ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଢେଙ୍କାନାଳ: ଯୌତୁକ ମାମଲାରେ ₹୨୦,୦୦୦ ଲାଞ୍ଚ ନେଉଥିଲେ ଥାନା ବାବୁ; ଧରା ପଡ଼ି ଜେଲ୍ ଗଲେ

ଢେଙ୍କାନାଳ: ଯୌତୁକ ମାମଲାରେ ₹୨୦,୦୦୦ ଲାଞ୍ଚ ନେଉଥିଲେ ଥାନା ବାବୁ; ଧରା ପଡ଼ି ଜେଲ୍ ଗଲେ

ଥାନା ଅଧିକାରୀ ଅଭିଯୋଗକାରିଣୀ ମହିଳାଙ୍କ ଶ୍ୱଶୁରଙ୍କ ଘରକୁ ଆସି କେସ୍ ବାବଦରେ ମାମଲା ରଫାଦଫା କରିବାକୁ ୨୦,୦୦୦ ଟଙ୍କା ମାଗିଥିଲେ । ୨୪ ଘଣ୍ଟା ଭିତରେ ଟଙ୍କା ନ ଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇଥିଲେ ।

ଢେଙ୍କାନାଳ: ଯୌତୁକ ମାମଲାରେ ₹୨୦,୦୦୦ ଲାଞ୍ଚ ନେଉଥିଲେ ଥାନା ବାବୁ; ଧରା ପଡ଼ି ଜେଲ୍ ଗଲେ
ନିହଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା; (ଡାହାଣ) ଗିରଫ ହେବା ପରେ ସେ
  • News18 Odia
  • Last Updated: February 27, 2021, 6:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଯୌତୁକ ନିର୍ଯାତନା ଭଳି ଏକ ସଙ୍ଗୀନ ମାମଲାରେ ଆଇପିସିର ୩୦୭ ଦଫା ଉଠେଇବା ଓ ଅଭିଯୁକ୍ତର ନାଁକୁ କାଟିବା ପାଇଁ ନିହଲପ୍ରସାଦ ଆଇଆଇସି ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡି଼ଛନ୍ତି । ଏହି ଲାଞ୍ଚ ନେବା ପାଇଁ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ନିଜ ବ୍ୟକ୍ତିଗତ ଡ୍ରାଇଭର ଓ ଜଣେ ଲଣ୍ଡ୍ରି ଦୋକାନୀଙ୍କୁ ବ୍ୟବହାର କରିଥିଲେ ।

ସୁଚନା ମୁତାବକ ନିହଲପ୍ରସାଦ ଗାଁର ଅଇଁଠା ସେଠୀଙ୍କ ପୁଅ ଦିପୁନା ସେଠୀ କିଛି ବର୍ଷ ତଳେ ସରୋଜିନୀ ସେଠୀ ନାମକ ମହିଳାଙ୍କୁ ବିବାହ କରିଥିଲେ । ହେଲେ ସରୋଜିନୀଙ୍କୁ ତାଙ୍କ ସ୍ୱାମୀ ଦିପୁନା ସେଠୀ ଓ ଶ୍ୱଶୁର ଅଇଁଠା ସେଠୀଙ୍କ ସମେତ ବାକି ପରିବାରର ସଦସ୍ୟ ମାରଧର କରିବା ସହିତ ଯୌତୁକ ଜନିତ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିବା ନେଇ ସେ ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ତା’ପରେ ଶାଶୁଘର ଛାଡି଼ ସେ ନିଜ ବାପ ଘରକୁ ପଳାଇଥିଲେ । ସେ ନିଜ ସ୍ୱାମୀ ଓ ଶଶୁରଙ୍କ ନାଁରେ ଏତାଲା ଦେଇଥିବାରୁ ଅଭିଯୋଗ ଅନୁସାରେ ଆଇପିସିର ୩୦୭ ଦଫା ଲଗାଇଥିଲା ନିହଲପ୍ରସାଦ ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Kareena Kapoor Delivery: ପିତା ଅଜା ସହ ସାନ ଭାଇକୁ ଭେଟିବାକୁ ଆସିଲେ ତୈମୁର୍; ଫଟୋ ଭାଇରାଲ୍

‘‘କୋଡି଼ଏ ଦିନ ତଳେ ପ୍ରଥମେ ଥାନା ଅଧିକାରୀ ମୋ’ ଘରକୁ ଆସି ବୋହୁ ଦେଇଥିବା କେସ୍‌ ବାବଦରେ ମାମଲା ରଫାଦଫା କରିବାକୁ ଓ କେସରୁ ମୁଁ ଓ ମୋ’ ସ୍ତ୍ରୀଙ୍କ (ସତ୍ୟଭାମା ସେଠୀ) ନାଁ କାଟିବାକୁ କୋଡି଼ଏ ହଜାର ଟଙ୍କା ମାଗିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଟଙ୍କା ନ ଦେବାରୁ ଗତ କାଲି ସଂଧ୍ୟାରେ ପୁଣି ଥାନା ବାବୁ ଗାଁର ଲଣ୍ଡ୍ରି ଦୋକାନୀ (ଲକ୍ଷଣ ସେଠୀ)ଙ୍କୁ ଧରି ଥାନା ଗାଡି଼ରେ ମୋ’ ଘରକୁ ଆସିଥିଲେ । ୨୪ ଘଣ୍ଟା ଭିତରେ ଟଙ୍କା ନ ଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସେ ଧମକ ଦେଇଥିଲେ,’’ କହିଛନ୍ତି ସରୋଜିନୀଙ୍କ ଶଶୁର ତଥା ଅଭିଯୋଗକାରୀ ଅଇଁଠା ସେଠୀ ।

ଚିତ୍ତରଞ୍ଜନ ବେହେରା ବ୍ୟକ୍ତିଗତ ଡ୍ରାଇଭର ଓ ଲଣ୍ଡ୍ରି ଦୋକାନୀ ବି ଗିରଫ ହୋଇଛନ୍ତି ।


ଘଟଣା ସମ୍ପର୍କରେ ଅଇଁଠା ସେଠୀ କଟକ ଭିଜିଲାନ୍ସ ବିଭାଗକୁ ଗତ ଫେବୃଆରୀ ୨୩ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ଶୁକ୍ରବାର ସକାଳୁ ଦୁଇ ଜଣ ମଧ୍ୟସ୍ଥିଙ୍କ ଜରିଆରେ ଟଙ୍କା କାରବାର ବେଳେ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ସମେତ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଉଭୟ କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଚଢ଼ାଉ କରି ଗିରଫ କରାଯାଇଥିଲା ବୋଲି କହିଛନ୍ତି କଟକ ଭିଜିଲାନ୍ସ ଡି.ଏସ୍‌.ପି. ସୁରେନ୍ଦ୍ରନାଥ ରାୟଗୁରୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

ଗତ ଫେବୃଆରୀ ୧୬ ତାରିଖରେ ଢେଙ୍କାନାଳର ଏକ ବିଜେପି ପ୍ରତିନିଧି ଦଳ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ‘‘ମନମୁଖି କାର୍ଯ୍ୟ’’ ବିରୁଦ୍ଧରେ ଥାନା ଘେରାଉ କରିଥିଲେ । ସେହି ଅଞ୍ଚଳରେ କିଛି ବାଲି, ପଥର ଓ ରାଇସ୍‌ ମିଲ ମାଫିଆଙ୍କ କଥାରେ ଥାନା ବାବୁ ପରିଚାଳିତ ହେଉଥିବା ଅଭିଯୋଗ କରିଥିଲେ ବିଜେପି ନେତା ରାମଚନ୍ଦ୍ର ପାତ୍ର।

ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ

‘‘ଏସବୁ ବାଦ୍‌ ଥାନା ଅଧିକାରୀ ନିଜକୁ ସୁଧାରିବା ବଦଳରେ ଲାଞ୍ଚ ନେଇ ଧରାପଡି଼ବା ଘଟଣାକୁ ସମଗ୍ର ଜିଲ୍ଲାରେ ନିନ୍ଦା କରାଯାଉଛି । ଏଭଳି ହେଲେ ନ୍ୟାୟ ପାଇଁ ଥାନାକୁ ଆସୁଥିବା ଲୋକଙ୍କ ବିଶ୍ୱାସ ଓ ଭରଷା ଉଠିଯିବ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ବିଶ୍ୱନାଥ ବେହେରା ।



ଲାଞ୍ଚ ନେବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି ଆଇଆଇସିଙ୍କ ଶ୍ୱଶୁର ଘର କଟକ ଜଗତପୁର, ମହାନଦୀ ବିହାର ସ୍ଥିତ ଭଡ଼ା ଘର, ନିଜ ଗ୍ରାମ ବାଙ୍କିର କେଉଟପାଟଣା ଓ ନିହଲପ୍ରସାଦରେ ଥିବା କ୍ୟାର୍ଟରରେ ଚଢ଼ାଉ କରାଯାଇଥିଲା ବୋଲି ଭିଜିଲାନ୍ସ ସୁତ୍ରରୁ ଜଣାପଡି଼ଛି ।
Published by: Anand Shankar Thankur Das
First published: February 27, 2021, 6:28 PM IST