ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ଢେଙ୍କାନାଳର ଯୁବ ଇଞ୍ଜିନିୟର୍ ମହମ୍ମଦ୍‌ ସାଜନ୍

ନାଜିଆଙ୍କ ଜନ୍ମ ଦିନ ଜୁନ୍ ୨୯ରେ ପଡ଼ୁଥିବାରୁ ଚାରି ମାସ ପୁର୍ବରୁ ମହମ୍ମଦ ସାଜନ୍ ତାଙ୍କ ପାଇଁ ଜହ୍ନରେ ଜାଗା କିଣିବା ପାଇଁ ଆବେଦନ କରିଥିଲେ । ହେଲେ ଲକଡାଉନ୍ ଯୋଗୁଁ ଜାଗାର ପ୍ରମାଣପତ୍ର ଆସିବାରେ ବିଳମ୍ବ ହୋଇଥିଲା । ଏବେ ତାହା ଆସିଛି ।

ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ଢେଙ୍କାନାଳର ଯୁବ ଇଞ୍ଜିନିୟର୍ ମହମ୍ମଦ୍‌ ସାଜନ୍
ପତ୍ନୀ ନାଜିଆଙ୍କ ସହ ମହମ୍ମଦ ସାଜନ୍
  • News18 Odia
  • Last Updated: April 18, 2021, 11:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଆଶିଷ ରଞ୍ଜନ ଶତପଥୀ | News18 Odia Digital

ଢେଙ୍କାନାଳ: ଢେଙ୍କାନାଳ ସହରର କାରିଗର ସାହିର ଯୁବ ସଫ୍ଟୱେୟାର୍‌ ଇଞ୍ଜିଜିନିୟର ମହମ୍ମଦ ସାଜନ୍‌ ନିଜ ଧର୍ମପତ୍ନୀ ନାଜିଆ ଇପ୍ତେଫାରଙ୍କୁ ଏମିତି ଏକ ଅପୂର୍ବ ଉପହାର ଦେଇଛନ୍ତି ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଜନ୍‌ ନିଜ ପତ୍ନୀଙ୍କୁ ଜହ୍ନରେ ପାଞ୍ଚ ଏକର ଜାଗା କିଣି ଉପହାର ଦେଇଛନ୍ତି ।

ଜହ୍ନରେ ଜାଗା କିଣିବା ପାଇଁ ଗତ ବର୍ଷ ଜୁନ୍‌ ମାସରେ ମହମ୍ମଦ ସାଜନ୍‌ ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ୍‌ ନିକଟରେ ଅନଲାଇନରେ ଏକ ଆବେଦନ କରିଥିଲେ । ବିବାହ ପରେ ପତ୍ନୀ ନାଜିଆଙ୍କ ପ୍ରଥମ ଜନ୍ମ ଦିନରେ ତାଙ୍କୁ ଏକ ସରପ୍ରାଇଜ୍‌ ଗିଫ୍ଟ ଦେବା ପାଇଁ ଏମିତି ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

ଏହି ଜାଗା କିଣିବାକୁ ମହମ୍ମଦ ସାଜନ୍‌ ମୋଟ ୫୧୯ ଆମେରିକୀୟ ଡଲାର୍‌ ଖର୍ଚ୍ଚ କରିଥିଲେ । ଗତ ବର୍ଷ ଜୁନ ମାସ ବେଳକୁ ପ୍ରତି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୭୨ ଟଙ୍କା ଥିଲା । ତେଣୁ ତାଙ୍କୁ ଏଥି ପାଇଁ ୩୭,୩୬୮ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ମାତ୍ର ୨୦୨୫ ପରେ ପୁଣି ଏହି ଚୁକ୍ତିକୁ ତାଙ୍କୁ ନବୀକରଣ କରିବାକୁ ହେବ । ତାଙ୍କର ଏହି ଟଙ୍କା ନାସା ମାଧ୍ୟମରେ ଶିଶୁଙ୍କ ମଙ୍ଗଳ କାମରେ ଲାଗୁଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ସାଜନ୍‌ ।

ପରିବାର ଲୋକଙ୍କ ସହ ନାଜିଆ ଓ ମହମ୍ମଦ ସାଜନ୍


‘‘ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଜହ୍ନରେ ଜାଗା କିଣିଥିବା ଶୁଣିବା ପରେ ମୁଁ ନାଜିଆଙ୍କ ପାଇଁ ତାଙ୍କ ନାଁରେ ଜହ୍ନରେ ଜାଗା ଖଣ୍ଡେ କିଣିବା ପାଇଁ ମନ ବଳାଇଥିଲି । ତାଙ୍କ ଜନ୍ମ ଦିନ ଅବସରରେ ଏଭଳି ନିଆରା ଉପହାର ତାଙ୍କୁ ଦେବାର ଝୁଙ୍କ ମୋ’ ନିଦ ହଜାଇ ଦେଇଥିଲା । ଆଉ ତାହା ସତ ହେବା ପରେ ମୋ’ ମନରେ ଯେତିକି ଖୁସି ଆସିଥିଲା ତା’ଠୁ ଢେର୍‌ ଅଧିକ ଖୁସି ହୋଇଥିଲେ ନାଜିଆ,’’ କହିଛନ୍ତି ଢେଙ୍କାନାଳ ସହରର ଚନ୍ଦନ ବଜାର ନିବାସୀ ମହମ୍ମଦ ସାଜନ୍‌ ।

ଏହା ବି ପଢ଼ନ୍ତୁ | ଥର CBI ଉପରେ ଭାରି ପଡ଼ିଲେ କପିଳ ସିବଲ୍, HCରୁ ଲାଲୁ ଯାଦବଙ୍କ ଜାମିନ୍ କରାଇଲେ

ସାଜନ୍‌ ପ୍ରେମ ବିବାହ କରିଥିବା ନାଜିଆ ଇପ୍ତେଫାର ହେଉଛନ୍ତି କାରିଗର ସାହିର କଲିମ ଖାନ ଓ ଗୁଲଜନ ବିବିଙ୍କ ଏକ ମାତ୍ର ଝିଅ । ଉଭୟଙ୍କ ମଧ୍ୟରେ ଦୀର୍ଘ ପାଞ୍ଚ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ଗତ ବର୍ଷ ଫେବୃଆରୀ ୧୬ ତାରିଖରେ ଉଭୟ ବିବାହ କରିଥିଲେ । ନାଜିଆଙ୍କ ଜନ୍ମ ଦିନ ଜୁନ୍‌ ୨୯ ତାରିଖରେ ଥିବାରୁ ଚାରି ମାସ ପୁର୍ବରୁ ମହମ୍ମଦ ସାଜନ୍‌ ଜହ୍ନରେ ଜାଗା କିଣିବା ପାଇଁ ଆବେଦନ କରିଥିଲେ । ମାତ୍ର କରୋନା ସଂକ୍ରମଣ ଜନିତ ସର୍ବବ୍ୟାପୀ ଅବ୍ୟବସ୍ଥା ଯୋଗୁଁ ଅନଲାଇନରେ ଜାଗାର ପ୍ରମାଣପତ୍ର ଆସିବାରେ ବିଳମ୍ବ ହୋଇଥିଲା । ଏବେ ତାହା ଆସିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ

ମହମ୍ମଦ ସାଜନ୍ ଜହ୍ନରେ ଜାଗା କିଣିଥିବାର ପ୍ରମାଣପତ୍ର


ମହମ୍ମଦ ସାଜନ୍‌ ପାଞ୍ଚ ବର୍ଷ ହେବ ସାଉଦି ଆରବର କୁଏତ ସହରରେ ଆଲଖୋମାସି ସଫ୍ଟୱେୟାର ସଲ୍ୟୁସନ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଇଞ୍ଜିଜିନିୟର ଭାବରେ କାମ କରନ୍ତି । କରୋନା ସଂକ୍ରମଣ ଯୋଗୁଁ ବର୍ଷେ ହେବ ସେ ଘରେ ରହି ୱର୍କ୍‌ ଫ୍ରମ୍‌ ହୋମ୍‌ କରୁଛନ୍ତି ।



‘‘ଜହ୍ନରେ ଜାଗା କିଣିବା କଥା ମୁଁ କେବଳ ଟିଭି ସିରିଆଲ୍‌ ଓ ଫିଲ୍ମରୁ ଶୁଣିଥିଲା । କିନ୍ତୁ ମୋ୩ ସ୍ୱାମୀ ମୋ’ ଜନ୍ମ ଦିନରେ ଏଭଳି ଗିଫ୍ଟ ଦେବେ ବୋଲି ମୁଁ ସତରେ କେବେ ବିଶ୍ୱାସ କରିପାରୁ ନ ଥିଲି । ଏଭଳି ଜଣେ ସ୍ୱାମୀ ପାଇ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି,’’ କହିଛନ୍ତି ନାଜିଆ ଇପ୍ତେଫାର ।
Published by: Anand ST Das
First published: April 18, 2021, 11:47 PM IST