• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ ପାଇଁ ଢେଙ୍କାନାଳର ସୋହନ ମାହୁନ୍ତଙ୍କୁ ମିଳିଲା ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ପୁରସ୍କାର

କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ ପାଇଁ ଢେଙ୍କାନାଳର ସୋହନ ମାହୁନ୍ତଙ୍କୁ ମିଳିଲା ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ପୁରସ୍କାର

ମହାମାରୀ କରୋନା ସମୟରେ ୪ ହଜାର ୫ ଶହ ଘରେ ୧୫୦ କୋଟି କୋଭିଡ ଟଙ୍କା ବାଣ୍ଟି ରାଜ୍ୟର ଏକ ନମ୍ବର ଡାକ ପୋଷ୍ଟମ୍ୟାନ ଆୱ।ର୍ଡ ପାଇଛନ୍ତି ଢେଙ୍କାନାଳ ଡାକମଣ୍ଡଳର ସୋହନ ମାହୁନ୍ତ।

କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ ପାଇଁ ଢେଙ୍କାନାଳର ସୋହନ ମାହୁନ୍ତଙ୍କୁ ମିଳିଲା ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ପୁରସ୍କାର

କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ ପାଇଁ ଢେଙ୍କାନାଳର ସୋହନ ମାହୁନ୍ତଙ୍କୁ ମିଳିଲା ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ପୁରସ୍କାର

  • Share this:
News18 Odia Digital

ଢେଙ୍କାନାଳ: ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ କେନ୍ଦ୍ରର ଉଜ୍ୱଳା ଯୋଜନା ଟଙ୍କା, ଭୂମିହିନଙ୍କୁ ସହାୟତା ରାଶି ସଠିକ ସମୟରେ ବଣ୍ଟନ କରିବା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଟଙ୍କା ମଧ୍ୟ ଲୋକଙ୍କ ଘରେ ଘରେ ପହଞ୍ଚାଇଥିଲେ ସୋହନ ମାହୁନ୍ତ। ମହାମାରୀ ଲକଡାଉନ ସଟଡାଉନ ସମୟରେ ଘରୁ ପଦାକୁ ବାହାରି ପାରୁନଥିବା ଲୋକଙ୍କୁ ତାଙ୍କର ବିଭିନ୍ନ ବ୍ୟାଙ୍କରେ ଟଙ୍କା ଜମା କରିବା ଓ ଟଙ୍କା ଉଠାଇ ସେମାନଙ୍କ ହାତ ପାହାନ୍ତରେ ପହଞ୍ଚାଇ କରୋନା ସମୟର ପ୍ରକୃତ ବନ୍ଧୁ ପାଲଟି ଯାଇଥିଲେ ସେ।

ସୋହନଙ୍କ ଏଭଳି କର୍ତ୍ତବ୍ୟନିଷ୍ଠା କାର୍ଯ୍ୟଧାରା ପାଇଁ ଓଡ଼ିଶା ସର୍କଲ ଡାକ ବିଭାଗ ପକ୍ଷରୁ ତାଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ଭାବରେ ବିବେଚିତ କରାଯାଇଛି। ସୋହନ ଏଥିପାଇଁ ଢେଙ୍କାନାଳ ମୁଖ୍ୟ ଡାକଘରର ସମସ୍ତ ବରିଷ୍ଠ କର୍ମଚାରୀଙ୍କୁ ଶ୍ରେୟ ଦେଇଛନ୍ତି। ଏହି ସମ୍ମାନ ତାଙ୍କୁ ଆଗକୁ ଆହୁରି ଭଲ କାମ କରିବାକୁ ଉତ୍ସାହ ଯୋଗାଇବ ବୋଲି ସେ କହିଛନ୍ତି।

ସୋହନ ଜଣେ କର୍ତ୍ତବ୍ୟନିଷ୍ଟ ସଚ୍ଚୋଟ ଡାକ ପୋଷ୍ଟମ୍ୟାନ ଭାବରେ ଢେଙ୍କାନାଳ ସହରରେ ଜଣାଶୁଣା। ସେ ପ୍ରତ୍ୟେକ ଦିନ ସକାଳ ୯ଟାରୁ ଢେଙ୍କାନାଳ ମୁଖ୍ୟ ଡାକଘରକୁ ଆସି ନିଜର ଚିଠି ମନି ଅର୍ଡର ପାର୍ସଲ ସର୍ଟିଙ୍ଗ କରି ନିଜର ଅଞ୍ଚଳକୁ ବାହାରି ଯାଆନ୍ତି। ଘରୁ ଟିଫିନରେ କିଛି ଖାଦ୍ୟ ଧରି ଆସିଥାନ୍ତି ତା'କୁ ଖାଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଜ କାମ କରିଥାଆନ୍ତି।

ସୋହନ କେବଳ ଜଣେ ଭଲ ଡାକ କର୍ମଚାରୀ ନୁହଁନ୍ତି ବରଂ ସେ ଜଣେ ଭଲ ମଣିଷ ଭାବେ ମଧ୍ୟ ବେଶ୍ ଜଣାଶୁଣା। ଢେଙ୍କାନାଳ ମୁଖ୍ୟ ଡାକଘରେ ଆଇପିବି ଆକାଉଣ୍ଟ ଖୋଲିବା ଲୋକଙ୍କୁ ସଠିକ ସମୟରେ ମନିଅର୍ଡର ମେଡିସିନ ପାର୍ସଲ ଓ ଚିଠି ଦେବାରେ ବି ସେ ଏକ ନମ୍ବର। ସୋହନ ବିଭିନ୍ନ ସମୟରେ ମଞ୍ଚ ନାଟକରେ ହାସ୍ୟ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ବି ଦେଇଥାନ୍ତି।

ରାଜ୍ୟର ‘ବେଷ୍ଟ ପୋଷ୍ଟମ୍ୟାନ’ ଆୱ।ର୍ଡ ପାଇବା ପରେ ବହୁତ ଖୁସି ଥିବା କହିଛନ୍ତି ସୋହନ। ତା ସହିତ ଆଗକୁ ଢେଙ୍କାନାଳ ଡାକ ମଣ୍ଡଳକୁ ରାଜ୍ୟରେ ଏକ ନମ୍ବର କରିବା ପାଇଁ ଯାହା ବି ଆବଶ୍ୟକ ପଡ଼ିବ ତାହା ସେ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସୋହନ ମାହୁନ୍ତ।

"ସୋହନ ଜଣେ ଭଲ ଡାକ କର୍ମଚାରୀ ହେବା ସହ ଆଚାର ବ୍ୟବହାର ପାଇଁ ଡାକ ଘରେ ବେଶ ଲୋକପ୍ରିୟ। ତାଙ୍କର ଏଭଳି ନିସ୍ୱାର୍ଥପର ସେବା କାର୍ଯ୍ୟ ପାଇଁ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ତାଙ୍କର ଏହି କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ଧାରା ଅନ୍ୟ ଡାକ ବିଭାଗର କର୍ମଚାରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ନିଶ୍ଚୟ,’’ ଏମିତି କହିଛନ୍ତି ଢେଙ୍କାନାଳ ମୁଖ୍ୟ ପୋଷ୍ଟ ଅଫିସର ଅତିରିକ୍ତ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ବେହେରା।
Published by:Lipina Das
First published: