ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପ୍ରେମରେ ଜାତି କ’ଣ? ଢେଙ୍କାନାଳରେ ଝିଅକୁ ତା’ ପତି ଘରୁ ଉଠାଇନେବାକୁ ଆସିଲେ, ମରଣାନ୍ତକ ଆକ୍ରମଣ କଲେ

ପ୍ରେମରେ ଜାତି କ’ଣ? ଢେଙ୍କାନାଳରେ ଝିଅକୁ ତା’ ପତି ଘରୁ ଉଠାଇନେବାକୁ ଆସିଲେ, ମରଣାନ୍ତକ ଆକ୍ରମଣ କଲେ

ଦେବେନ୍ଦ୍ର ଓ ପ୍ରଜ୍ଞା ଉଭୟ ପ୍ରାପ୍ତବୟସ୍କ ହୋଇଥିବାରୁ ଓ ଇଚ୍ଛାନୁସାରେ ବିବାହ କରିଥିବାରୁ ପୋଲିସ ତାଙ୍କ ବିବାହକୁ ସ୍ୱୀକାର କରିଥିଲା । ଥାନାରେ ଏହି ମାମଲାର ସମାଧାନ ହେବା ପରେ ରାତି ଅଧରେ ଆସି ଅତର୍କିତ ଆକ୍ରମଣ କରିଥିଲେ ପ୍ରଜ୍ଞାଙ୍କ ଘର ଲୋକେ।

ପ୍ରେମରେ ଜାତି କ’ଣ? ଢେଙ୍କାନାଳରେ ଝିଅକୁ ତା’ ପତି ଘରୁ ଉଠାଇନେବାକୁ ଆସିଲେ, ମରଣାନ୍ତକ ଆକ୍ରମଣ କଲେ
ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଦେବେନ୍ଦ୍ର ଓ ପ୍ରଜ୍ଞା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଘରେ ମା’ ଓ ଖୁଡ଼ୀଙ୍କ ମାଡ଼ ସହି ନ ପାରି ଘରୁ ଲୁଚି ପଳାଇ ଆସି ସେ ଭଲ ପାଉଥିବା ଯୁବକଙ୍କୁ ବିବାହ କରିଥିଲେ ପ୍ରଜ୍ଞା ପ୍ରିୟଦର୍ଶିନୀ । ହେଲେ ଯୁବକ ତାଙ୍କଠାରୁ ‘‘ତଳ ଜାତି’’ର ହୋଇଥିବାରୁ ସେହି ବିବାହକୁ ତୀବ୍ର ବିରୋଧ କରି ତାଙ୍କ ପରିବାର ଲୋକେ ରାତି ଅଧରେ ଶାଶୁଘରେ ପଶି ତାଙ୍କ ସ୍ୱାମୀ ଓ ଘର ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଢେଙ୍କାନାଳ ଜିଲ୍ଲା ତରଭାର ନିମତଇଲା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଏହି ଆକ୍ରମଣରେ ପ୍ରଜ୍ଞା, ତାଙ୍କ ସ୍ୱାମୀ ଦେବେନ୍ଦ୍ର ସେଠୀ, ଦେବେନ୍ଦ୍ରଙ୍କ ବାପା ଓ ଦୁଇ ଦାଦା ଗୁରୁତର ଆହତ ହୋଇଛନ୍ତି । ଦେବେନ୍ଦ୍ର ଓ ପ୍ରଜ୍ଞା ଘର ଭିତରେ ଶୋଇଥିବା ବେଳେ ରାତି ଗୋଟାଏ ବେଳେ ହଠାତ୍‌ କବାଟ ଭାଙ୍ଗି ଧସେଇ ପଶିଥିଲେ ପାଞ୍ଚ ଜଣ । ସେମାନେ ପ୍ରଜ୍ଞାକୁ ଜୋର୍‌ ଜବରଦସ୍ତ୍‌ ଟାଣି ନେଇଯିବାକୁ ଚାହିଁବାରୁ ଦେବେନ୍ଦ୍ର ଅଟକାଇଥିଲେ । ଫଳରେ ସେମାନେ ଲୁହା ରଡ଼ରେ ନବ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ ।

ଏହା ବି ପଢ଼ନ୍ତୁ | ବାନ୍ଧବୀ ସହ ମଦ ପିଇବା ବେଳେ କଳି ହେଲା, ଆତ୍ମହତ୍ୟା କଲେ ବଙ୍ଗାଳୀ ସିରିଏଲ୍ ନିର୍ଦ୍ଦେଶିକା ପୂଜା ଗାୟେନ୍

‘‘ଆକ୍ରମଣକାରୀଙ୍କ ମଧ୍ୟରୁ କେହି ଜଣେ ଗୋଟିଏ ବନ୍ଧୁକ ବାହାର କରି ମୋତେ ଓ ପ୍ରଜ୍ଞାକୁ ମାରିଦେବାକୁ ଉଦ୍ୟମ କରିବା ବେଳେ ମୁଁ ଜଣଙ୍କ ହାତରୁ ଲୁହା ରଡ଼ ଛଡ଼ାଇ ତାଙ୍କ ହାତକୁ ବାଡ଼େଇଥିଲି । ଫଳରେ ବନ୍ଧୁକଟି ଖସି ପଡି଼ଥିଲା । ପାଟିତୁଣ୍ଡ ଶୁଣି ମୋ’ର ଦୁଇ ଜଣ ଦାଦା ଉଠି ଆସି ପ୍ରତିଆକ୍ରମଣ କରିବାରୁ ସେମାନେ ସେଠାରୁ ଖସି ପଳାଇଥିଲେ,’’ କହିଛନ୍ତି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦେବେନ୍ଦ୍ର । ପ୍ରଜ୍ଞା ଓ ତାଙ୍କର ଦୁଇ ଦାଦା ଶ୍ୱଶୁର ବି ଚିକିତ୍ସିତ ହେଉଛନ୍ତି ।

ପୋଲିସ ଜବତ କରିଥିବା ଏକ ଦେଶୀ ବନ୍ଧୁକ


ଆକ୍ରମଣକାରୀଙ୍କ ମଧ୍ୟରେ ପ୍ରଜ୍ଞାଙ୍କ ସାନ ମାମୁଁ ବରୁଣ କୁମାର ନାୟକ, ବଡ଼ ମାମୁଁ ଅରୁଣ କୁମାର ନାୟକ, ଦାଦା ନିରଞ୍ଜନ ନାୟକ ଓ ଜଣେ ସମ୍ପର୍କୀୟ ଭାଇ ଥିଲେ ବୋଲି କହିଛନ୍ତି ପ୍ରଜ୍ଞା । ‘‘ମୁଁ ଘର ଲୋକଙ୍କ ବାରଣ ସତ୍ତ୍ୱେ ପ୍ରେମ ବିବାହ କରିଥିବାରୁ ସେମାନେ ରାଗରେ ଜର୍ଜରିତ ହୋଇ ରହିଥିଲେ । ସେଇଥି ପାଇଁ ହଠାତ୍‌ ନରସିଂହପୁରରୁ ଏକ ବୋଲେରୋରେ ଆସି ଏମିତି ଆକ୍ରମଣ କଲେ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ୍‌ ବଚ୍ଚନ ଜୟା ବଚ୍ଚନଙ୍କ ପ୍ରେମ କାହାଣୀର ସାକ୍ଷୀ ୧୦ଟି ଫଟୋ; ଦୀର୍ଘ ଦିନ ଡେଟିଂ କରିବା ପରେ ବାହା ହୋଇଥିଲେ

ନରସିଂହପୁରର ଝିଅ ପ୍ରଜ୍ଞା ପ୍ରିୟଦର୍ଶିନୀ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନିମତଇଲା ଗ୍ରାମର ପ୍ରମୋଦ କୁମାର ସେଠୀଙ୍କ ବଡ଼ ପୁଅ ଦେବେନ୍ଦ୍ର ସେଠୀଙ୍କୁ ମେ ମାସ ୧୭ ତାରିଖରେ ଏକ ମନ୍ଦିରରେ ବିବାହ କରିଥିଲେ । ଦେବେନ୍ଦ୍ର ଏକ ଅନୁସୂଚିତ ଜାତିର ହୋଇଥିବା ବେଳେ ପ୍ରଜ୍ଞା ଖଣ୍ଡାୟତ ଜାତିର । ସେଇଥି ପାଇଁ ଉଭୟଙ୍କ ପ୍ରେମକୁ ପ୍ରଜ୍ଞାଙ୍କ ଘର ଲୋକେ ନାପସନ୍ଦ କରୁଥିଲେ । ଏହି ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ପ୍ରଜ୍ଞାଙ୍କ ମା’ ଓ ଖୁଡ଼ୀ ତାଙ୍କୁ ଏଥିରୁ ବାରଣ କରିବା ସହ ବହୁ ସମୟରେ ଶାରୀରିକ ନିର୍ଯାତନା ବି ଦେଉଥିଲେ ବୋଲି ପ୍ରଜ୍ଞା କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଜ ଯୌନ ଜୀବନ କେମିତି ସକ୍ରିୟ ରଖିବେ? VIDEOରେ ଦେଖାଇଲେ ଅଭିନେତା ବିଦ୍ୟୁତ୍ ଜାମୱାଲ୍

ଏହି ଆକ୍ରମଣର କିଛି ଦିନ ପୂର୍ବରୁ ପ୍ରଜ୍ଞାଙ୍କ ଘର ଲୋକେ ଉଭୟଙ୍କ ବିବାହ ପରେ ଝିଅକୁ ଫେରାଇ ନେବା ପାଇଁ ତରଭା ଗାଁକୁ ଆସି ଗ୍ରାମ ସଭାପତି ପକ୍କା ବିଶ୍ୱାଳ ଓ କିଛି ଗାଁ ମୁରବୀଙ୍କୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ତରଭା ଥାନାରେ ଉଭୟ ପରିବାରଙ୍କ ଉପସ୍ଥିତିରେ ପ୍ରଜ୍ଞା ନିଜ ଘରକୁ ଫେରିବାକୁ ରୋକଠୋକ୍‌ ମନା କରିଦେବାରୁ ସେମାନେ ଝିଅ ସହ ସବୁ ସମ୍ପର୍କ ତୁଟାଇବେ ବୋଲି କହିଥିଲେ । ଦେବେନ୍ଦ୍ର ଓ ପ୍ରଜ୍ଞା ଉଭୟ ପ୍ରାପ୍ତବୟସ୍କ ହୋଇଥିବାରୁ ଓ ନିଜ ଇଚ୍ଛାନୁସାରେ ବିବାହ କରିଥିବାରୁ ପୋଲିସ ମଧ୍ୟ ଏହି ବିବାହକୁ ସ୍ୱୀକାର କରିଥିଲା । ଥାନାରେ ପ୍ରଜ୍ଞାଙ୍କ ପରିବାର ଲୋକେ ଲେଖିକରି ଦେବା ପରେ ସେଦିନ ଏହି ମାମଲାର ସମାଧାନ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୮ ଦିନ ଧରି ଚାଲିବ କରୋନାର ୩ୟ ଲହର, ସାଙ୍ଘାତିକ ହେବ, ଆସିଲା ନୂଆ ତଥ୍ୟ

‘‘ଥାନାରେ ସମାଧାନ ହେବା ପରେ ବି ପ୍ରଜ୍ଞାର ବାହାଘରରେ ସନ୍ତୁଷ୍ଟ ନ ଥିବାରୁ ତା' ପରିବାର ଲୋକେ ଏମିତି ଅତର୍କିତ ଆକ୍ରମଣ କରିଥିଲେ । ଜୋର୍‌ ଜବରଦସ୍ତ୍‌ ମୋ’ ସ୍ତ୍ରୀକୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ଆମେ ରୋକିବାରୁ ସେମାନେ ଆମକୁ ଲୁହା ରଡ଼ରେ ମାଡ଼ ମାରି ଗୁରୁତର କରିଛନ୍ତି,’’ କହିଛନ୍ତି ଦେବେନ୍ଦ୍ର ସେଠୀ । ହସପିଟାଲରେ ତାଙ୍କ ସହ ତାଙ୍କ ବାପା ପ୍ରମୋଦ କୁମାର ସେଠୀ, ମା’ ପାଞ୍ଚାଳି ସେଠୀ, ସାନ ଦାଦା ଶ୍ରୀକାନ୍ତ ସେଠୀ ଓ ବଡ଼ ଦାଦା ଶ୍ରୀଧର ସେଠୀ ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା କାଳରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଅନେକ ବଡ଼ ଘୋଷଣା କଲେ ନୀତା ମୁକେଶ ଅମ୍ବାନୀ

ଏହି ମାମଲା ବିଷୟରେ ପ୍ରଜ୍ଞା କହିଛନ୍ତି, ‘‘ବର୍ଷେ ହେବ ଦେବେନ୍ଦ୍ର ଓ ମୁଁ ପ୍ରେମ ସମ୍ପର୍କରେ ରହି ଆସୁଥିଲୁ । ଆମ ଘର ଲୋକେ ଜାଣିବା ପରେ ମୋତେ ବହୁତ ମାଡ଼ ମାରୁଥିଲେ । ଆମେ ବିବାହ କରିଥିବାରୁ ସେମାନେ ଆମ ଉପରେ ଏଭଳି ଆକ୍ରମଣ କରିଛନ୍ତି । ଆମ ଜୀବନ ପ୍ରତି ବିପଦ ରହିଛି । ଆମକୁ ପୋଲିସଠାରୁ ସୁରକ୍ଷା ଗୁହାରୀ କରୁଛୁ । ଅଭିଯୁକ୍ତମାନେ ମୋ’ ପରିବାରର ହୋଇଥିଲେ ମଧ୍ୟ ତାଙ୍କୁ ତୁରନ୍ତ ଗିରଫ କରି ପୋଲିସ ମୋତେ ନ୍ୟାୟ ଦେଉ ।’’



ଘଟଣା ପରେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସଦର ଥାନା ଅଧିକାରୀ ନିମତଇଲା ଗାଁରେ ପହଞ୍ଚିବା ବେଳକୁ ସବୁ ଅଭିଯୁକ୍ତ ଖସି ପଳାଇଥିଲେ । କିନ୍ତୁ ଦେବେନ୍ଦ୍ରଙ୍କ ଘରୁ ଗୋଟିଏ ପିସ୍ତଲ୍‌, ଲୁହା ରଡ଼ ଓ ମାସ୍କ ଜବତ କରାଯାଇଥିଲା । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଛି ଓ ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
Published by: Anand ST Das
First published: June 6, 2021, 11:58 PM IST