉଁମାନେ ଦେଖୁଛ ଶେୟାର୍‌ କର ପ୍ଲିଜ୍‌…’’ । ପୁଣି କିଛି ସମୟ କାନ୍ଦିବା ପରେ ସେ କହିଥିଲେ ଏହି ଲୋକମାନଙ୍କ ନାମ ।

‘‘ମୋତେ ଜବ୍‌ରେ ବି ବ୍ଲାକମେଲିଂ କରୁଛନ୍ତି,’’ କୁଣାଲ ଏହି ଭିଡିଓରେ କହିଥିଲେ । ଏହା ତାଙ୍କର ଶେଷ ବାକ୍ୟ ଥିଲା । ଏହି ଭିଡିଓ ଦେଖିଥିବା ଓ ତାଙ୍କୁ ଜାଣିଥିବା ଲୋକଙ୍କ କହିବା ଅନୁସାରେ ତାଙ୍କୁ ନିଜ ଚାକିରିରେ ବି ଭୀଷଣ ବ୍ୟଥାର ସାମନା କରିବାକୁ ପଡ଼଼ୁଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Big Boss ଖ୍ୟାତିସମ୍ପନ୍ନ ଯୁବା ଅଭିନେତ୍ରୀ ଜୟଶ୍ରୀ ରାମୈୟା ପଙ୍ଖାରୁ ଝୁଲି ଆତ୍ମହତ୍ୟା କଲେ

ତାଳଚେରର ଏକ ମାଇନ୍ସ କମ୍ପାନୀରେ ଠିକା କର୍ମଚାରୀ ଭାବରେ ଛଅ ମାସ ହେବ କାମ କରୁଥିବା କୁଣାଲ ଶୁକ୍ରବାର ଦିନ ନିଜ ଘରକୁ ଆସିଥିବା କହିଛନ୍ତି ପରିବାର ଲୋକେ । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଜାଣିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡ଼ିକାଲ ନେଇଯାଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା ।



ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କୁଣାଲଙ୍କ ସାଙ୍ଗ ଓ ପରିବାର ସଦସ୍ୟମାନଙ୍କୁ ପୋଲିସ ପଚରାଉଚରା କରିବ । ଯଦି କୁଣାଲ ସେହି ଭାଇରାଲ୍‌ ଭିଡିଓରେ କହିଥିବା ମୁତାବକ ତାଙ୍କ ଭାଉଜ ଓ ଅନ୍ୟ ଲୋକ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବାର ପ୍ରମାଣ ମିଳିବ ତାହେଲେ ଏହି ଅପମୃତ୍ୟୁ ମାମଲାକୁ ଏକ ହତ୍ୟା ମାମଲାରେ ପରିଣତ କରାଯିବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
Published by:Anand ST Das
First published: