ସ୍ୱର୍ଗତଃ କଳ୍ପନା ଦାଶଙ୍କ ସ୍ମୃତିରେ ଅଲଟ୍ରା ମାରାଥନ ଆୟୋଜିତ

ଦିବଂଗତ ଓଡ଼ିଆ ମହିଳା ପର୍ବତାରୋହି କଳ୍ପନା ଦାଶଙ୍କ ସ୍ମୁତି ଉଦ୍ଦେଶ୍ୟରେ ରବିବାର ଆୟୋଜିତ ହୋଇଛି ଅଲଟ୍ରା ମାରାଥନ । ଢେଙ୍କାନାଳ ମିନି ଷ୍ଟାଡିୟମରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରାୟ  ୬୬ କିଲୋମିଟର ରାସ୍ତାକୁ ସାଢେ ୮ ଘଣ୍ଟାରେ ଅତିକ୍ରମ କଲେ ଲେଡି ଅଲଟ୍ରା ମାରାଥନର ଦୀପ୍ତି ଦାଶ।

ସ୍ୱର୍ଗତଃ କଳ୍ପନା ଦାଶଙ୍କ ସ୍ମୃତିରେ ଅଲଟ୍ରା ମାରାଥନ ଆୟୋଜିତ

ସ୍ୱର୍ଗତଃ କଳ୍ପନା ଦାଶଙ୍କ ସ୍ମୃତିରେ ଅଲଟ୍ରା ମାରାଥନ ଆୟୋଜିତ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସ୍ୱର୍ଗତଃ କଳ୍ପନା ଦାଶଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଅଭିନବ ଉଦ୍ୟମ । ଢେଙ୍କାନାଳର ମିନି ଷ୍ଟାଡିୟମରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଆୟୋଜିତ ହେଲା ଅଲଟ୍ରା ମାରାଥନ। ଲେଡି ଅଲଟ୍ରା ମାରାଥନର ଦିପ୍ତୀ ଦାଶ ଏହି ଉଦ୍ୟମକୁ ସାକାର କରିଛନ୍ତି ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସାମ୍ନା ରାସ୍ତାକୁ କଳ୍ପନା ଦାଶଙ୍କ ନାମରେ ନାମିତ କରାଯିବା ସହିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କ ପ୍ରତିମୂର୍ତ୍ତି କରାଯିବା ଅନୁରୋଧକୁ ସାକାର ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଥିଲା ଏହାର ମୂଳ ଲକ୍ଷ୍ୟ ।



ଦିବଙ୍ଗତ ଓଡ଼ିଆ ମହିଳା ପର୍ବତାରୋହି କଳ୍ପନା ଦାଶଙ୍କ ସ୍ମୁତି ଉଦ୍ଦେଶ୍ୟରେ ରବିବାର ଆୟୋଜିତ ହୋଇଥିଲା ଏହି ଅଲଟ୍ରା ମାରାଥନ । ଢେଙ୍କାନାଳ ମିନିଷ୍ଟାଡିୟମରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରାୟ  ୬୬ କିଲୋମିଟର ରାସ୍ତାକୁ ସାଢେ ୮ ଘଣ୍ଟାରେ ଅତିକ୍ରମ କଲେ ଲେଡି ଅଲଟ୍ରା ମାରାଥନର ଦୀପ୍ତି ଦାଶ । ତାଙ୍କ ସହିତ ସାମିଲ ହୋଇଥିଲେ ପୁରୁଷ ଅଲଟ୍ରାମାରାଥନର ସିଧାର୍ଥ ଦାଶ ।

ଅଲଟ୍ରା ମାରାଥନର ଦୀପ୍ତି ଦାଶଙ୍କ ସୂଚନା ଅନୁସାରେ ସ୍ବର୍ଗତଃ କଳ୍ପନା ଦାଶଙ୍କ ସ୍ମୁତିରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭୋର ସାଢ଼େ ୪ଟାରୁ ଢେଙ୍କାନାଳ ମିନି ଷ୍ଟାଡିୟମରୁ ଏହି ଅଲଟ୍ରା ମାରାଥନ ଆରମ୍ଭ ହୋଇ ପାଗ ଭଲ ଥିବାରୁ ଧାର୍ଯ୍ୟ ସମୟ ୯ ଘଣ୍ଟା ପୂର୍ବରୁ ଶେଷ ହୋଇଥିଲା ।  ସମୟ ସହିତ କଳ୍ପନା ଦାଶଙ୍କୁ ଯେଭଳି ଲୋକେ ଭୁଲି ନଯାଆନ୍ତୁ, ସେଥିପାଇଁ ଏଭଳି ଉଦ୍ୟମକୁ ପ୍ରାଥମିକତା ଦିଆଯାଇଥିଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସାମ୍ନା ରାସ୍ତାକୁ କଳ୍ପନା ଦାଶଙ୍କ ନାମରେ ନାମିତ କରାଯିବା ସହିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କ ପ୍ରତିମୂର୍ତ୍ତି କରାଯିବା ଅନୁରୋଧକୁ ସାକାର ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ଥିଲା ଏହାର ମୂଳ ଉଦ୍ୟମ ।

ଦିପ୍ତୀଙ୍କ ସହିତ ସାମିଲ ହୋଇଥିଲେ ପୁରୁଷ ଆଲଟ୍ରା ମାରାଥନର ସିଦ୍ଧାର୍ଥ ଦାଶ । ମଧ୍ୟାହ୍ନ ଗୋଟାଏ ୩୦ରେ ସରିଥିଲା ଏହି ଦୌଡ଼। ତେବେ ଏପରି ଏକ ମହତ ଉଦ୍ୟମରେ ନିଜେ ସାମିଲ ହୋଇଥିବାରୁ ସେ ଖୁସି ଥିବା କହିଛନ୍ତି । ଏଭଳି ଏକ ମହତ ଉଦ୍ୟମରେ ସହଯୋଗ କରିଥିଲେ ଢେଙ୍କାନାଳ କଲଚରାଲ ଆସୋସିଏସନ । କଳ୍ପନା ଦାସଙ୍କ ସ୍ମୁତିକୁ ମନେ ପକେଇବାକୁ ଏଭଳି ଏକ ମିଳିତ ପ୍ରୟାସ ହୋଇଥିଲା ବୋଲି ଆସୋସିଏସନ ପକ୍ଷରୁ ମତ ରଖିଥିଲେ ସଭାପତି ସୌରେନ୍ଦ୍ର କୁମାର ମହାପାତ୍ର । ସେହିଭଳି କଳ୍ପନା ଦାଶଙ୍କ ଭାଇ ପ୍ରଦୀପ କହିଛନ୍ତି କଳ୍ପନା ଦାଶ ଯେଭଳି ଜନ ମାନସରୁ ହଜି ନଯାଆନ୍ତି ସେଥିପାଇଁ ଏଭଳି ଉଦ୍ୟମ ପ୍ରଶଂସନୀୟ । ଆଶା ରାଜ୍ୟ ସରକାର ଏହି ଅନୁରୋଧକୁ ଗ୍ରହଣ କରିବେ । ଏହି ଉଦ୍ୟମକୁ ମଧ୍ୟ ବିଭିନ୍ନ ମହଲରୁ ସମର୍ଥନ ମିଳିଛି ।
Published by:Soubhagya Mishra
First published: