'ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ଜିତିଲେ ଢେଙ୍କାନାଳ ଝିଅ ସ୍ୱପ୍ନା

ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ରିୟାଲିଟି ସୋ’ ସୁପର ମଡେଲ୍ ଅଫ୍ ଦ ଇୟର ସିଜନ୍ ୨ରେ ସେ ଏହି ସଫଳତା ପାଇବା ସହ ରାଜ୍ୟ ତଥା ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

  'ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ଜିତିଲେ ଢେଙ୍କାନାଳ ଝିଅ ସ୍ୱପ୍ନା (ପ୍ରତୀକାତ୍ମକ ଛବି)

'ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ଜିତିଲେ ଢେଙ୍କାନାଳ ଝିଅ ସ୍ୱପ୍ନା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଢେଙ୍କାନାଳ: ମାୟାନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ । ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ରିୟାଲିଟି ସୋ’ ସୁପର ମଡେଲ୍ ଅଫ୍ ଦ ଇୟର ସିଜନ୍ ୨ରେ ସେ ଏହି ସଫଳତା ପାଇବା ସହ ରାଜ୍ୟ ତଥା ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ଢେଙ୍କାନାଳ ସହରର କୁଞ୍ଜକାନ୍ତ ନିକଟରେ ସ୍ୱପ୍ନାଙ୍କ ଘର ବାପା ବିଶ୍ୱଜିତ ଓ ମାଆ ମଧୁମିତା ରାଉତରାୟଙ୍କର ଏକମାତ୍ର ଝିଅ ସ୍ୱପ୍ନା ପିଲାଟି ଦିନରୁ ମଡେଲିଂ ଓ ଆକ୍ଟିଂ ପ୍ରତି ତାଙ୍କର ରୁଚି ରହିଥିବା ବେଳେ ଏଥିଲାଗି ପରିବାର ଲୋକେ ମଧ୍ୟ ସହଯୋଗ କରିଆସିଛନ୍ତି । ସ୍ୱପ୍ନାଙ୍କ ପରିଶ୍ରମ ବଳରେ ସେ ଆଜି ଏହି ସଫଳତା ପାଇଥିବା ତାଙ୍କ ବାପା କହିଛନ୍ତି । ଆଗାମୀ ଦିନରେ ମଡେଲିଂ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସ୍ୱପ୍ନା ।

"ଆଗକୁ ଯଦି ନିଜ ଆକ୍ଟିଂ ଓ ମଡେଲିଂ ପାଇଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହୁଏ ତେବେ ସେ ପାଠପଢାକୁ ଆଗକୁ ଜାରି ରଖିବିନି। ଭବିଷ୍ୟତରେ ବଲିଉଡ ଚଳଚ୍ଚିତ୍ରରେ କାମ କରିବା ସହ ଜଣେ ଆନ୍ତର୍ଜାତୀୟ ସ୍ତରର ଭଲ ମଡେଲର ହେବେ ବୋଲି ଆଶା ରହିଛି," କହିଛନ୍ତି ସ୍ୱପ୍ନା ପ୍ରିୟଦର୍ଶିନୀ।

ଆଜିର ଯୁଗରେ ଘରେ ଘରେ ଏଭଳି କିଛି ନା କିଛି ପ୍ରତିଭା ଦେଖିବାକୁ ମିଳୁଛି । ପିଲାଙ୍କ ଉତ୍ସାହ ଦେଖି ବାପା ମାଆଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ଦେଖିବାକୁ ମିଳୁଛି । ଯାହା କାରଣକୁ ପିଲାଙ୍କ ଖୁସି ଓ ପ୍ରତିଭାକୁ ପ୍ରକାଶ କରିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ସହ ସହଯୋଗ ମଧ୍ୟ କରୁଛନ୍ତି ।

"ଛୋଟ ବେଳୁ ଝିଅର ଅଭିନୟ ଓ ମଡେଲିଂ ପ୍ରତି ରୁଚି ରହିଥିଲା। ଝିଅ ଆଗକୁ ଆନ୍ତର୍ଜାତୀୟ ସ୍ତରରେ ଜଣେ ମଡେଲର ହୋଇ ରାଜ୍ୟ ତଥା ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିବ ବୋଲି ଆଶା ରହିଛି," କହିଛନ୍ତି ବାପା ବିଶ୍ୱଜିତ ଚୌଧୁରୀ।

୨୦୧୭ ମସିହାରେ ମଧ୍ୟ ସେ ଦିଲ୍ଲୀରେ ଆୟୋଜିତ 'ମିସ ଟିନ ଇଣ୍ଡିଆ'ରେ ଦ୍ୱିତୀୟ ସ୍ଥାନ ଅର୍ଜନ କରି ସଫଳତା ହାସଲ କରିଥିଲେ। ସ୍ୱପ୍ନା ୨୦୧୮ ମସିହାରେ ମିଆଁମାରର ୟାଙ୍ଗୋନରେ ଅନୁଷ୍ଠିତ ହେଉଥିବା ମିସ୍ ଟୁରିଜିମ ଓ କଲଚର ୟୁନିଭର୍ସରେ ତୃତୀୟ ସ୍ଥାନ ଦଖଲ କରିଥିଲେ । ମିସ୍ ଛତିଶଗଡ ଉପାଧି ମଧ୍ୟ ସେ ୨୦୧୮ ମସିହାରେ ପାଇଥିବା ଅନ୍ୟ ଏକ ସଫଳତା।
Published by:Soumya Das
First published: