ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଢେଙ୍କାନାଳର ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ଗିରଫ ସମୟରେ ୫ଟି ଦେଶୀ ବନ୍ଧୁକ ଜବତ।

ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଗିରଫ

ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଗିରଫ

  • Share this:
News 18 Odia Digital

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର କାରବାରରେ ସଂପୃକ୍ତ ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତକୁ ଢେଙ୍କାନାଳ ସଦର ଥାନା ଓ ଏସ୍‌ଟିଏଫ ମିଳିତ ଉଦ୍ୟମରେ ଗିରଫ କରିଛନ୍ତି। ସେ ଢେଙ୍କାନାଳର ଛତିଆ ଥାନା ଅନ୍ତର୍ଗତ ରୋହିତ ନାଏକ। ସୋମବାର ଦିନ ଏସ୍‌ଟିଏଫ୍‌ ଟିମ୍‌ ଓ ଢେଙ୍କାନାଳ ସଦର ଥାନ ପୋଲିସ ସହାୟତାରେ ଚଢ଼ାଉ କରିଥିଲା । ଚଢାଉ ସମୟରେ ବେଆଇନ ଭାବରେ ରଖିଥିବା ଅସ୍ତ୍ରଶସ୍ତ୍ର ଓ ଗୁଳି ମିଳିଥିଲା । ଯେଉଁଥିରେ କି ୫ଟି ଦେଶୀ ପିସ୍ତଲ ବା ରିଭଲବର ଓ ୬ଟି ଦେଶୀ ଅଫୁଟା ଗୁଳି ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ତାଙ୍କ ନିକଟରୁ ଜବତ କରାଯାଇଥିଲା ।

ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଢେଙ୍କାନାଳ ସଦର ଥାନାକୁ ଏହି ଏସ୍‌ଟିଏଫ୍‌ ହସ୍ତାନ୍ତର କରିଛି। ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ । ଢେଙ୍କାନାଳ ସଦର ଥାନା ପୋଲିସ ସୋମବାର ଦିନ (କେସ୍ ନଂ ୩୬୨)  ଏକ ମାମଲା ରୁଜୁ କରିଛି । ଧାର ୨୫/୨୭ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଅନୁଯାୟୀ ଢେଙ୍କାନାଳ ସଦର ଥାନା ତଦନ୍ତ ଆରମ୍ଭ କରିଛି ।

୨୦୨୦ ଠାରୁ ବେଆଇନ ଅସ୍ତ୍ରଶସ୍ତ୍ର  ରଖିବା ମାମଲରେ । ଏସଟିଏଫ ୭୩ ଟି ଅସ୍ତ୍ରଶସ୍ତ୍ର ଏବଂ ୧୫୩ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି।
Published by:Sujit Swain
First published: