୪୨ ଥର ମାଟ୍ରିକ୍ ପରୀକ୍ଷା ଦେଇ ପାସ୍ କରିଥିଲେ, ୧୦ ଥର +୨ ପରୀକ୍ଷା; ଏବେ ୬୫ ବର୍ଷରେ ଓକିଲ ହେଲେ

ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ବି ହାର ମାନେ ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳର ତ୍ରିଲୋଚନ ନାଏକ । ହରିଜନ ସମ୍ପ୍ରଦାୟରେ ଓ ଗରିବ ପରିବାରରେ ଜନ୍ମିତ ଏହି ବ୍ୟକ୍ତି ଶିକ୍ଷାର ମହତ୍ୱକୁ ଭଲ ଭାବେ ବୁଝି ପାରିଛନ୍ତି ।

୪୨ ଥର ମାଟ୍ରିକ୍ ପରୀକ୍ଷା ଦେଇ ପାସ୍ କରିଥିଲେ, ୧୦ ଥର +୨ ପରୀକ୍ଷା; ଏବେ ୬୫ ବର୍ଷରେ ଓକିଲ ହେଲେ
ତ୍ରିଲୋଚନ ନାଏକ; (ଡାହାଣ) ତାଙ୍କ ଏଲ୍.ଏଲ୍.ବି. ସାର୍ଟିଫିକେଟ୍
  • News18 Odia
  • Last Updated: March 15, 2021, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଆଶିଷ ରଞ୍ଜନ ଶତପଥୀ | News18 Odia Digital

ଢେଙ୍କାନାଳ: ଥରେ ନୁହେଁ କି ଦୁଇ ଥର ନୁହେଁ; ପୂରା ୪୨ ଥର ମାଟ୍ରିକ୍‌ ପରୀକ୍ଷା ଦେବା ପରେ ପାସ୍‌ କରି ଦିନେ ଚର୍ଚ୍ଚାକୁ ଆସିଥିବା ତ୍ରିଲୋଚନ ନାଏକ ଏବେ ୬୫ ବର୍ଷ ବୟସରେ ଏଲ୍‌.ଏଲ୍‌.ବି. ଅର୍ଥାତ୍‌ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରି ଓକିଲାତି ଆରମ୍ଭ କରିଛନ୍ତି । ହରିଜନ ସମ୍ପ୍ରଦାୟର ତ୍ରିଲୋଚନ ଯୁକ୍ତ-୨ ମଧ୍ୟ ଦଶ ଥର ପରୀକ୍ଷା ଦେବା ପରେ ପାସ୍‌ କରିଥିଲେ, ହେଲେ ଶିକ୍ଷା ପ୍ରତି ନିଜ ଅଦମ୍ୟ ଆକର୍ଷଣ ଓ ନିଷ୍ଠା ଯୋଗୁଁ ଆଜି ସେ ସମାଜ ପାଇଁ ଉଦାହରଣ ସାଜିଛନ୍ତି ।

‘ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ବି ହାର ମାନେ’ କଥାଟି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ୍‌ ପାରିଖେଦା ଗାଁର ତ୍ରିଲୋଚନ ନାଏକ । ଅତି ଗରିବ ହୋଇଥିଲେ ମଧ୍ୟ ଶିକ୍ଷାର ମହତ୍ୱକୁ ଭଲ ଭାବେ ବୁଝି ପାରିଥିଲେ ସେ । ପିଲାଟି ଦିନରୁ ତାଙ୍କର ବହୁତ ଇଛା ଥିଲା ଓକିଲାତି କରିବା ପାଇଁ । ସେଇଥିପାଇଁ ୧୯୭୨ ମସିହାରେ ପ୍ରଥମେ ମାଟ୍ରିକ୍‌ ପରୀକ୍ଷା ଦେଇ ଫେଲ୍‌ ହେବା ପରେ ମଧ୍ୟ ପାସ୍‌ କରିବାର ନିଶା ତାଙ୍କୁ ୪୨ ଥର ପରୀକ୍ଷାରେ ବସିବାକୁ ପ୍ରେରଣା ଦେଇଥିଲା ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିବା ପାଇଁ ତ୍ରିଲୋଚନ କେବଳ ଯେ ଘର ଭିତରେ ପାଠପଢ଼ା ଜାରି ରଖିଥିଲେ ତାହା ନୁହେଁ । ସେଥି ପାଇଁ ତାଙ୍କୁ ନିଜ ଘର ପାରିଖେଦା ଠାରୁ ଦୁଇ  ତିନି କିଲୋମିଟର ଦୁର ନାଠୁଆ ଓ ତିଳପଦା ଗାଁରେ ରହୁଥିବା ତାଙ୍କଠାରୁ ସାତ ସାନ ବୟସର ପିଲାମାନଙ୍କ ପାଖକୁ ଯାଇ ନିଜର ପାଠପଢ଼ା ସମ୍ବନ୍ଧୀୟ ସନ୍ଦେହ ଦୂର କରିବାକୁ ପଡ଼ୁଥିଲା । ସେଇଥି ପାଇଁ ତାଙ୍କୁ ଗାଁ ଲୋକମାନଙ୍କର ଟାହିଟାପରା ମଧ୍ୟ ଲଗାତର ଶୁଣିବାକୁ ପଡୁଥିଲା । ହେଲେ ଏ ସବୁକୁ ଖାତିର ନ କରି ତ୍ରିଲୋଚନ ନିଜ ପାଠପଢ଼ାରେ ଧ୍ୟାନ ଦେଉଥିଲେ ।

ତ୍ରିଲୋଚନ ନାଏକଙ୍କ ଯୁକ୍ତ-୨ ସାର୍ଟିଫିକେଟ୍


‘‘ଶୋଗରପଶି ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ମୁଁ ବଣସିଂହ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍‌ ପଢୁଥିଲି । ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ମୋତେ ୧୯୭୨ରୁ ୧୯୯୨ ପର୍ଯ୍ୟନ୍ତ ୨୦ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଶେଷରେ ୧୯୯୩ ମସିହାରେ ମୋ’ ୪୨ତମ ମ୍ୟାଟ୍ରିକ୍‌ ପରୀକ୍ଷାରେ ହିଁ ମୁଁ କୃତକାର୍ଯ୍ୟ ହୋଇଥିଲି,’’ ନିଜ ମୁହଁରେ ବା କଥାରେ କୌଣସି ଲାଜ ନ ଦେଖାଇ କହିଛନ୍ତି ନାଏକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO

ସେ ୧୯୯୭ ମସିହାରେ ଢେଙ୍କାନାଳ ମହାବିଦ୍ୟାଳୟରେ ଯୁକ୍ତଦୁଇରେ ନାମ ଲେଖାଇଥିଲେ । ଏଥିରେ ମଧ୍ୟ ଦଶ ଥର ପରୀକ୍ଷା ଦେବା ପରେ ୨୦୦୭ ମସିହାରେ ସେ ପାସ୍‌ କରିଥିଲେ । ଶେଷରେ ୨୦୧୭ରେ ଗ୍ରାଜୁଏଟ୍‌ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ସେ । ତା’ ପରେ ଏବେ କଟକସ୍ଥ ଶ୍ରୀ ବିଶ୍ୱଗୁରୁ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ସୁନ୍ଦର ଫଟୋ ଭାଇରାଲ ହେଲା; ଘଣ୍ଟାକରେ ୨୩ ଲକ୍ଷ ଲାଇକ୍!

‘‘ମୋ’ ଘରର ଆର୍ଥିକ ସ୍ଥିତି ଆଦୌ ସ୍ୱଚ୍ଛଳ ନ ଥିଲା । ଭାଗ ଚାଷ କରି ବଡ଼ କଷ୍ଟରେ ନିଜେ ଦେଖିଥିବା ସ୍ୱପ୍ନ ସାକାର କରିଛି ମୁଁ । ଏବେ ୬୫ ବର୍ଷ ବୟସରେ ଏଲ୍‌.ଏଲ୍‌.ବି. ଡିଗ୍ରୀ ହାସଲ କରି କଟକ ବାର୍‌ ଆସୋସିଏସନର ସଦସ୍ୟ ହୋଇଛି । କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ଫଳରେ ଏହି ସବୁ ସଫଳତା ପାଇଥିବାରୁ ମୁଁ ବେଶ୍‌ ଖୁସି ଅଛି,’’ କହିଛନ୍ତି ନାଏକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bathroom Pic: ଏହି ଯୁବତୀ ଫେସ୍ବୁକ୍ରେ ଟୟଲେଟ୍ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍କଲେ?

ତାଙ୍କ ପଡ଼ୋଶୀ ହରପ୍ରସାଦ ହୋତା କହିଛନ୍ତି, ‘‘ଶିକ୍ଷା ପାଇଁ ବୟସ ଯେ ବାଧକ ନୁହେଁ, କେବଳ ଦୃଢ଼ ଇଚ୍ଛାଶକ୍ତି ହିଁ ଆବଶ୍ୟକ, ଏ କଥାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ତ୍ରିଲୋଚନ ନାଏକ । ତାଙ୍କ ଭଳି ଦୃଢ଼ମନା ବ୍ୟକ୍ତିଙ୍କ ପାଇଁ ପାରିଖେଦା ଗାଁ ଆଜି ଗର୍ବିତ ଅନୁଭବ କରୁଛି । ତାଙ୍କୁ ଟାହି ଟାପରା କରୁଥିବା ଲୋକେ ଏବେ ତାଙ୍କୁ ଓକିଲ୍‌ ସାହେବ୍‌ ଡାକୁଛନ୍ତି!’’

ଏହା ବି ପଢ଼ନ୍ତୁ | ତାମିଲ ନାଡୁରେ ନାରୀ ଶକ୍ତି? ଗୃହିଣୀମାନଙ୍କୁ ପ୍ରତି ମାସ ,୦୦୦ ଟଙ୍କା ମିଳିବ, କହିଲା DMK

ତ୍ରିଲୋଚନ ଢେଙ୍କାନାଳ ମହାବିଦ୍ୟାଳୟରେ ପାଠ ପଢି଼ବା ସମୟରେ ତାଙ୍କ ବଡ଼ ପୁଅ ଅଖିଳ ନାଏକ ବି ତାଙ୍କ ସହ ପଢୁଥିବାରୁ ପୁଅର ସାଙ୍ଗସାଥୀମାନେ ତାଙ୍କ ସହ ବହୁତ ଥଟ୍ଟା ମଜା କରୁଥିଲେ । ‘‘ସେ ସବୁ ଥଟ୍ଟା ମଜାକ୍‌ ମୋ’ର ମନେ ଅଛି । ତାହା ମୋତେ ଖରାପ ଲାଗୁଥିଲା ସତ, କିନ୍ତୁ ନିଜର ପଢି଼ବାର ଜିଦ୍‌ ଯୋଗୁଁ ସେ ସବୁକୁ ମୁଁ ଖୁସିରେ ସହି ଯାଉଥିଲି,’’ ସେ କହିଛନ୍ତି ।



ଜୀବନରେ ବହୁ ଦୁଃଖ କଷ୍ଟ ସହି ନିଜ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହଯୋଗ ଠୋଗୁଁ ଆଇନରେ ସ୍ନାତକ ହୋଇପାରିଥିବା ତ୍ରିଲୋଚନ ନାଏକ ଏବେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବାରୁ ବେଶ୍‌ ଉତ୍ସାହିତ ଅଛନ୍ତି ।
Published by: Anand Shankar Thankur Das
First published: March 15, 2021, 11:57 PM IST